Categories
ଆଜିର ଖବର

ଭର୍ଜିନିଆ ମ୍ୟୁନିସିପାଲ୍‌ ସେଣ୍ଟରରେ ଗୁଳିକାଣ୍ଡ : ୧୨ ମୃତ ୬ ଆହତ

ଆମେରିକାର ଭର୍ଜିନିଆ ବିଚ୍‌ର ଏକ ମୁନିସିପାଲିଟି କାର୍ଯ୍ୟାଳୟରେ ଗୁଳିମାଡରେ ୧୨ ଜଣ ନିହତ ହୋଇଛନ୍ତି। ଜଣେ କର୍ମଚାରୀ ଆଖିବୁଜା ଗୁଳିମାଡ଼ କରି ନିଜର ୧୨ ଜଣ ସହକର୍ମୀଙ୍କୁ ହତ୍ୟା କରିଛନ୍ତି। ଏହି ଗୁଳିମାଡ଼ରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ରହିଛନ୍ତି। ପୁଲିସ ପକ୍ଷରୁ ପାଲଟା ଗୁଳି ଚାଳନାରେ ସମ୍ପୃକ୍ତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଅପରାହ୍ନରେ ଭର୍ଜିନିଆ ମ୍ୟୁନିସିପାଲ ସେଣ୍ଟରରେ ଏହି ଘଟଣା ଘଟିଛି। ଏହି କର୍ମଚାରୀ ଜଣକ ଏକ ପିସ୍ତଲରେ ସାଇଲେନ୍ସର ଲଗାଇ ଏହି ଆକ୍ରମଣ କରିଥିଲେ। ଗୁଳିମାଡ଼ ସମୟରେ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଶୁକ୍ରବାର ଅପରାହ୍ନରେ ସେ ଅଫିସରେ କାର୍ଯ୍ୟ କରୁଥିବାବେଳେ ହଠାତ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ।