Categories
ଆଜିର ଖବର ଜାତୀୟ ଖବର

ତଳିପେଟରେ ଯନ୍ତ୍ରଣା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂ ଯାଦବ

ନୂଆଦିଲ୍ଲୀ,29/12 : ତଳିପେଟରେ ଯନ୍ତ୍ରଣା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମୁଲାୟମ ସିଂ ଯାଦବ । ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମଙ୍କୁ ରବିବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟାବସ୍ଥା ପରୀକ୍ଷଣ ପରେ ମୁଲାୟମଙ୍କୁ ଆସନ୍ତା କାଲି ସୁଦ୍ଧା ଡିସଚାର୍ଜ କରାଯାଇପାରେ ବୋଲି ଜଣାପଡିଛି । ଏହା ସହିତ ଅଧିକ ଚିକିତ୍ସା ପାଇଁ ମୁଲାୟମଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । (ଏଜେନ୍ସୀ)