Categories
ଆଜିର ଖବର

ନାବାଳିକା ଅସଦାଚରଣ: ଦୋଷୀକୁ ଦଣ୍ଡ ଦେଲେ ଜନସାଧାରଣ

ଜଲାଉଁ,୩/୧୨: ଉତ୍ତରପ୍ରଦେଶରେ ଜଣେ ଅସଦାଚରଣକାରୀକୁ ଜନ ସାଧାରଣ ଦଣ୍ଡ ଦେବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଜଲାଉଁ ଜିଲ୍ଲାର ଏକ ପାର୍କରେ ନାବାଳିକାଙ୍କୁ ଅସଦାଚରଣ କରୁଥିବା ବେଳେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଥିଲେ  ୨୫ବର୍ଷୀୟ ଯୁବକ। ଅଭିଯୁକ୍ତଙ୍କୁ ଉଲଗ୍ନ କରି ପାର୍କର ଗାନ୍ଧୀ ମୂର୍ତ୍ତି ଚତୁଃପାର୍ଶ୍ବରେ ୭ ଥର ବୁଲାଇବା ପରେ ଯୁବକକୁ ପୋଲିସ୍‌କୁ ହସ୍ତାନ୍ତର କରାଯାଇଥିଲା। ଉପସ୍ଥିତ ବ୍ୟକ୍ତିଙ୍କ ଅନୁଯାୟୀ ଏପରି ମାମଲାରେ ଦୋଷୀକୁ ପୋଲିସକୁ ହସ୍ତାନ୍ତର କରାଗଲେ ଦୋଷୀଙ୍କୁ ଜାମିନ ମିଳିଯାଉଛି। ତେଣୁ ଜନସାଧାରଣ ଦଣ୍ଡ ଦେବାର ନିଷ୍ପତ୍ତି ନେଇଥିଲେ। ଏହା ସହିତ ଉପରୋକ୍ତ ଘଟଣାର ଭିଡିଓ ବନାଇ ସ୍ଥାନୀୟ ଅଞ୍ଚଳରେ ବଣ୍ଟାଯାଇଛି। ଫଳରେ ଜେଲରୁ ବାହାରକୁ ଆସିଲା ପରେ ଯୁବକ ଜଣକ ପୁନର୍ବାର ଏପରି ଘଟଣା କରିବାର ଦୁଃସାହସ କରିବେ ନାହିଁ ବୋଲି ଜଣେ ବ୍ୟକ୍ତି ପ୍ରକାଶ କରିଥିଲେ। (ଏଜେନ୍ସୀ)