Categories
ଆଜିର ଖବର ଜାତୀୟ ଖବର

ଭାରତକୁ ଏବେ ଗୋଷ୍ଠୀ ସଂକ୍ରମଣର ଭୟ : ନ୍ୟାସନାଲ୍‌ ଟାକ୍ସ ଫୋର୍ସ

ନୂଆଦିଲ୍ଲୀ : ଦେଶରେ ଆଜିଠାରୁ ଲକ୍‌ ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହା ସହିତ ଅନ୍‌ଲକ୍‌ 1.0 ମଧ୍ୟ ଜାରି କରାଯାଇଛି । ତେବେ ଏହା ମଧ୍ୟରେ ଭାରତରେ ଗୋଷ୍ଠୀ ସଂକ୍ରମଣର ବିପଦକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତ ହୋଇଥିବା ନ୍ୟାସନାଲ ଟାସ୍କ ଫୋର୍ସର ବିଶେଷଜ୍ଞମାନେ ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଦେଖିଛନ୍ତି । ଏଥିରେ ଭାରତର କିଛି ଜୋନ୍‌ରେ ସାମୁଦାୟିକ ସଂକ୍ରମଣ ବା ଗୋଷ୍ଠୀ ସଂକ୍ରମଣ ହେଉଥିବାର ସୂଚନା ମିଳିଛି ।

ଭାରତରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ପୂର୍ବରୁ ମିଳିଥିବାବେଳେ ଅପ୍ରେଲ୍‌ ମାସରେ ଭାରତୀୟ ମେଡିକାଲ୍‌ ରିସର୍ଚ୍ଚ ସଂସ୍ଥା ଆଇସିଏମ୍‌ଆର ମଧ୍ୟ ଏନେଇ ଇଙ୍ଗିତ କରିଥିଲା । କିନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଅଣଦେଖା କରିଥିଲା । ଅପ୍ରେଲ ମାସରେ କରୋନା ମହାମାରୀ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ନ୍ୟାସନାଲ୍‌ ଟାସ୍କ ଫୋର୍ସ ଏକ କମିଟି ଗଠନ କରିଥିଲେ ।

ମେ 25 ତାରିଖରେ ମେଡିକାଲ କ୍ଷେତ୍ର ସହ ସଂଶ୍ଲିଷ୍ଟ ଥିବା ସଂସ୍ଥାଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି କରୋନା ନିୟନ୍ତ୍ରଣ ପାଇଁ ନିଆଯାଇଥିବା କେନ୍ଦ୍ରର ଗାଇଡଲାଇନକୁ ଆଲୋଚନା କରିଥିଲେ ।

ଏହି ପତ୍ରରେ ବିଶେଷଜ୍ଞମାନେ ଲକ୍‌ଡାଉନ୍‌କୁ କ୍ରୁର କହିଛନ୍ତି । ଲକ୍‌ଡାଉନ୍‌ରର କଠୋରତା, ଏହି ନୀତିରେ ରହିଥିବା ସମନ୍ବୟତା କମ୍‌ କାରଣରୁ ଏବେ ଭାରତକୁ ବେଶ୍‌ କିଛି ପରିଣାମ ଦେବାକୁ ପଡୁଛି । ଯଦି ମହାମାରୀର ଆରମ୍ଭରୁ ପ୍ରବାସୀ ଶ୍ରମିକମାନଙ୍କୁ ଯିବାକୁ ଅନୁମତି ମିଳିଥା’ନ୍ତା ତେବେ ଏପରି ସ୍ଥିତିରୁ ଆମେ ବର୍ତ୍ତିପାରିଥାନ୍ତେ । ଏବେ ସହରରୁ ଫେରୁଥିବା ପ୍ରବାସୀମାନେ ଦେଶର କୋଣ କୋଣକୁ ସଂକ୍ରମଣ କରୁଛନ୍ତି । ଏହା ଯୋଗୁଁ ଗ୍ରାମାଞ୍ଚଳ ଏବେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି । ସେହିପରି ଆମ ପାଖରେ ସ୍ବାସ୍ଥ୍ୟବସ୍ଥା ମଧ୍ୟ ସେହିପରିମାଣରେ ମହଜୁଦ୍‌ ନାହିଁ । ଯଦି ଭାରତ ସରକାର ଆରମ୍ଭରୁ ବିଶେଷଜ୍ଞଙ୍କ ରାୟକୁ ମାନିଥାନ୍ତେ ତେବେ ଏପରି ସ୍ଥିତିକୁ କାବୁ କରାଯାଇପାରିଥାନ୍ତା ବୋଲି କହିଛନ୍ତି ।