ଆମ୍ଫାନ ଅପଡେଟ : ପାରାଦ୍ୱୀପଠାରୁ ଆଉ ୧୮୦ କମି ଦୂରରେ ବାତ୍ୟା ଆମ୍ଫାନ

Published: May 20, 2020, 7:25 am IST

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦୀପଠାରୁ ଆଉ ୧୮୦ କିମି ଦୂରରେ ଥିବା ନେଇ ସୂଚନା ଦେଇଛନ୍ତି ଏସଆରସି । ଗତ ୬ ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି, ଦୀଘାଠୁ ୩୨୦ ଓ ବାଂଲାଦେଶଠୁ ୪୮୦ କିମି ଦୂରରେ ରହିଛି ବାତ୍ୟା ଆମ୍ଫାନ ।

ତେବେ ପୂର୍ବ ନିର୍ଦ୍ଧାରିତ ସମୟନୁସାରେ ଏହା ଆଜି ସଂଧ୍ୟାରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିପାରେ, ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦-୧୮୦ କିମି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ବାତ୍ୟା ଆମ୍ଫାନର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ଟି ଜିଲ୍ଲାରୁ ମୋଟ ୧ ଲକ୍ଷ ୬ ହଜାର ୪୭୬ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ରାଜ୍ୟ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ତେବେ ପାରାଦ୍ୱୀପଠାରୁ ଆହୁରି ୧୮୦ କିମି ଦୂରରେ ଥିଲେ ମଧ୍ୟ ବାତ୍ୟା ଆମ୍ଫାନ ଗତକାଲି ରାତିରୁ ଓଡିଶାରେ ତାର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଛି। ଜଗତସିଂହପୁର ଜିଲ୍ଲାରେ ବର୍ତ୍ତମାନ ୯୮ କମିରୁ ଉର୍ଦ୍ଧ୍ୱ ବେଗରେ ପବନ ବହୁଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଗତ ରାତିରୁ ପବନର ବେଗ ବଢିବା ସହ ପ୍ରବଳ ବର୍ଷା ହେଉଥିବା ଜଣାପଡିଛି।

Related posts