Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ନେଇ ଆଜି ସଂଧ୍ୟା 7ଟାରେ ରାଜ୍ୟ ସରକାର କରିବେ ନୂଆ ଘୋଷଣା

ଭୁବନେଶ୍ବର, ଆଜି ସଂଧ୍ୟା 7 ଟାରେ କରୋନା ନେଇ ରାଜ୍ୟ ସରକରାଙ୍କ ତରଫରୁ କିଛି ନୂଆ ନିଷ୍ପତି ଘୋଷଣା କରାଯିବ। ଆଜି ସ୍ବତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ଏକ ଭିଡିଓ ବାର୍ତ୍ତା ଜାରୀ କରିବେ। ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ କେଉଁ ଉପରେ କହିବେ ସେ ନେଇ କିଛି କୁହାଯାଇ ନାହିଁ।

ତେବେ ବର୍ତ୍ତମାନ ରାଜ୍ୟରେ ଯେପରି ହୁହୁ ହୋଇ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି ସେଥିରେ ରାଜ୍ୟ ସରକାର କିଛି ନୂଆ ତଥ୍ୟ ରଖିପାରନ୍ତି। ପୂର୍ବରୁ ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଭିଡିଓ ବାର୍ତ୍ତା ମାଧ୍ୟମରେ ନାଇଟ କର୍ଫୁ ଘୋଷଣା କରିଥିଲେ। ସେହିପରି ଏସଆରସି ମଧ୍ୟ ଆଜି କିଛି କହିପାରନ୍ତି ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାତିରେ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ବର : କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଆଜି ରାତି 10ଟାରୁ ସକାଳ 5ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ତେବେ ଏହିସମୟରେ ଜରୁରୀ କାଳୀନ ସାମଗ୍ରୀର ପରିବହନ ହୋଇପାରିବ । ଅତ୍ୟାବଶ୍ୟକ ସେବାକୁ ନାଇଟ୍‌ କର୍ଫ୍ୟୁରୁ ବାଦ୍‌ ଦିଆଯାଇଛି । ନାଇଟ୍‌ କର୍ଫ୍ୟୁକୁ ସହଯୋଗ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଏସ୍‌ଆରସି । ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଅବସରରେ ଗହଳିକୁ ଏଡାଇବାକୁ ସରକାର କଟକଣା ଜାରିକରିଛନ୍ତି।

ସୂଚନାଅନୁସାରେ, ନୂଆବର୍ଷକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି । ମୁମ୍ବାଇରେ କିଛି ସ୍ଥାନରେ 144 ମଧ୍ୟ ଜାରି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା 30 ତାରିଖରୁ ତିନିଦିନ ଧରି ଓଡିଶାରେ ପ୍ରବଳ ବର୍ଷା, ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର, ପୂର୍ବ ବିହାର ଏବଂ ପଶ୍ଚିମ ବଂଗର ବଙ୍ଗୋବ ସାଗରରେ ଏକ ବାତ୍ୟାବଳୟ ସୃଷ୍ଟି ହୋଇଥିବାରୁ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ବଳୟଟି ସମୁଦ୍ର ପତନରୁ 3 କିଲୋମିଟର ଉଚ୍ଚର ରହିଛି। ଏହାର ପ୍ରଭାବ ଆସନ୍ତା 30 ତାରିଖୁ ସ୍ଥଳ ଭାଗରେ ଅନୁଭୂତ ହେବ। ଫଳରେ ଓଡିଶାରେ 30 ତାରିଖ ପାଇଁ 16 ଟି ଜିଲ୍ଲାରେ ୱେଲୋ ୱାର୍ଣ୍ଣି ଦିଆଯାଇଛି।

ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ଢେଙ୍କାନାଳ। ତେବେ ସେଦିନ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଗଂଜାମ, ଗଜପତି, ପୁରୀ, ନୟାଗଡ ଏବଂ କନ୍ଧମାଳ।

ଏସବୁ ଦୃଷ୍ଟିରେ ରଖି ଆଜି ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖି ଜଣାଇ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳମାନଙ୍କୁ ଆଲର୍ଟ ଏସ୍‌ଆରସି

ଭୁବନେଶ୍ବର : ପ୍ରବଳ ବର୍ଷା ନେଇ 10 ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ପରେ ପଦକ୍ଷେପ ନେଇଛନ୍ତି ଏସଆରସି । ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ପାଣି ଜମିବା, ଆକସ୍ମିକ ବନ୍ୟା, ଭୂସ୍ଖଳନ ନେଇ ଆଲର୍ଟ କରିଛନ୍ତି ଏସଆରସି । ବିଡ଼ିଓ, ତହସିଲଦାର, ଇଂଜିନିୟରମାନଙ୍କୁ ଆଲର୍ଟ ପାଇଁ ନିର୍ଦ୍ଦେଶ ଦେଇଭଛନ୍ତି । ନଦୀ ବନ୍ଧ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି । ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଆଲର୍ଟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଟିଏମ୍‌ସି ସେଣ୍ଟର ଖର୍ଚ୍ଚର ହିସାବ ମାଗିଲେ ସରକାର

ଭୁବନେଶ୍ବର : ରାଜ୍ୟ ବାହାରୁ କିମ୍ବା କରୋନା ଲକ୍ଷଣ ଦେଖାଦେଲେ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ ,ପିଡ଼ି ଓ ବିଡ଼ିଓଙ୍କୁ ଚିଠି ଲେଖି ଖର୍ଚ୍ଚର ହିସାବ ମାଗିଛି ପଞ୍ଚାୟତିରାଜ ବିଭାଗ । ଜୁନ 19 ତାରିଖ ସୁଦ୍ଧା ଖର୍ଚ୍ଚର ହିସାବ ଦେବାକୁ ପଞ୍ଚାୟତିରାଜ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପଞ୍ଚାୟତସ୍ତରରେ ପ୍ରାୟ 16813ଟି ସଙ୍ଗରୋଧ କେନ୍ଦ୍ର ରହିଥିବା ନେଇ ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବେ ଜିଲ୍ଲାପାଳ

ଭୁବନେଶ୍ବର : ଆସନ୍ତା 48 ଘଣ୍ଟା ମଧ୍ୟରେ ବାତ୍ୟା କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଆସନ୍ତା 48 ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଆମ୍ପାନ୍‌ ଅପ୍‌ଡେଟ୍‌ : ମଧ୍ୟରାତ୍ରିରୁ ବଢିବ ପବନର ବେଗ!

ଭୁବନେଶ୍ବର : ଆମ୍ପାନ ଦ୍ବାରା ରାଜ୍ୟର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ମୁକାବିଲା ନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ବିଭିନ୍ନ ଜିଲ୍ଲାକୁ 15ଟି ଏନ୍‌ଡିଆର୍‌ଏଫ୍‌ ଏବଂ 16ଟି ଓଡ୍ରାଫ୍‌ ଟିମ୍‌ ପଠାଯାଇଥିବା ବେଳେ 217ଟି ଅଗ୍ନିଶମ ଟିମ୍‌କୁ ପଠାଯାଇଛି । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଲୋକମାନଙ୍କର ସ୍ଥାନାନ୍ତରଣ ଜାରି ରହିଛି । ମଧ୍ୟରାତ୍ରରୁ ପବନର ବେଗ ବଢିବାର ସମ୍ଭାବନା ରହିଥିବାରୁ ଲୋକମାନଙ୍କୁ ଏହାପୂର୍ବରୁ ସ୍ଥାନାନ୍ତର କରାଯିବ । ଦିନ 3ଟା ସୁଦ୍ଧା 35 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ବିଦ୍ୟୁତ୍‌ ସେବା ଏବଂ ପାନୀୟ ଜଳକୁ ନିରବଛିନ୍ନ ଭାବରେ ଜାରି ରଖିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲାରେ ପହଞ୍ଚିଥିବା ନେଇ ଏସ୍‌ଆରସି କହିଛନ୍ତି । ସେହିପରି ବାତ୍ୟା ଆଶ୍ରୟସ୍ଥଳରେ ସାମାଜିକ ଦୂରତ୍ବକୁ ମାନିବା ପାଇଁ ଏସ୍‌ଆରସି ନିବେଦନ କରିଛନ୍ତି । ବାତ୍ୟା ସମୟରେ ବାହାରକୁ ନବାହାରିବା ପାଇଁ ଏସ୍‌ଆରସି ନିବେଦନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ଆରସିଙ୍କ ବାତ୍ୟା ଅପଡେଟ୍‌ ସୂଚନା‌ : ଏବେ ଘଣ୍ଟାକୁ 15 କିମି ବେଗରେ ଗତି କରୁଛି

ଭୁବନେଶ୍ବର : ବାତ୍ୟା ଆମ୍ପାନ୍‌ ଅପଡେଟ୍‌ ନେଇ ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ମହାବାତ୍ୟାରୁ ଖସି ଏବେ ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି । ବାତ୍ୟାର ବେଗ ବଢିଛି । ଏବେ ଘଣ୍ଟାକୁ 15 କିମି ବେଗରେ ଆଗକୁ ବଢୁଛି ଆମ୍ପାନ୍‌ । ଆଇଏମ୍‌ଡି ଡିଜିଙ୍କ କହିବାନୁସାରେ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରୁଛି ଆମ୍ପାନ୍‌ । କାଲି ସକାଳଠାରୁ ସନ୍ଧ୍ୟା ଯାଏ 6 ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପବନ ବେଗ 110ରୁ 120 କିମି ରହିବ । ସ୍ଥଳ ବିଶେଷରେ ଏହା 135 କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ସୂଚନା ରହିଛି । କିଛି ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଜପତିରେ ଭୂସ୍ଖଳନ ଆଶଙ୍କାରେ କିଛି ଲୋକଙ୍କୁ ମଧ୍ୟ ସ୍ଥାନାନ୍ତରଣ କରାଯାଉଛି ।

ଓଡ଼ିଶା ଉପକୂଳରେ ଆକସ୍ମିକ ଜୁଆର ମାଡିବା ସମ୍ଭାବନା  ନାହିଁ ବୋଲି କହିଛନ୍ତି । ସେହିପରି ଏଯାବତ୍‌ ମୋଟ 31ଟି ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ଏସ୍‌ଆରସି । ପବନ ବଢିବା ସମୟରେ ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାତ୍ୟା ଆଶ୍ରୟସ୍ଥଳରେ ରହିବା ସମୟରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ଏସ୍‌ଆରସି। ଆଜି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରବାସୀ ଶ୍ରମିକଙ୍କୁ ରାସ୍ତା ଉପରକୁ ଆସିବାକୁ ବାରଣ କରାଯାଇଛି ବୋଲି କହିଛନ୍ତି ଏସ୍‌ଆରସି ।

Categories
ବିଶେଷ ଖବର

ଆମ୍ଫାନର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଅମ୍ଫାନ୍‌ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏବଂ ଏସ୍‌ଆରସି ପ୍ରଦୀପ୍‌ ଜେନାଙ୍କ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ନିରନ୍ତର ଯୋଗାଯୋଗ ଜାରି ରହିଛି । ଏହା ସହିତ 4 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ 4 ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି । ବାଲେଶ୍ବର ଜିଲ୍ଲା ପାଇଁ ମଧୁସୂଦନ ପାଢୀ, ଭଦ୍ରକ ପାଇଁ ସୁଶୀଲ ଲୋହାନି, କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା ଏବଂ ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି 4 ପ୍ରଶାସନିକ ଅଧିକାରୀ ଉକ୍ତ ଜିଲ୍ଲା ମାନଙ୍କରେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ଏହା ସହିତ ରାଜ୍ୟ ସରକାର ବାତ୍ୟାକୁ ନେଇ ସରକାର ନିଜର ପୂର୍ବ ଅଭିଜ୍ଞତାର ବିନିଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଯଦି ବିଦ୍ୟୁତ ସରବରାହ ବିଛିନ୍ନ ହୁଏ ଏହାକୁ ତୁରନ୍ତ ପୁନର୍ବ୍ୟବସ୍ଥିତ କରିବାର ପ୍ରୟାସ କରାଯିବ ।

12ଟି ଜିଲ୍ଲାକୁ ସମୁଦାୟ 13ଟି ଏନ୍‌ଡିଆରଏଫ୍‌ ଟିମ୍‌, 15ଟି ଓଡ୍ରାଫ୍‌ ଟିମ୍‌ ଏବଂ 217ଟି ଅଗ୍ନିଶମ ବିଭାଗ ଟିମ୍‌ ପଠାଯାଇଛି । ଏହି 217ଟି ଟିମ୍‌ 509ଟି ସବ୍‌ଟିମ୍‌ ହୋଇ କାମ କରିପାରିବେ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର ମତ ଦେଇଛନ୍ତି । ସେହିପରି ଏନ୍‌ଡିଆରଏଫ୍‌ର 6ଟି ଟିମ୍‌, 5ଟି ଓଡ୍ରାଫ୍‌ ଟିମ୍‌ ଏବଂ 17ଟି ଅଗ୍ନିଶମ ବିଭାଗ ଟିମ୍‌ ରିଜର୍ଭ ଭାବରେ ରଖାଯାଇଛି । ଆସନ୍ତା କାଲି ଏହାକୁ ନେଇ ଜିଲ୍ଲାପାଳଙ୍କ ସହିତ ଆଉ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରଣ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା କାଲି ସୁଦ୍ଧା ଏହାକୁ ସମାପ୍ତ କରିବାର ଯୋଜନା ରଖାଯାଇଛି । ବର୍ତ୍ତମାନ 598ଟି ବାତ୍ୟା ଆଶ୍ରୟସ୍ଥଳ ରହିଛି । ସମସ୍ତ ଟ୍ୟାଙ୍କର ଗୁଡିକୁ ପାଣିରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି । ରାଜ୍ୟରେ ଉପଲବ୍ଧ ରହିଥିବା ସମସ୍ତ ହୋର୍ଡିଂ ଗୁଡିକୁ ହଟାଯିବାର ପ୍ରୟାସ କରାଯାଉଥିବା ନେଇ ଏସ୍‌ଆରସି ସୂଚନା ଦେଇଛନ୍ତି । ସମୁଦ୍ର ମଧ୍ୟକୁ ଯାଇଥିବା 4 ହଜାର ବୋଟ୍‌ ବର୍ତ୍ତମାନ ସୁଦ୍ଧା ଫେରି ଆସିଥିବା ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟାକୁ ନେଇ ଭୟଭୀତ ନହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ବାତ୍ୟା ଅମ୍ଫାନକୁ ନେଇ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଏହି ବୈଠକରେ 12ଟି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ସାମିଲ ହୋଇଥିଲେ । ପୂର୍ବରୁ ରାଜ୍ୟ୍ ଫନି, ତିତଲି, ବୁଲବୁଲ, ଫାଇଲିନ୍‌ ପରି ବାତ୍ୟାର ସଫଳତାର ସହିତ ମୁକାବିଲା କରିଛି ତେଣୁ ସାଧରଣ ଜନତା ଆତଙ୍କିତ ନହୋଇ ସରକାରଙ୍କ ସହାୟତା କରିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ସଜାଗ ରହିଛି ତେଣୁ ସାଧାରଣ ଜନତା ଆଦୌ ଭୟଭୀତ ହେବା ଅନୁଚିତ । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ରାସ୍ତା, ବିଜୁଳି ଓ ପାନୀୟ ଜଳଯୋଗାଣକୁ ସ୍ବାଭାବିକ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ନିମନ୍ତେ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ବୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ବାତ୍ୟାର ମୁକାବିଲା ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ସହିତ ଆଲୋଚନା କରିଥିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟର ସମସ୍ତ ବିଭାଗ ପ୍ରସ୍ତୁତ ରହିଥିବା ନେଇ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 567ଟି ବାତ୍ୟା ଆଶ୍ରୟସ୍ଥଳ ଏବଂ 7 ହଜାର ପକ୍କା ଘର ପ୍ରସ୍ତୁତ କରାଯାଇଛି ଯେଉଁଥିରେ 11 ଲକ୍ଷ ଲୋକ ଅବସ୍ଥାନ କରିପାରିବେ । ଏହା ସହିତ 3ଟି ଏନ୍‌ଡିଆରଏଫ୍‌, 12ଟି ଓଡ୍ରାଫ୍‌ ଏବଂ 355 ୟୁନିଟ୍‌ ଅଗ୍ନିଶମ ସେବା ବାହିନୀ ମୁତୟନ ରହିଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଥିଲେ । ସେହିଭଳି 4ଟି ଜିଲ୍ଲାରେ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସମୟରେ ଡାକ୍ତରଖାନାକୁ ନିରବଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବା ସହିତ ସହରାଞ୍ଚଳର ଜଳଆବଦ୍ଧ ସମସ୍ୟା ଦୂର କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ସହିତ ବିଭିନ୍ନ ବିଭାଗର ସଚିବ ଏବଂ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଲକ୍‌ଡାଉନ୍‌ରୁ ବାଦ ପଡିଲା କୃଷି କାର୍ଯ୍ୟ : କୃଷିଜାତ ଦ୍ରବ୍ୟର ପରିବହନ ଉପରୁ କଟକଣା ହଟିଲା

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯିବା ପୂର୍ବରୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏକ ପ୍ରେସ୍‌ ମିଟ୍‌ କରିଛନ୍ତି । ଏହି ପ୍ରେସ୍‌ ମିଟ୍‌ରେ କୃଷିକାର୍ଯ୍ୟକୁ ଲକ୍‌ଡାଉନ୍‌ରୁ ରିହାତି ପ୍ରଦାନ କରାଯାଇଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଥିଲେ । ଆସନ୍ତା କାଲି ଠାରୁ ଲାଗୁ ହେବାକୁ ଥିବା ଲକ୍‌ଡାଉନ୍‌ରେ ସମସ୍ତ ପ୍ରକାର ଚାଷ କାର୍ଯ୍ୟ କରିହେବ । ଏପରିକି କୃଷି ଓ କୃଷି ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର ମଧ୍ୟ ଖୋଲା ରଖାଯିବ । ତଳି ରୁଆଁ ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯାଇପାରିବ । ଏପରିକି ମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ନେବା ଉପରେ କୌଣସି କଟକଣା ଲଗାଯିବ ନାହିଁ । ରାଜ୍ୟର ସମସ୍ତ ଶୀତଳଭଣ୍ଡାର ଓ ଗୋଦାମ ଖୋଲା ରହିବ । ଖରିଫ ଋଣ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ଏବଂ ରବି ଫସଲ ପରେ ସମସ୍ତ ମଣ୍ଡି ଖୋଲା ରହିବ ବୋଲି ଜଣାପଡିଛି । ତେବେ କୃଷି ଉପରୁ ଲକ୍‌ଡାଉନ୍‌ କଟକଣା ହଟାଯାଇଥିଲେ ମଧ୍ୟ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି ।