Categories
ଆଜିର ଖବର ଖେଳ ଜାତୀୟ ଖବର

ଦୁର୍ଘଟଣାରେ ପ୍ରାଣ ହରାଇଲେ 29 ବର୍ଷୀୟ ଲୋକପ୍ରିୟ କ୍ରିକେଟର, ଜାଣନ୍ତୁ କିଏ

ଆଫଗାନିସ୍ଥାନ : ଭୟାନକ ସଡକ ଦୁର୍ଘଟଣାରେ କୋମାରେ ରହିଥିବା ଆଫଗାନିସ୍ଥାନର ଯୁବ କ୍ରିକେଟ ଖେଳାଳୀ ନଜୀବ ତରକାଇଙ୍କ ମୃତ୍ୟୁ ହୋଇଛି । 29 ବର୍ଷୀୟ ତରକାଇ ପୂର୍ବ ନାଙ୍ଗହାରରେ ରାସ୍ତା ପାର ହେଉଥିବାବେଳେ ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଗୁରୁତର ହୋଇ ସେ କୋମାକୁ ଚାଲିଯାଇଥିଲେ । ତାଙ୍କ ମୃତ୍ୟୁରେ କ୍ରିକେଟ୍‌ ଜଗତରେ ଶୋକର ଲହରୀ ଖେଳି ଯାଇଛି ଆଫଗାନିସ୍ତାନ କ୍ରିକେଟର ଆକ୍ରମକ ଓପନର୍‌ ଓ ଜଣେ ପ୍ରତିଭାସମ୍ପନ୍ନ ଖେଳାଳୀ ନଜୀବଙ୍କ ମୃତ୍ୟୁରେ । ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ଏକ ବୟାନ ଜାରିକରି ଶୋକ ପ୍ରକଟ କରିଛି ।

2014 ମସିହାରେ ତରକାଇ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ।  ଗତବର୍ଷ ଅପ୍ରେଲ୍‌ରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ନିଜର ସର୍ବୋଚ୍ଚ ସ୍କୋର 200 ରନ୍‌ କରିଥିଲେ ।  ସେ ଆଫଗାନିସ୍ତାନ ପାଇଁ 12ଟି ଟି-20 ଓ ଗୋଟିଏ ଏକଦିବସୀୟ ଖେଳିଛନ୍ତି । ଓପନର୍‌ ନଜୀବ ଆୟାର୍ଲାଣ୍ଡ ବିପକ୍ଷରେ 2017 ମସିହାରେ 58ଟି ବଲ୍‌ରେ 90 ରନ୍‌ କରିଥିଲେ । ସେ ତାଙ୍କ କ୍ୟାରିଅରରେ 33ଟି ଟି-20 ମ୍ୟାଚ୍‌ ଖେଳିଛନ୍ତି । ସେ ଟି-20ରେ 4ଟି ଅର୍ଦ୍ଧଶତକ ସହ 258 ରନ୍‌ ସଂଗ୍ରହ କରିଛନ୍ତି । ସେ 24ଟି ପ୍ରଥମ ଶ୍ରେଣୀ ମ୍ୟାଚ ମଧ୍ୟ ଖେଳିଛନ୍ତି। ଏଥିରେ ସେ ହାରାହାରି 47.20ରେ 2030 ରନ ସ୍କୋର କରିଛନ୍ତି।  ନଜୀବ୍‌ଙ୍କ ମୃତ୍ୟୁରେ କ୍ରିକେଟ ଜଗତରେ ଶୋକର ଲହରୀ ଖେଳି ଯାଇଛି । (ଏଜେନ୍ସି)