Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତକୁ ଏବେ ଗୋଷ୍ଠୀ ସଂକ୍ରମଣର ଭୟ : ନ୍ୟାସନାଲ୍‌ ଟାକ୍ସ ଫୋର୍ସ
ଆଜିର ଖବର

ଭାରତକୁ ଏବେ ଗୋଷ୍ଠୀ ସଂକ୍ରମଣର ଭୟ : ନ୍ୟାସନାଲ୍‌ ଟାକ୍ସ ଫୋର୍ସ

June 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ ଆଜିଠାରୁ ଲକ୍‌ ଡାଉନ୍‌ର ପଞ୍ଚମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହା ସହିତ ଅନ୍‌ଲକ୍‌ 1.0 ମଧ୍ୟ ଜାରି କରାଯାଇଛି । ତେବେ ଏହା ମଧ୍ୟରେ ଭାରତରେ ଗୋଷ୍ଠୀ ସଂକ୍ରମଣର ବିପଦକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ପ୍ରସ୍ତୁତ ହୋଇଥିବା ନ୍ୟାସନାଲ ଟାସ୍କ ଫୋର୍ସର ବିଶେଷଜ୍ଞମାନେ ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଦେଖିଛନ୍ତି । ଏଥିରେ ଭାରତର କିଛି ଜୋନ୍‌ରେ ସାମୁଦାୟିକ ସଂକ୍ରମଣ ବା ଗୋଷ୍ଠୀ ସଂକ୍ରମଣ ହେଉଥିବାର ସୂଚନା ମିଳିଛି ।

ଭାରତରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ପୂର୍ବରୁ ମିଳିଥିବାବେଳେ ଅପ୍ରେଲ୍‌ ମାସରେ ଭାରତୀୟ ମେଡିକାଲ୍‌ ରିସର୍ଚ୍ଚ ସଂସ୍ଥା ଆଇସିଏମ୍‌ଆର ମଧ୍ୟ ଏନେଇ ଇଙ୍ଗିତ କରିଥିଲା । କିନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଅଣଦେଖା କରିଥିଲା । ଅପ୍ରେଲ ମାସରେ କରୋନା ମହାମାରୀ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ନ୍ୟାସନାଲ୍‌ ଟାସ୍କ ଫୋର୍ସ ଏକ କମିଟି ଗଠନ କରିଥିଲେ ।

ମେ 25 ତାରିଖରେ ମେଡିକାଲ କ୍ଷେତ୍ର ସହ ସଂଶ୍ଲିଷ୍ଟ ଥିବା ସଂସ୍ଥାଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି କରୋନା ନିୟନ୍ତ୍ରଣ ପାଇଁ ନିଆଯାଇଥିବା କେନ୍ଦ୍ରର ଗାଇଡଲାଇନକୁ ଆଲୋଚନା କରିଥିଲେ ।

ଏହି ପତ୍ରରେ ବିଶେଷଜ୍ଞମାନେ ଲକ୍‌ଡାଉନ୍‌କୁ କ୍ରୁର କହିଛନ୍ତି । ଲକ୍‌ଡାଉନ୍‌ରର କଠୋରତା, ଏହି ନୀତିରେ ରହିଥିବା ସମନ୍ବୟତା କମ୍‌ କାରଣରୁ ଏବେ ଭାରତକୁ ବେଶ୍‌ କିଛି ପରିଣାମ ଦେବାକୁ ପଡୁଛି । ଯଦି ମହାମାରୀର ଆରମ୍ଭରୁ ପ୍ରବାସୀ ଶ୍ରମିକମାନଙ୍କୁ ଯିବାକୁ ଅନୁମତି ମିଳିଥା’ନ୍ତା ତେବେ ଏପରି ସ୍ଥିତିରୁ ଆମେ ବର୍ତ୍ତିପାରିଥାନ୍ତେ । ଏବେ ସହରରୁ ଫେରୁଥିବା ପ୍ରବାସୀମାନେ ଦେଶର କୋଣ କୋଣକୁ ସଂକ୍ରମଣ କରୁଛନ୍ତି । ଏହା ଯୋଗୁଁ ଗ୍ରାମାଞ୍ଚଳ ଏବେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି । ସେହିପରି ଆମ ପାଖରେ ସ୍ବାସ୍ଥ୍ୟବସ୍ଥା ମଧ୍ୟ ସେହିପରିମାଣରେ ମହଜୁଦ୍‌ ନାହିଁ । ଯଦି ଭାରତ ସରକାର ଆରମ୍ଭରୁ ବିଶେଷଜ୍ଞଙ୍କ ରାୟକୁ ମାନିଥାନ୍ତେ ତେବେ ଏପରି ସ୍ଥିତିକୁ କାବୁ କରାଯାଇପାରିଥାନ୍ତା ବୋଲି କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାରେ କିଏ ହେବ ମୁଖ୍ୟମନ୍ତ୍ରୀ?: ରେସରେ ରହିଛି ଏହିମାନଙ୍କ ନାମ

May 5, 2026

ପଶ୍ଚିମ ଏସିଆ ସଙ୍କଟ ପରେ ୮୪ ଲକ୍ଷ ମେଟ୍ରିକ ଟନ ସାର ଯୋଗାଇଲେ ସରକାର

May 5, 2026

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026
Latest News

ବଙ୍ଗଳାରେ କିଏ ହେବ ମୁଖ୍ୟମନ୍ତ୍ରୀ?: ରେସରେ ରହିଛି ଏହିମାନଙ୍କ ନାମ

May 5, 2026

ପଶ୍ଚିମ ଏସିଆ ସଙ୍କଟ ପରେ ୮୪ ଲକ୍ଷ ମେଟ୍ରିକ ଟନ ସାର ଯୋଗାଇଲେ ସରକାର

May 5, 2026

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଆଜି ମଙ୍ଗଳବାର ମେ ୫ ତାରିଖରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ମାଲେମାଲ୍

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.