Categories
ଆଜିର ଖବର ଜାତୀୟ ଖବର ସିନେମା

୧୮୦ କୋଟି ଋଣରେ ଥିଲେ ନିତିନ ଦେଶାଇ, ସାମ୍ନାକୁ ଆସିଲା ମୃତ୍ୟୁ ପଛର ଏହି ବଡ କାରଣ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇ ୫୮ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ନିଜ ଷ୍ଟୁଡିଓରେ ରଶି ଲଗାଇ ନିତିନ ମୃତ୍ୟୁକୁ ଗ୍ରହଣ କରିଛନ୍ତି। କର୍ଜତରେ ଅବସ୍ଥିତ ଅତି ପ୍ରସିଦ୍ଧ ND ଷ୍ଟୁଡିଓରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଷ୍ଟୁଡିଓକୁ ନିତିନ ଦେଶାଇଙ୍କ ସ୍ୱପ୍ନର ପ୍ରୋଜେକ୍ଟ କୁହାଯାଉଥିଲା। ତାଙ୍କର ଅକାଳ ମୃତ୍ୟୁକୁ ନେଇ ପୁରା ବଲିଉଡ ଶୋକ ପ୍ରକାଶ କରିଛି। ଖବର ଅନୁଯାୟୀ, କୋଟି କୋଟି ଟଙ୍କାର ଋଣ ଯୋଗୁଁ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି।

ସୂଚନାନୁସାରେ, ନିତିନ ଦେଶାଇ ଏକ ଫାଇନାନ୍ସ କମ୍ପାନୀରୁ ପ୍ରାୟ ୧୮୦ କୋଟି ଋଣ ନେଇଥିଲେ, ଯେଉଁଥିପାଇଁ ସେ ଚିନ୍ତାରେ ଥିଲେ। ଆର୍ଥିକ ସମସ୍ୟା ଏବଂ ଋଣ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି। ଏକ ଖବର ମଧ୍ୟ ଅଛି ଯେ, ସେ ତାଙ୍କର ସମ୍ପତ୍ତି ବନ୍ଧକ ରଖିଥିଲେ, ଯାହାକୁ ବିକ୍ରୟ କରି କମ୍ପାନୀ ପୁନରୁଦ୍ଧାର କରିବାକୁ ଚାହୁଁଥିଲା।

ତିନି ବର୍ଷ ଧରି ND ଷ୍ଟୁଡିଓ କ୍ଷତିରେ ଥିଲା:

ନିତିନ ଦେଶାଇଙ୍କ ଆତ୍ମହତ୍ୟା ମାମଲାରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପୋ (FWICE) ସଭାପତି ବି.ଏନ୍ ତିୱାରୀ କହିଛନ୍ତି ଯେ, ସେ ଏନଡି ଷ୍ଟୁଡିଓ ପଛରେ ବହୁ ଟଙ୍କା ବିନିଯୋଗ କରିଛନ୍ତି। ସେଠାରେ ପ୍ରାୟ ୧୫୦ ଲୋକ କାମ କରୁଥିଲେ। ଏତେ ବଡ ଷ୍ଟୁଡିଓରେ ଗୋଟିଏ ଦୁଇଟି ଚଳଚ୍ଚିତ୍ରର ସୁଟିଂ ରୁ କିଛି ଲାଭ ନାହିଁ। କରୋନା ଅବଧି ପରଠାରୁ ଷ୍ଟୁଡିଓ କ୍ଷତିରେ ଚାଲୁଥିଲା। ସେ ଆର୍ଥିକ ସହାୟତା ପାଇନଥିଲେ ଏବଂ ଋଣ ବୃଦ୍ଧି ହେବାରେ ଲାଗିଲା।