Categories
ଆଞ୍ଚଳିକ

ଓଡ଼ିଶା ମୋ ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଗୁରୁବାର ଦିନ ହଳଦିଆପଦର ନିକଟସ୍ଥ ଜାତୀୟ ରାଜପଥ ନିକଟରେ ଓଡ଼ିଶା ମୋ ପରିବାର ତରଫରୁ ଶୁଖିଲା ଖଶଦ୍ୟ ବଣ୍ଟନ କରାଯାଇଛି । କନ୍‌ଭେନର୍ ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ବସ୍‌ରେ ଆସୁଥିବା ପ୍ରବାସୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ବ୍ରେଡ଼, ବିସ୍କୁଟ, କଦଳୀ, ମୁଢ଼ି ଓ ପାଣି ବୋତଲ ରଖାଯାଇ ପ୍ରାୟ ୫୦୦ ଗୋଟି ପ୍ୟାକେଟ୍ କରାଯାଇ ବସ୍ ଟ୍ରକ ଯୋଗେ ବାହାର ରାଜ୍ୟରୁ ଆସୁଥିବା ଶ୍ରମିକଙ୍କୁ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୋ ପରିବାର ଉପ କନଭେନର ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବନୀ ସାହୁ, ସଂଜିତ ପାଣିଗ୍ରାହୀ, ଟିଙ୍କୁ ମିଶ୍ର, ବିଜୟ ସାମଲ, ମଦନ ଦଳେଇ, ସଂଘମିତ୍ରା ଦଳାଇ, ଦୁର୍ଗାପ୍ରସାଦ ପଣ୍ଡା, ଧନଞ୍ଜୟ ରାଓ, କାହ୍ନୁଚରଣ ପାତ୍ର, ଫାୟାଜ ଖାନ୍‌, ତୁମ୍ବନାଥ ପଣ୍ଡା, ଦଣ୍ଡ ନାୟକ, ସୁରେନ୍ଦ୍ର ମହାରଣା ପ୍ରମୁଖଙ୍କ ସହ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।