Categories
ଆଜିର ଖବର

ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ, ଶୀଘ୍ର ପ୍ରକାଶିତ ହେବ ପ୍ରାର୍ଥୀ ତାଲିକା – ନବୀନ ପଟ୍ଟନାୟକ

ଗତକାଲି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ୍। ମୋଟ ୭ଟି ପର୍ଯାୟରେ ନିର୍ବାଚନ ହେବ। ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମେ’ ମାସ ୧୯ ତାରିଖରେ ସପ୍ତମ ଅର୍ଥାତ୍ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ସେହିପରି ଓଡିଶାରେ ୪ଟି ପର୍ଯ୍ୟାୟରେ ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ମତଦାନ ହେବ। ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ଏକାସଙ୍ଗେ ମତଦାନ ନିଆଯିବ। ମେ’ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନୀ ତାରିଖ ଘୋଷଣା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରିବା ସହିତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ନବୀନ। ଏଥିସହିତ ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନରେ ବିଜେଡ଼ି ବେଶ୍‌ ଭଲ କରିବ ବୋଲି ନବୀନ ଦୃଢୋକ୍ତି କରିଛନ୍ତି । ୪ ପାଳି ଧରି ଓଡ଼ିଶାର ଶାସନ ଡୋରି ସମ୍ଭାଳି ଥିବା ନବୀନ ପଟ୍ଟନାୟକ ଏଥରର ଲୋକସଭା ଆସନ ପାଇଁ  ୩୩ ପ୍ରତିଶତ ମହିଳା ନିର୍ବାଚନ ଲଢିବେ ବୋଲି ଘାେଷଣା କରିଛନ୍ତି।