Categories
ଆଜିର ଖବର ଜାତୀୟ ଖବର

ନୂଆ ସଂସଦ ଭବନରେ ବ୍ରୋଞ୍ଜ ଅଶୋକ ସ୍ତମ୍ଭର ଉନମୋଚନ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର ଓଜନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ନୂଆ ସଂସଦ ଭବନର ଛାତ ଉପରେ ବ୍ରୋଞ୍ଜର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି। ଏଥିସହିତ ସେ ନୂତନ ସଂସଦର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସହ କଥାବାର୍ତ୍ତା କରିଥିଲେ।

ବ୍ରୋଞ୍ଜରେ ନିର୍ମିତ ଅଶୋକ ସ୍ତମ୍ଭର ମୋଟ ଓଜନ ହେଉଛି ୯୫୦୦ କିଲୋଗ୍ରାମ ଏବଂ ଉଚ୍ଚତା ୬.୫ ମିଟର। ଏହାକୁ ନୂଆ ସଂସଦ ଭବନର ସେଣ୍ଟ୍ରାଲ ହଲର ଶୀର୍ଷରେ ରଖା ଯାଇଅଛି। ସେହିପରି ପ୍ରାୟ ୬୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଇସ୍ପାତର ଏକ ସହାୟକ ଢାଞ୍ଚା ମଧ୍ୟ ପ୍ରତୀକର ସୁରକ୍ଷା ରଖିବା ପାଇଁ ନିର୍ମାଣ କରାଯାଇଛି।

ନୂତନ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକ କାଷ୍ଟିଙ୍ଗର ସଂକଳ୍ପ ସ୍କେଚ୍ ଏବଂ ପ୍ରକ୍ରିୟା ମାଟି ମଡେଲିଂ ଏବଂ କମ୍ପ୍ୟୁଟର ଗ୍ରାଫିକ୍ସ ଠାରୁ ବ୍ରୋଞ୍ଜ କାଷ୍ଟିଂ ଏବଂ ପଲିସିଂ ପର୍ଯ୍ୟନ୍ତ ଆଠଟି ବିଭିନ୍ନ ପ୍ରସ୍ତୁତି ପର‌୍ୟ୍ୟାୟ ଦେଇ ନିର୍ମାଣ ହୋଇଛି।