Categories
ଆଜିର ଖବର ରାଜ୍ୟ ଖବର

21ଟି ଜିଲ୍ଲାରୁ 304 ପଜିଟିଭ୍‌ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର : ଆଜି ରାଜ୍ୟରେ ସର୍ବାଧିକ 304 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 21ଟି ଜିଲ୍ଲାରୁ 304 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ 42 ଜଣ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି  ଗଜପତିରୁ ସର୍ବାଧିକ 47, ଗଞ୍ଜାମରୁ 40,  ଜଗତସିଂହପୁରର 29, ଝାରସୁଗୁଡାରୁ 25, ଯାଜପୁରରୁ 21, ବାଲେଶ୍ବରରୁ 17, ବରଗଡରୁ 14, କଟକରୁ 13, କନ୍ଧମାଳରୁ 12, ଭଦ୍ରକରୁ 11, ମୟୂରଭଞ୍ଜରୁ 6, କେନ୍ଦ୍ରାପଡା ଓ ଖୋର୍ଦ୍ଧାରୁ 5, ସୋନପୁରରୁ  ଜଣ ଚିହ୍ନଟ ହୋଇଛନ୍ତି। ନୟାଗଡ ଓ ପୁରୀରୁ 3 ଜଣ ଲେଖାଏଁ ଆକ୍ରାନ୍ତ ରହିଥିବାବେଳେ, ମାଲକାନଗିରି ଓ ସୋନପୁରରୁ 2 ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗିର, ସୁନ୍ଦରଗଡ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 893 658 228 7 0
ଖୋର୍ଦ୍ଧା 444 362 76 4 2
କଟକ 394 313 80 1 0
ଯାଜପୁର 382 326 56 0 0
ବାଲେଶ୍ବର 294 201 92 0 1
ଅନ୍ୟାନ୍ୟ* 266 0 266 0 0
ଗଜପତି 238 80 158 0 0
ପୁରୀ 214 115 97 1 1
ଜଗତସିଂହପୁର 208 130 78 0 0
କେନ୍ଦ୍ରାପଡା 203 174 29 0 0
ଭଦ୍ରକ 196 175 21 0 0
କନ୍ଧମାଳ 159 101 58 0 0
ବଲାଙ୍ଗିର 151 129 22 0 0
ସୁନ୍ଦରଗଡ 147 125 22 0 0
ମୟୂରଭଞ୍ଜ 145 90 55 0 0
ନୟାଗଡ 116 107 9 0 0
କେଉଁଝର 98 54 44 0 0
ନୂଆପଡା 79 71 8 0 0
ବରଗଡ 66 18 47 1 0
କଳାହାଣ୍ଡି 64 38 26 0 0
ଅନୁଗୁଳ 55 33 22 0 0
ମାଲ୍‌କାନଗିରି 53 24 29 0 0
ଢେଙ୍କାନାଳ 53 46 7 0 0
ଝାରସୁଗୁଡା 46 18 28 0 0
ଦେବଗଡ 41 38 3 0 0
ବୌଦ୍ଧ 40 35 5 0 0
ସୋନପୁର 35 29 6 0 0
ସମ୍ବଲପୁର 26 18 8 0 0
କୋରାପୁଟ 24 17 7 0 0
ରାୟଗଡା 17 7 10 0 0
ନବରଙ୍ଗପୁର 13 2 10 0 1
Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିବା ଜଣାପଡ଼ିଛି। ଅମ୍ଫାନ୍ ଯୋଗୁ ପଶ୍ଚିମବଙ୍ଗର କ୍ଷତିର ପରିମାଣ ବିଷୟରେ ପଚାରି ବୁଝିଥିଲେ ନବୀନ ପଟ୍ଟନାୟକ । ବାତ୍ୟା ଅମ୍ଫାନ୍‌ ଯୋଗୁଁ ଜନିତ ସଙ୍କଟ ସମୟରେ ପଶ୍ଚିମବଙ୍ଗର ଲୋକଙ୍କ ସହ ଓଡ଼ିଶାର ସମବେଦନା ରହିଛି ବୋଲି କହିଛନ୍ତି ନବୀନ । ଏହି ସଂକଟଜନକ ପରିସ୍ଥିତି ସମୟରେ ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ।

ସୂଚନାଯୋଗ୍ୟ, ବାତ୍ୟା ଆମ୍ପାନ୍‌ ପଶ୍ଚିମବଙ୍ଗରେ ବହୁ ପରିମାଣର କ୍ଷତି ପହଞ୍ଚାଇଛି । ଏଠାରେ ଧନ ଜୀବନ ହାନି ହୋଇଛି । ମେଦିନିପୁର, ଉତ୍ତର 24ପ୍ରାଗଣା ଓ ଦକ୍ଷିଣ 24 ପ୍ରାଗଣା ଅଞ୍ଚଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଆମ୍ଫାନ୍‌ ମଧ୍ୟ ଓଡ଼ିଶାର ଚାରୋଟି ଜିଲ୍ଲାରେ କ୍ଷତି କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆମ୍ଫାନ ଅପଡେଟ : ଏବେ ପାରାଦ୍ୱୀପଠାରୁ ଆଉ ୧୨୫ କମି ଦୂରରେ ରହିଛି ବାତ୍ୟା ଆମ୍ଫାନ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦୀପଠାରୁ ଆଉ ୧୨୫ କିମି ଦୂରରେ ରହିଛି । ପଶ୍ଚିମବଙ୍ଗ ଦିଘାଠାରୁ  ୨୪୦ କିମି ଓ ବାଂଲାଦେଶ ଠାରୁ ଏହା ୩୯୫ କିମି ଦୂରରେ ରହିଛି ଆମ୍ଫାନ।  ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୪ କିମି ବେଗରେ ଗତି କରୁଛି। ବାତ୍ୟା ଆମ୍ଫାନ ସ୍ଥିତି ନେଇ ଆଇ ଏମଡ଼ି ପକ୍ଷରୁ ତାଜା ସୂଚନା ଦେଇଛି।  ଆମ୍ଫାନ କୁ ନେଇ ସକାଳ ୭ଟା ସୁଦ୍ଧା  ଆଇଏମଡ଼ି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି  ଯେ – ପୂର୍ବ ଆକଳନ ଅନୁସାରେ ଆମ୍ଫାନ ଠିକଠାକ ଗତି କରୁଛି।  ଆମ୍ଫାନ ଦିଗ ବଦଳାଇ ନଥିବା ବେଳେ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଉପକୂଳ ଓଡିଶା ରେ ୬ ଘଣ୍ଟା ଅର୍ଥାତ ଦିନ ୧ଟା ଯାଏଁ ବର୍ଷ ପବନ ଲାଗି ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମଡ଼ି ଡ଼ିଜି। ଏହି ସମୟରେ ବାଲେସୋରେ ଜିଲ୍ଲାରେ ବର୍ଷା ଓ ପବନ ବେଶୀ ସମୟ ରହିପାରେ। ଏ ପ୍ରୟାନ୍ତ ପାରାଦୀପ ରେ ସର୍ବାଧିକ ପବବ ବହିବା ରେକର୍ଡ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆମ୍ଫାନ ଅପଡେଟ : ପାରାଦ୍ୱୀପଠାରୁ ଆଉ ୧୮୦ କମି ଦୂରରେ ବାତ୍ୟା ଆମ୍ଫାନ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦୀପଠାରୁ ଆଉ ୧୮୦ କିମି ଦୂରରେ ଥିବା ନେଇ ସୂଚନା ଦେଇଛନ୍ତି ଏସଆରସି । ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି, ଦୀଘାଠୁ ୩୨୦ ଓ ବାଂଲାଦେଶଠୁ ୪୮୦ କିମି ଦୂରରେ ରହିଛି ବାତ୍ୟା ଆମ୍ଫାନ ।

ତେବେ ପୂର୍ବ ନିର୍ଦ୍ଧାରିତ ସମୟନୁସାରେ ଏହା ଆଜି ସଂଧ୍ୟାରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିପାରେ, ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦-୧୮୦ କିମି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ବାତ୍ୟା ଆମ୍ଫାନର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ଟି ଜିଲ୍ଲାରୁ ମୋଟ ୧ ଲକ୍ଷ ୬ ହଜାର ୪୭୬ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ରାଜ୍ୟ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ତେବେ ପାରାଦ୍ୱୀପଠାରୁ ଆହୁରି ୧୮୦ କିମି ଦୂରରେ ଥିଲେ ମଧ୍ୟ ବାତ୍ୟା ଆମ୍ଫାନ ଗତକାଲି ରାତିରୁ ଓଡିଶାରେ ତାର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି। ଜଗତସିଂହପୁର ଜିଲ୍ଲାରେ ବର୍ତ୍ତମାନ ୯୮ କମିରୁ ଉର୍ଦ୍ଧ୍ୱ ବେଗରେ ପବନ ବହୁଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଗତ ରାତିରୁ ପବନର ବେଗ ବଢିବା ସହ ପ୍ରବଳ ବର୍ଷା ହେଉଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ଆରସିଙ୍କ ବାତ୍ୟା ଅପଡେଟ୍‌ ସୂଚନା‌ : ଏବେ ଘଣ୍ଟାକୁ 15 କିମି ବେଗରେ ଗତି କରୁଛି

ଭୁବନେଶ୍ବର : ବାତ୍ୟା ଆମ୍ପାନ୍‌ ଅପଡେଟ୍‌ ନେଇ ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ମହାବାତ୍ୟାରୁ ଖସି ଏବେ ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି । ବାତ୍ୟାର ବେଗ ବଢିଛି । ଏବେ ଘଣ୍ଟାକୁ 15 କିମି ବେଗରେ ଆଗକୁ ବଢୁଛି ଆମ୍ପାନ୍‌ । ଆଇଏମ୍‌ଡି ଡିଜିଙ୍କ କହିବାନୁସାରେ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରୁଛି ଆମ୍ପାନ୍‌ । କାଲି ସକାଳଠାରୁ ସନ୍ଧ୍ୟା ଯାଏ 6 ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପବନ ବେଗ 110ରୁ 120 କିମି ରହିବ । ସ୍ଥଳ ବିଶେଷରେ ଏହା 135 କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ସୂଚନା ରହିଛି । କିଛି ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଜପତିରେ ଭୂସ୍ଖଳନ ଆଶଙ୍କାରେ କିଛି ଲୋକଙ୍କୁ ମଧ୍ୟ ସ୍ଥାନାନ୍ତରଣ କରାଯାଉଛି ।

ଓଡ଼ିଶା ଉପକୂଳରେ ଆକସ୍ମିକ ଜୁଆର ମାଡିବା ସମ୍ଭାବନା  ନାହିଁ ବୋଲି କହିଛନ୍ତି । ସେହିପରି ଏଯାବତ୍‌ ମୋଟ 31ଟି ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ଏସ୍‌ଆରସି । ପବନ ବଢିବା ସମୟରେ ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାତ୍ୟା ଆଶ୍ରୟସ୍ଥଳରେ ରହିବା ସମୟରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ଏସ୍‌ଆରସି। ଆଜି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରବାସୀ ଶ୍ରମିକଙ୍କୁ ରାସ୍ତା ଉପରକୁ ଆସିବାକୁ ବାରଣ କରାଯାଇଛି ବୋଲି କହିଛନ୍ତି ଏସ୍‌ଆରସି ।

Categories
ଆଜିର ଖବର ରାଜ୍ୟ ଖବର

ପାରାଦୀପଠାରୁ 570 କିମି ଦୂରରେ ‘ଆମ୍ପାନ୍‌‌’

ଭୁବନେଶ୍ବର :  ଘଣ୍ଟାକୁ 14 କିମି ବେଗରେ ମାଡି ଆସୁଛି ମହାବାତ୍ୟା ଆମ୍ପାନ୍‌‌ । ଏହା ଏବେ ପାରାଦୀପଠାରୁ 570 କିମି ଦୂରରେ ରହିଥିବାବେଳ ପଶ୍ଚିମବଙ୍ଗ ଦୀଘାଠାରୁ 720 କିମି ଦୂରରେ ରହିଛି । ଆମ୍ପାନ୍‌’ ଅତି ଭୀଷଣ ରୂପ ନେଇ ଉତ୍ତର ଉତ୍ତରପୂର୍ବ ଦିଗକୁ ମୁହାଁଇବ ବୋଲି ସୂଚନା ରହିଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡ ଫଲ୍‌ କରିବ ‘ଆମ୍ପାନ୍‌’ । ଦୀଘା- ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍‌ କରିପାରେ ଆମ୍ପାନ୍‌ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ 165ରୁ 175 କିମି ରହିବ ।

ଆମ୍ପାନ୍‌ ସିଧାସଳଖ ଓଡ଼ିଶାରେ ମାଡ ହେଉନଥିଲେ ବି ଉପକୂଳବର୍ତ୍ତୀ 12ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ । ସବୁଠୁ ଅଧିକ ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ରହିବ । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗସର୍ବାଧିକ 135 କିଲୋମିଟର ଯାଏ ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ବରକୁ ପ୍ରବାସୀଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇଲେ ଜିଲ୍ଲାପାଳ

ଭୁବନେଶ୍ବର : ଆଜି ସନ୍ଧ୍ୟାରୁ ବାଲେଶ୍ବର ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବାତ୍ୟା ଆମ୍ଫାନ୍‌ ପାଇଁ 20 ତାରିଖ ଯାଏଁ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ବାହାରେ ରହୁଥିବା ତଥା ପ୍ରବାସୀଙ୍କ ଉପରେ କଟକଣା ଲଗାଯାଇଛି । ଫଳରେ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ମାନେ ବର୍ତ୍ତମାନ ବାଲେଶ୍ବରକୁ ଫେରିପାରିବେ ନାହିଁ ।

ବାତ୍ୟା ଆମ୍ଫାନ୍‌ ପାରାଦୀପର ଦକ୍ଷିଣକୁ 780 କିମି ଦୂରରେ ଅଛି ‘ଆମ୍ଫାନ୍‌’ । ମେ’ ୨୦ରେ ଅମ୍ପନ୍‌ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଭାବେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହି ସମୟରେ ସତର୍କ ରହିବା ସହିତ ଭୟଭୀତ ନହେବା ପାଇଁ ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପାରାଦୀପଠାରୁ 820କିମି ଦୂରରେ ‘ଆମ୍ଫାନ୍‌’

ଭୁବନେଶ୍ବର : ପାରାଦୀପଠାରୁ 820 କିମି ଦୂରରେ ରହିଛି ‘ଆମ୍ଫାନ୍‌’ । ଦୀଘାଠାରୁ 980 କିମି ଦୂରରେ ରହିଥିବାବେଳେ ଘଣ୍ଟାକୁ 13 କିମି ଦୂରରେ ଗତି କରୁଛି ବାତ୍ୟା ‘ଆମ୍ଫାନ୍‌’ । ଆସନ୍ତା 6 ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ଆମ୍ଫାନ୍‌’ । ବାତ୍ୟା ଅତି ଭୀଷଣ ରୂପ ନେଇ ଉତ୍ତର – ଉତ୍ତରପୂର୍ବ ଦିଗକୁ ମୁହାଁଇବ । 20 ତାରିଖ ସନ୍ଧ୍ୟାରେ ଦୀଘା – ହାତିଆ ମଧ୍ୟରେ  ବାତ୍ୟା ଆମ୍ଫାନ୍‌ ଅତିକ୍ରମ କରିବ ବୋଲି ସୂଚନା ରହିଛି । ଏହା ପ୍ରଭାବରେ ଆଜିଠାରୁ 20 ଯାଏଁ ଓଡ଼ିଶାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାରେ 45ରୁ 55 କିମି ବେଗରେ ପବନ ସମ୍ଭାବନା ରହିଥିବାବେଳେ ଉପକୂଳ ଓଡ଼ିଶାର ଆଜି ସନ୍ଧ୍ୟାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ୍‌’ ଯୋଗୁଁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା । ତେବେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ।

Categories
ଆଜିର ଖବର

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଉଛି ଆମ୍ଫାନ

ଭୁବନେଶ୍ବର : ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଥିବା ବାତ୍ୟା ଆମ୍ଫାନ ଆଜି ସନ୍ଧ୍ୟାରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଏକ ପ୍ରେସ୍‌ ମିଟ୍‌ରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ୍ତ ଜେନା ଏହି ସୂଚନା ଦଇଛନ୍ତି । ଏବେ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ପ୍ରାୟ 980 କିଲୋମିଟର ଦୂରରେ ରହିଛି ଆମ୍ଫାନ । ଏହା ଘଣ୍ଟା ପ୍ରତି 6 କିଲୋମିଟର ବେଗରେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା 20 ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗ ସାଗର ଦ୍ୱୀପ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିବ । ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇଥିବା ଅମ୍ପାନ ଧୀରେ ଧୀରେ ଘନୀଭୂତ ହୋଇ ଧୀର ବେଗରେ ଗତି କରୁଛି । ତେବେ ଓଡ଼ିଶାରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି । ବାତ୍ୟା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି । ଉପକୂଳ ଓ ଉତର ଓଡ଼ିଶାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି । 4ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଏବଂ ଭଦ୍ରକ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଆମ୍ଫାନ୍‌ ମୁକାବିଲା : 6ଟି ଜିଲ୍ଲାକୁ ଗଲା ଏନ୍‌ଡିଆରଏଫ୍‌ ଟିମ୍‌

ଭୁବନେଶ୍ବର : ବାତ୍ୟା ଆମ୍ଫାନର ମୁକାବିଲା ପାଇଁ ଓଡିଶା ସରକାର ତତ୍ପର ରହିଥିବା ବେଳେ ଆଜି 6ଟି ଜିଲ୍ଲାକୁ ଯାଇଛି ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ପୂର୍ବରୁ 4ଟି ଜିଲ୍ଲାରେ ଏନ୍‌ଡିଆରଏଫ୍‌ ଟିମ୍‌ ମହଜୁଦ ରହିଥିବା ବେଳେ ଆଜି ଆଉ 6ଟି ଜିଲ୍ଲାକୁ ଏନ୍‌ଡିଆରଏଫ୍‌ ଟିମ୍‌ ପଠାଯାଇଛି । ପୁରୀ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦ୍ରାପଡା, ଯାଜପୁର ଏବଂ ଭଦ୍ରକକୁ ଏହି ଟିମ୍‌ ଗୁଡିକ ଯାଇଛି । ପ୍ରତି ଜିଲ୍ଲାକୁ ଗୋଟିଏ ଲେଖାଏଁ ଏନ୍‌ଡିଆରଏଫ୍‌ ଟିମ୍‌ ପଠାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତାକାଲିଠୁ ବାତ୍ୟାର ରୂପ ନେବାକୁ ଯାଉଥିବା ଆମ୍ଫାନ ଓଡିଶ ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି ।