Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସ୍‌ଆରସିଙ୍କ ବାତ୍ୟା ଅପଡେଟ୍‌ ସୂଚନା‌ : ଏବେ ଘଣ୍ଟାକୁ 15 କିମି ବେଗରେ ଗତି କରୁଛି
ଆଜିର ଖବର

ଏସ୍‌ଆରସିଙ୍କ ବାତ୍ୟା ଅପଡେଟ୍‌ ସୂଚନା‌ : ଏବେ ଘଣ୍ଟାକୁ 15 କିମି ବେଗରେ ଗତି କରୁଛି

May 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ବାତ୍ୟା ଆମ୍ପାନ୍‌ ଅପଡେଟ୍‌ ନେଇ ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ମହାବାତ୍ୟାରୁ ଖସି ଏବେ ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି । ବାତ୍ୟାର ବେଗ ବଢିଛି । ଏବେ ଘଣ୍ଟାକୁ 15 କିମି ବେଗରେ ଆଗକୁ ବଢୁଛି ଆମ୍ପାନ୍‌ । ଆଇଏମ୍‌ଡି ଡିଜିଙ୍କ କହିବାନୁସାରେ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରୁଛି ଆମ୍ପାନ୍‌ । କାଲି ସକାଳଠାରୁ ସନ୍ଧ୍ୟା ଯାଏ 6 ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପବନ ବେଗ 110ରୁ 120 କିମି ରହିବ । ସ୍ଥଳ ବିଶେଷରେ ଏହା 135 କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ସୂଚନା ରହିଛି । କିଛି ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଜପତିରେ ଭୂସ୍ଖଳନ ଆଶଙ୍କାରେ କିଛି ଲୋକଙ୍କୁ ମଧ୍ୟ ସ୍ଥାନାନ୍ତରଣ କରାଯାଉଛି ।

ଓଡ଼ିଶା ଉପକୂଳରେ ଆକସ୍ମିକ ଜୁଆର ମାଡିବା ସମ୍ଭାବନା  ନାହିଁ ବୋଲି କହିଛନ୍ତି । ସେହିପରି ଏଯାବତ୍‌ ମୋଟ 31ଟି ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ଏସ୍‌ଆରସି । ପବନ ବଢିବା ସମୟରେ ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାତ୍ୟା ଆଶ୍ରୟସ୍ଥଳରେ ରହିବା ସମୟରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ଏସ୍‌ଆରସି। ଆଜି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରବାସୀ ଶ୍ରମିକଙ୍କୁ ରାସ୍ତା ଉପରକୁ ଆସିବାକୁ ବାରଣ କରାଯାଇଛି ବୋଲି କହିଛନ୍ତି ଏସ୍‌ଆରସି ।

aamphan SRC
Share. Facebook Twitter LinkedIn Email WhatsApp Copy Link

Related Posts

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026
Latest News

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.