Categories
ଆଜିର ଖବର

ମୋଦିଙ୍କ ବାୟୋପିକ୍‌କୁ ଭଲ ଭାବେ ଦେଖି ନିଷ୍ପତ୍ତି ନେବାକୁ ଇସିଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକକୁ ନେଇ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ। ଏହି ଚଳଚିତ୍ରକୁ ଦେଖି ସାରିବା ପରେ ଏହାର ପ୍ରଦର୍ଶନ ଉପରେ ରୋକ ଲଗାଯିବ ନା ନାହିଁ ସେନେଇ ନିଷ୍ପତି ନେବାକୁ ନିର୍ବାଚନ ଆୟୋଗଙ୍କୁ କୋର୍ଟ କହିଛନ୍ତି। ଏହାସହ ଏପ୍ରିଲ ୨୨ ମଧ୍ୟରେ ଏହାର ଉତ୍ତର ଦେବାକୁ କୋର୍ଟ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ଆଦର୍ଶ ନିର୍ବାଚନୀ ଆଚରଣ ସଂହିତା ଲାଗୁ ହୋଇଥିବାରୁ ମୋଦିଙ୍କ ବାୟୋପିକ୍‌ ରିଲିଜ୍‌ ଉପରେ ଇସି ରୋକ୍‌ ଲଗାଇଥିଲେ। ଫିଲ୍ମଟି ଏପ୍ରିଲ୍‌ ୧୧ରେ ରିଲିଜ୍‌ ହେବ ବୋଲି ସୂଚନା ରହିଥିଲା। ତେବେ ଫିଲ୍ମର ରିଲିଜ୍‌କୁ ନେଇ ସୁପିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଫିଲ୍ମ ନିର୍ମାତା। ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ପ୍ରଥମେ ଫିଲ୍ମକୁ ନିର୍ବାଚନ ଆୟୋଗ ଭଲ ଭାବେ ଦେଖନ୍ତୁ, ଏହାପରେ ଏହି ଫିଲ୍ମରର ପ୍ରଦର୍ଶନ ଉପରେ ରୋକ୍‌ ଲଗାଯିବା ଉପରେ ନିଷ୍ପତ୍ତି ନେବେ। ଏହି ଫିଲ୍ମରେ ମୋଦିଙ୍କ ଚରିତ୍ରରେ ଅଭିନେତା ବିବେକ ଓବରୟେ ଅଭିନୟ କରୁଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓମଙ୍ଗ୍‌ କୁମାର। କଂଗ୍ରେସ ଓ ଅନ୍ୟ ଦଳ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଇସି ଫିଲ୍ମର ପ୍ରଦର୍ଶନ ଉପରେ ଅଙ୍କୁଶ ଲଗାଇବା ସହିତ ନିର୍ବାଚନ ପରେ ଫିଲ୍ମଟି ରିଲିଜ୍‌ ହୋଇପାରିବ ବୋଲି କହିଥିଲେ।

Categories
ଆଜିର ଖବର

ଆସନ୍ତା କାଲି ରିଲିଜ୍‌ ହେବ ନାହିଁ ‘ପିଏମ୍‌ ନରେନ୍ଦ୍ର ମୋଦି’ : ନିର୍ବାଚନ ପରେ ଆସିବ ପରଦାକୁ

‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ଲାଗିଲା ରୋକ୍‌। ନିର୍ବାଚନ ଆୟୋଗ (ଇସି) ବୁଧବାର ଅଭିନେତା ବିବେକ ଓବରୟଙ୍କ ଅଭିନୀତ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳିଚ୍ଚିତ୍ର ମୁକ୍ତିଲାଭକୁ ଅଟକାଇ ଦେଇଛନ୍ତି। ଆସନ୍ତା କାଲି ଏହି ଫିଲ୍ମଟି ମୁକ୍ତିଲାଭ କରିବାର ଥିଲା। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କାଲି ହେବାକୁ ରହିଛି। ନିର୍ବାଚନ କମିଶନ ଏହି ପରିପ୍ରେକ୍ଷୀରେ ଫିଲ୍ମର ମୁକ୍ତିଲାଭ ଉପରେ ରୋକ୍‌ ଲଗାଇଛନ୍ତି। ନିର୍ବାଚନ ଶେଷ ହେବା ପରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ତେବେ ଏହି ଫିଲ୍ମର ସ୍ଥଗିତାଦେଶ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଓ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ପୂର୍ବକ ଏହି ଆବେଦନ କରାଯାଇଥିଲା।  ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଞ୍ଜୟ ଜୈନ୍‌ଙ୍କ ପୀଠ ଏହି ମାମଲାର ଶୁଣାଣି କରି ସ୍ଥଗିତାଦେଶ ଲଗାଇବାକୁ ମନା କରିଦେଇଥିଲେ। ଫିଲ୍ମକୁ ସେନସର୍‌ ବୋର୍ଡ ତରଫରୁ ମଧ୍ୟ ସାର୍ଟିଫିକେଟ୍‌ ମିଳିଯାଇଥିଲା।