Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିବା ଜଣାପଡ଼ିଛି। ଅମ୍ଫାନ୍ ଯୋଗୁ ପଶ୍ଚିମବଙ୍ଗର କ୍ଷତିର ପରିମାଣ ବିଷୟରେ ପଚାରି ବୁଝିଥିଲେ ନବୀନ ପଟ୍ଟନାୟକ । ବାତ୍ୟା ଅମ୍ଫାନ୍‌ ଯୋଗୁଁ ଜନିତ ସଙ୍କଟ ସମୟରେ ପଶ୍ଚିମବଙ୍ଗର ଲୋକଙ୍କ ସହ ଓଡ଼ିଶାର ସମବେଦନା ରହିଛି ବୋଲି କହିଛନ୍ତି ନବୀନ । ଏହି ସଂକଟଜନକ ପରିସ୍ଥିତି ସମୟରେ ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ।

ସୂଚନାଯୋଗ୍ୟ, ବାତ୍ୟା ଆମ୍ପାନ୍‌ ପଶ୍ଚିମବଙ୍ଗରେ ବହୁ ପରିମାଣର କ୍ଷତି ପହଞ୍ଚାଇଛି । ଏଠାରେ ଧନ ଜୀବନ ହାନି ହୋଇଛି । ମେଦିନିପୁର, ଉତ୍ତର 24ପ୍ରାଗଣା ଓ ଦକ୍ଷିଣ 24 ପ୍ରାଗଣା ଅଞ୍ଚଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଆମ୍ଫାନ୍‌ ମଧ୍ୟ ଓଡ଼ିଶାର ଚାରୋଟି ଜିଲ୍ଲାରେ କ୍ଷତି କରିଛି ।