ପାରାଦୀପଠାରୁ 820କିମି ଦୂରରେ ‘ଆମ୍ଫାନ୍‌’

Published: May 18, 2020, 7:52 am IST

ଭୁବନେଶ୍ବର : ପାରାଦୀପଠାରୁ 820 କିମି ଦୂରରେ ରହିଛି ‘ଆମ୍ଫାନ୍‌’ । ଦୀଘାଠାରୁ 980 କିମି ଦୂରରେ ରହିଥିବାବେଳେ ଘଣ୍ଟାକୁ 13 କିମି ଦୂରରେ ଗତି କରୁଛି ବାତ୍ୟା ‘ଆମ୍ଫାନ୍‌’ । ଆସନ୍ତା 6 ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ଆମ୍ଫାନ୍‌’ । ବାତ୍ୟା ଅତି ଭୀଷଣ ରୂପ ନେଇ ଉତ୍ତର – ଉତ୍ତରପୂର୍ବ ଦିଗକୁ ମୁହାଁଇବ । 20 ତାରିଖ ସନ୍ଧ୍ୟାରେ ଦୀଘା – ହାତିଆ ମଧ୍ୟରେ  ବାତ୍ୟା ଆମ୍ଫାନ୍‌ ଅତିକ୍ରମ କରିବ ବୋଲି ସୂଚନା ରହିଛି । ଏହା ପ୍ରଭାବରେ ଆଜିଠାରୁ 20 ଯାଏଁ ଓଡ଼ିଶାରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାରେ 45ରୁ 55 କିମି ବେଗରେ ପବନ ସମ୍ଭାବନା ରହିଥିବାବେଳେ ଉପକୂଳ ଓଡ଼ିଶାର ଆଜି ସନ୍ଧ୍ୟାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ୍‌’ ଯୋଗୁଁ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା । ତେବେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ।

Related posts