ପାରାଦୀପଠାରୁ 570 କିମି ଦୂରରେ ‘ଆମ୍ପାନ୍‌‌’

Published: May 19, 2020, 8:03 am IST

ଭୁବନେଶ୍ବର :  ଘଣ୍ଟାକୁ 14 କିମି ବେଗରେ ମାଡି ଆସୁଛି ମହାବାତ୍ୟା ଆମ୍ପାନ୍‌‌ । ଏହା ଏବେ ପାରାଦୀପଠାରୁ 570 କିମି ଦୂରରେ ରହିଥିବାବେଳ ପଶ୍ଚିମବଙ୍ଗ ଦୀଘାଠାରୁ 720 କିମି ଦୂରରେ ରହିଛି । ଆମ୍ପାନ୍‌’ ଅତି ଭୀଷଣ ରୂପ ନେଇ ଉତ୍ତର ଉତ୍ତରପୂର୍ବ ଦିଗକୁ ମୁହାଁଇବ ବୋଲି ସୂଚନା ରହିଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡ ଫଲ୍‌ କରିବ ‘ଆମ୍ପାନ୍‌’ । ଦୀଘା- ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍‌ କରିପାରେ ଆମ୍ପାନ୍‌ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ 165ରୁ 175 କିମି ରହିବ ।

ଆମ୍ପାନ୍‌ ସିଧାସଳଖ ଓଡ଼ିଶାରେ ମାଡ ହେଉନଥିଲେ ବି ଉପକୂଳବର୍ତ୍ତୀ 12ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ । ସବୁଠୁ ଅଧିକ ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ରହିବ । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗସର୍ବାଧିକ 135 କିଲୋମିଟର ଯାଏ ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

Related posts