Categories
ଜାତୀୟ ଖବର ବିଶେଷ ଖବର

ବିହାରରେ କାମ କରିବ କି ଡିଭାଇଡ୍‌ ଆଣ୍ଡ୍‌ ରୁଲ୍‌ ପଲିସି!: ଲୋଭ ଦେଖାଇ ଫାଇଦା ପାଇଁ ଚାଲିଛି ମସୁଧା

ପାଟନା: ରାଜନୀତି ହେଉଛି ସତରଞ୍ଜ ଖେଳ ପରି। ଏଠି କୋଉ ମୁହୂର୍ତ୍ତରେ ସରକାର ଗଡିଯିବ କେହି କହିପାରିବେ ନାହିଁ। ରାଜନୀତିର କୂଟ ଚାଲ୍‌ ଆଗରେ ଜନାଦେଶ ବି ଫେଲ୍‌ ମାରିଯାଏ। ମହାରାଷ୍ଟ୍ରର ରାଜନୀତି ହେଉ କି ମଧ୍ୟପ୍ରଦେଶ କିମ୍ବା କର୍ଣ୍ଣାଟକ, ସବୁଠି ରାଜନୀତିର କୂଟ ଚାଲ୍‌ ଆଗରେ ସବୁ ପ୍ରଯତ୍ନ ବିଫଳ ପ୍ରମାଣିତ ହୋଇଛି। ବିହାର ରାଜନୀତିରେ ମଧ୍ୟ ଏବେ ହଲ୍‌ଚଲ ଆରମ୍ଭ ହେଲାଣି।

ନିକଟରେ ବିହାର ବିଧାନସଭାରେ ବାଜିମାତ୍‌ ମାରିଥିବା ବିଜେପି ଓ ଜେଡିୟୁ ମେଣ୍ଟ ଗଠନ କରି ଶାସନ ଚଳାଇଛନ୍ତି। କିନ୍ତୁ ଏନଡିଏ୍‌ରେ ଫାଟ ସୃଷ୍ଟି ହେବା କାରଣରୁ ଏବେ ଏହାର ଫାଇଦା ନେବାକୁ ଆରେଜଡି ପ୍ରାଣପ୍ରଣେ ଚେଷ୍ଟା ଚଳାଇଛି। ନିକଟରେ ଜେଡିୟୁରୁ ୬ ଜଣ ବିଧାୟକ ବିଜେପିରେ ମିଶିବା ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଥିବା ସମ୍ପର୍କରେ ଟିକେ ଅଡୁଆ ଦେଖାଦେଇଛି। ଠିକ୍‌ ଏହି ଅଡୁଆ ସୂତାରୁ ନିଜ ପାଇ ଖିଅ ଯୋଗାଡୁଛି ଆର୍‌ଜେଡି।

ବିହାରରେ ଆରଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀଙ୍କ କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପଦର ଲୋଭ ଦେଖାଇ ଏନଡିଏ ମେଣ୍ଟ ଭାଙ୍ଗିବାକୁ ଚେଷ୍ଟା କରିଛି ଆରଜେଡି। ନୀତିଶ ଆରଜେଡିକୁ ସହଯୋଗ କରି ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ, ପ୍ରତିବଦଳରେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଉପସ୍ଥାପନ କରିବ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ନୀତିଶଙ୍କୁ ତୃତୀୟ ସାମ୍ମୁଖ୍ୟର ପ୍ରଧାନମନ୍ତ୍ରୀ ଭାବରେ ଉପସ୍ଥାପିତ କରିବା ପାଇଁ ଆରଜେଡିର ବରିଷ୍ଠ ନେତା ତଥା ବିହାରର ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ ମନ୍ତବ୍ୟ ଦେଇଛନ୍ତି। ତେବେ ଚୌଧୁରୀ ପ୍ରସ୍ତାବ ରଖିଥିବା ବେଳେ ଜେଡିୟୁ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ନିର୍ବାଚନୀ ଫଳାଫଳ ପରେ ମଧ୍ୟ ଆରଜେଡି ପକ୍ଷରୁ ଜେଡିୟୁ ନିମନ୍ତେ ସମାନ ପ୍ରସ୍ତାବ ଦିଆଯାଇଥିଲା। ତେବେ ମେଣ୍ଟଧର୍ମ ପାଳନ ନିମନ୍ତେ ନୀତିଶ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ମାତ୍ର ବର୍ତ୍ତମାନ ପରସ୍ଥିତି ଭିନ୍ନ ରହିଛି। ଅରୁଣାଚଳ ପ୍ରଦେଶରେ ୬ ଜଣ ଆରଜେଡି ବିଧାୟକ ବିଜେପିରେ ଯୋଗ ଦେବା ପରେ ଉଭୟ ଦଳ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇଛି। ନିକଟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସେ ଲାଳାୟିତ ନାହାନ୍ତି, ବିଜେପି ଚାହିଁଲେ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେଇପାରିବ ବୋଲି ନୀତିଶ କହିଥିଲେ। ନୀତିଶଙ୍କ ଏହି ବୟାନ ପରେ ପୁଣି ଥରେ ଆରଜେଡି ପକ୍ଷରୁ ପ୍ରଧାନମନ୍ତ୍ରୀତ୍ୱର ଥୋପ ପକାଯାଇଛି।

ଅପରପକ୍ଷରେ ଜେଡିୟୁର ଜଣେ ବରିଷ୍ଠ ନେତା କହିଛନ୍ତି, ଏଲଜେପି ବିଜେପିର ବି ଟିମ ଭଳି କାମ କରୁଛି। ଏଲଜେପି କାରଣରୁ ଜେଡିୟୁ ଏକାଧିକ ଆସନରେ ପରାଜିତ ହୋଇଥିଲା। ବର୍ତ୍ତମାନର ଅରୁଣାଚଳପ୍ରଦେଶ ଘଟଣା ପରେ ବିଜେପିର ଅସଲ ଚରିତ୍ର ସାମ୍ନାକୁ ଆସିଛି। ଉଭୟ ଦଳ ମଧ୍ୟରେ ରହିଥିବା ବିଶ୍ୱାସ କମିବାରେ ଲାଗିଛି। ତେବେ ଆରଜେଡିର ଡିଭାଇଡ୍‌ ଆଣ୍ଡ ରୁଲ୍‌ ପଲିସି ଏଠି ସଫଳ ହେବ ନା ଏନଡିଏ ମେଣ୍ଟ ପୂର୍ବପରି କ୍ଷମତାରେ ରହିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Categories
ଆଜିର ଖବର ଜାତୀୟ ଖବର

ଏନଡିଏର ହାତ ଛାଡିଲା ଆଉ ଏକ ସହଯୋଗୀ ଦଳ

ନୂଆଦିଲ୍ଲୀ : କୃଷି ବିଲ୍‌କୁ ବିରୋଧ କରି ରାଜରାସ୍ତାରେ ଚାଷୀ ଓ ବିରୋଧୀ ବସିଥିବାବେଳେ ଏହି ଆଇନ୍‌କୁ ବିରୋଧ କରି ଏନଡିଏର ସହଯୋଗୀ ଦଳମାନେ ହାତ ଛାଡୁଛନ୍ତି । ପ୍ରଥମେ କୃଷି ବିଲ୍‌କୁ ବିରୋଧ କରି ଅକାଳୀ ଦଳ ଏନ୍‌ଡିଏରୁ ଅଲଗା ହେବା ପରେ ଆଜି ଆରଏଲ୍‌ପି ଏନଡିଏ ସହ ସମ୍ପର୍କ ଛିନ୍ନ କରିଛି ।

ଏନଡିଏର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲ୍‌ପି)ର ରାଷ୍ଟ୍ରୀୟ ସଂଯୋଜକ ହନୁମାନ ବେନିଓ୍ବାଲ୍‌ ଆଜି ଏନ୍‌ଡିଏ  ସହ ସମ୍ପର୍କ ଛିିନ୍ନ କରିବାର ଘୋଷଣା କରିଛନ୍ତି । ପୂର୍ବରୁ ଏହି ବିଲ୍‌କୁ ବିରୋଧ କରି ଅକାଳୀ ଦଳ ଏନ୍‌ଡିଏରୁ ଅଲଗା ହୋଇଥିଲା ।

ଅପରପକ୍ଷରେ ବିଜେପି କୃଷି ଆଇନ ପ୍ରସଙ୍ଗକୁ ନେଇ ଚାଷୀଙ୍କୁ ବୁଝାଇବାରେ ଲାଗିପଡିଛି । ଆସନ୍ତା 29 ତାରିଖ ଦିନ 11ଟାରେ କୃଷି ବିଲକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ପୁନଶ୍ଚ ଆଲୋଚନା ନେଇ ପ୍ରସ୍ତାବ ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ନୂତନ କୃଷି ବିଲ୍‌କୁ ନେଇ ଅଡୁଆରେ ଏନ୍‌ଡିଏ : ମେଣ୍ଟରୁ ଓହରିବ ଆରଏଲ୍‌ପି  !

ନୂଆଦିଲ୍ଲୀ : ନୂତନ କୃଷି ବିଲକୁ ନେଇ ଦେଶବ୍ୟାପୀ କୃଷକ ମାନେ ଆନେ୍ଦାଳନରେ ବସିଥିବା ବେଳେ ବିଜେପି ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି ବିଲକୁ ପ୍ରତ୍ୟାହାର ନକଲେ ଏନଡିଏ ମେଣ୍ଟରୁ ଓହରିବାର ଧମକ ଦେଇଛି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି । ଆରଏଲପିର ମୁଖପାତ୍ର ତଥା ନାଗପୁରର ସାଂସଦ ହନୁମାନ ବେନିୱାଲ ଅମିତ ଶାହାଙ୍କୁ ଟାର୍ଗେଟ କରି ଏକାଧିକ ଟ୍ୱିଟ କରିଛନ୍ତି । ନୂତନ କୃଷି ବିଲକୁ ନେଇ ସମଗ୍ର ଦେଶରେ ବିରୋଧ କରାଯାଉଛି । ଯଦି ଏହି ନୂତନ ବିଲକୁ ପ୍ରତ୍ୟାହାର କରାନଯାଏ ତେବେ ଏନଡିଏ ସହିତ ନିଜର ମେଣ୍ଟ ଭାଙ୍ଗିବାକୁ ଦଳ ବାଧ୍ୟ ହେବ ବୋଲି ବେନିୱାଲ ଟ୍ୱିଟ କରିଛନ୍ତି ।

ଅନ୍ୟ ଏକ ଟ୍ୱିଟରେ ବେନିୱାଲ ଲେଖିଛନ୍ତି ଆରଏଲପି ଏପରି ଏକ ରାଜନୈତିକ ଦଳ ଯାହାକି କୃଷକ ଏବଂ ଯବାନଙ୍କ ପାଇଁ ସର୍ବଦା ସ୍ୱର ଉତ୍ତୋଳନ କରିଥାଏ । ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଦଳ ନିଜର ସମର୍ଥନ ପ୍ରତ୍ୟାହର କରିବ ବୋଲି ବେନିୱାଲ କହିଛନ୍ତି । ନୂତନ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରି ସ୍ୱାମୀନାଥନ କମିଶନଙ୍କ ପ୍ରସ୍ତାବକୁ ଲାଗୁ କରିବା ପାଇଁ ବେନିୱାଲ ଦାବି କରିଛନ୍ତି । ସୂଚନାଯୋଗ୍ୟ, ନୂତନ କୃଷିବିଲ୍‌କୁ ବିରୋଧ କରି ପଞ୍ଜାବର ଅକାଳୀ ଦଳ ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରି ସାରିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ ଫଳାଫଳ: ଏନଡିଏର ସଂଖ୍ୟାଗରିଷ୍ଠତା ହାସଲ, ଜାଣନ୍ତୁ କେଉଁ ଦଳ ପାଇଲେ କେତେ ଆସନ

ପାଟଣା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ନିତୀଶ କୁମାର ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାର ଏକ ପ୍ରକାର ନିଶ୍ଚିତ ହୋଇଛି। ହେଲେ ଏନଡିଏକୁ ମହାଗଠବନ୍ଧନ କଡା ଟକ୍କର ଦେଇଛି। ବିହାର ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ, ଏନଡ଼ିଏକୁ ୧୨୫ ଆସନ ମିଳିଥିବାବେଳେ ମହାଗଠବନ୍ଧନକୁ ୧୧୦ଟି ଆସନ ମିଳିଛି। ବିହାର ବିଧାନ ସଭାର ମୋଟ ୨୪୩ ଆସନ ମଧ୍ୟରୁ ସରକାର ଗଢ଼ିବା ପାଇଁ ୧୨୨ ଆସନ ଆବଶ୍ୟକ ଥିବାବେଳେ ଏନଡ଼ିଏ ଏହାଠାରୁ ଅଧିକ ୩ ଆସନ ହାସଲ କରିଛି।

ତେବେ ବିହାରରେ ରାଷ୍ଟ୍ରୀୟ ଜନତା ଦଳ ସର୍ବାଧିକ ୭୫ ଟି ଆସନ ହାସଲ କରିଥିବା ବେଳେ ମହାଗଠବନ୍ଧନର କଂଗ୍ରେସକୁ ୧୯, ସିପିଆଇଏମଏଲକୁ ୧୨, ସିପିଆଇକୁ ୨ ଓ ସିପିଆଇକୁ ୨ ଟି ଆସନ ମିଳିଛି। ଅପରପକ୍ଷରେ ଏନଡ଼ିଏରେ ବିଜେପିକୁ ସର୍ବାଧିକ ୭୪ ଟି ଆସନ ମିଳିଥିବାବେଳେ ଜେଡ଼ିୟୁକୁ ୪୩ ଆସନ ମିଳିଛି। ସେହିପରି ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ୪ ଓ ବିକାଶଶୀଳ ଇନସାନ ପାର୍ଟିକୁ ୪ ଆସନ ମିଳିଛି।

ଅପରପକ୍ଷରେ ଏଆଇଏମଇଆଇଏମକୁ ୫ ଆସନ ମିଳିଥିବାବେଳେ ବହୁଜନ ସମାଜ ପାର୍ଟିକୁ ୧, ଲୋକ ଜନଶକ୍ତି ପାର୍ଟିକୁ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀକୁ ଗୋଟିଏ ଆସନ ମିଳିଛି।

 

Categories
ଜାତୀୟ ଖବର ବିଶେଷ ଖବର

ବିହାର ନିର୍ବାଚନ ତାତି: ମେଣ୍ଟ ବନାମ ମହାମେଣ୍ଟରେ ଏଲ୍‌ଜେପି ଏକାକୀ

ପାଟନା: ଦେଶରେ ପୁଣି ନିର୍ବାଚନର ତାତି। ବିହାର ବିଧାନସଭା ସହିତ ଦେଶରେ ହେବାକୁ ଥିବା ଉପନିର୍ବାଚନ ଲାଗି ଉଷ୍ମତା ସୃଷ୍ଟି ହୋଇଛି। ତେବେ ବିହାର ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ନିଜ ନିଜ ସ୍ତରରେ ରଣନୀତି ପ୍ରସ୍ତୁତି କରି ଭୋଟ ହାତେଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଚଳିତ ଥର ବିହାରର ଏକ ଭିନ୍ନ ଧରଣର ରାଜନୀତି ଦେଖିବାକୁ ମିଳିଛି। ଚଳିତ ଥର କିଛି ପାର୍ଟି ଏକାକୀ ନିର୍ବାଚନ ନ ଲଢି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି ତ ଆଉ କିଏ ମେଣ୍ଟରୁ ବାହାରି  ଏକାକୀ ନିର୍ବାଚନ ଲଢୁଛି।

ତେବେ ବିହାର ରାଜନୀତିର ଛକାପଞ୍ଚା ଭିତରେ ଚଳିତ ଥର ତିନୋଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଭା ହୋଇଛନ୍ତି। ପ୍ରଥମ ଥର ପାଇଁ ଏଲ୍‌ଜେପିର ଅଧ୍ୟକ୍ଷ ତଥା ଯୁବ ନେତା ଚିରାଗ ପାଶଓ୍ବାନ୍‌ ନୂତନ ମୁଖ୍ୟମନ୍ତ୍ରୀ ଚେହେରା ରୂପେ ଉଭା ହୋଇଛନ୍ତି। ଅପରପକ୍ଷରେ ବିହାର ରାଜନୀତିରେ ପାଞ୍ଚୋଟି ମେଣ୍ଟ ମଧ୍ୟ ରହିଛି। ନୀତିଶ୍ ବନାମ ତେଜସ୍ବୀ ବନାମ ଚିରାଗଙ୍କୁ ନେଇ ଚଳିତ ବିହାର ନିର୍ବାଚନ ବେଶ୍‌ ସରଗରମ ରହିଛି। ବିହାରବାସୀଙ୍କ ଆଗରେ ତିନି ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଦାବିଦାର ରହିଥିବାବେଳେ ଅଗଣିତ ମେଣ୍ଟ ଭୋଟରଙ୍କୁ ବଡ କନ୍‌ଫ୍ୟୁଜନ୍‌ କରୁଛି।

ତେବେ ବିହାରର ରାଜନୈତିକ ଲଢେଇରେ ଏନ୍‌ଡିଏ ବନାମ ମହାମେଣ୍ଟ ରହିଥିବାବେଳେ ଆଉ କିଛି ମେଣ୍ଟ ମଧ୍ୟ ନିଜର ରଣନୀତିରେ ବେଶ୍‌ ଅଗ୍ରୀଣ ହୋଇଛନ୍ତି। ଏନ୍‌ଡିଏରେ ବିଜେପି, ଜନତାଦଳ ୟୁନାଇଟେଡ୍‌, ହିନ୍ଦୁସ୍ତାନୀ ବନାମ ଆବାମ ମୋର୍ଚ୍ଚା ଓ ବିକାଶଶୀଳ ଇନ୍‌ସାନ୍‌ ପାର୍ଟି ଆଦି ସାମିଲ୍‌ ହୋଇଛନ୍ତି। ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରର୍ଥୀ ହୋଇଛନ୍ତି ନୀତିଶ୍‌ କୁମାର। ସେହିପରି ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ମହାମେଣ୍ଟରେ ରହିଛନ୍ତି ଆର୍‌ଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳ।

ବିହାରରେ ଏନ୍‌ଡିଏ ବନାମ ମହାମେଣ୍ଟ ମଧ୍ୟରେ ଆଉ ତିନି ଅନ୍ୟ ମେଣ୍ଟର ପେଞ୍ଚ ରହିଛି। ଏଥିରେ ପୂର୍ବ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶଓ୍ବାହା ଓ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଓ ଏଆଇଏମ୍‌ଆଇଏମ୍‌ ସାଂସଦ ଓ୍ବୈଓ୍ବସୀଙ୍କ ଦଳର ମେଣ୍ଟ ରହିଛି , ଯେଉଁଥିରେ ପୂର୍ବ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ଯାଦବଙ୍କ ସମାଜବାଦୀ ଜନତା ଦଳ (ଲୋକତାନ୍ତ୍ରିକ) ସହିତ ୬ ଟି ରାଜନୈତିକ ଦଳ ସାମିଲ୍‌ ରହିଛି। ଏହି ମେଣ୍ଟର ନାମ ଗ୍ରାଣ୍ଟ ଡେମୋକ୍ରାଟିକ୍‌ ସେକ୍ୟୁଲାର ଫ୍ରଣ୍ଟ ରହିଛି। ବିହାରର ରାଜନୀତିରେ ଏହି ମେଣ୍ଟକୁ ତୃତୀୟ ମୋର୍ଚ୍ଚାର ନାମ ଦିଆଯାଇଛି।

ଏତଦ୍‌ବ୍ୟତୀତ ଜନ ଅଧିକାର ପାର୍ଟିର ସଂରକ୍ଷକ ତଥା ପୂର୍ବ ସାଂସଦ ପପୁ ଯାଦବ ଓ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି ଓ ଏମ୍‌କେ ଫୈଜୀଙ୍କ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ସହିତ ମିଶି କରି ଚତୁର୍ଥ ମେଣ୍ଟ କରିଛନ୍ତି। ଏହି ମେଣ୍ଟର ନାମ ପ୍ରୋଗ୍ରେସିଭ୍‌ ଡେମୋକ୍ରାଟିକ୍‌ ଅଲାୟାନ୍ସ ରହିଛି। ୟଶଓ୍ବନ୍ତ ସିହ୍ନା ଦ୍ବାରା ଏହି ନୂତନ ମୋର୍ଚ୍ଚାର ଘୋଷଣା ପରେ ଏହାକୁ ସଂଜୀବନି ମିଳିଛି।

ଏନ୍‌ଡିଏରେ ମନମୁତାବକ ଆସନ ନ ମିଳିବାରୁ ଚିରାଗ ପାଶଓ୍ବାନ୍‌ଙ୍କ ଦଳ ଏଲ୍‌ଜେପି ଚଳିତ ଥର ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଲ୍‌ଜେପିଙ୍କୁ ବିଜେପିର ବାଗୀ ନେତାମାନଙ୍କ ସାହାରା ମିଳିଛି। ଯେଉଁମାନେ ଟିକେଟ ପାଇ ଜେଡିୟୁ ବିରୋଧରେ ନିର୍ବାଚନ ଲଢିବେ।

ସେହିପରି ଚଳିତ ବିହାର ବିଧାନସଭା ରାଜନୀତିରେ ଏବେ ଏକ ନୂଆ ନାମ ଚର୍ଚ୍ଚାକୁ ଆସିଛି । ଏହି ନାମଟି ହେଉଛି ପୁଷ୍ପ୍ୟମ୍‌ ପ୍ରିୟା ଚୌଧୁରୀ ।  ବିହାରରେ ବିଧାନସଭା ରାଜନୀତିରେ ଏବେ ଏକ ନୂଆ ଦଳ ‘ପ୍ଲୁରାଲ୍ସ’ ମୁଣ୍ଡ ଟେକିଛି । ବିହାରର ମୁ୍‌ଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପୁଷ୍ପ୍ୟମ୍‌ ପ୍ରିୟା ଚୌଧୁରୀ ‘ପ୍ଲୁରାଲ୍ସ’ ଦଳ ତରଫରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ଚଳିତ ବିଧାନସଭା ନିର୍ବାଚନରେ ମହାମେଣ୍ଟ ଶତ ପ୍ରତିଶତ ବାଜିମାତ୍‌ କରିବା ନେଇ ଆଶା କରିଥିବାବେଳେ ଏନ୍‌ଡିଏକୁ ମଧ୍ୟ ଜିତିବା ପାଇଁ  ବହୁ ସଂଘର୍ଷ କରିବାକୁ ପଡିପାରେ।

ତେବେ ଏବେର ବିହାର ସ୍ଥିତିକୁ ଦେଖିଲେ ଦେଖାଯାଉଛି ଯେ, ବିହାରରେ ମୁଖ୍ୟମନ୍ତ୍ରୀ ପାଇଁ ତିନୋଟି ଚେହେରା ଉଭା ହୋଇଥିବାବେଳେ ସାମ୍ନାରେ ରହିଛି ପାଞ୍ଚୋଟି ମେଣ୍ଟ। ତେବେ ଭୋଟର୍‌ମାନେ କାହାକୁ ଭୋଟ୍‌ ଦେଇ ନିଜର ମୁଖ୍ୟମନ୍ତ୍ରୀ ବାଛିବେ, ତାହା ତ ନଭେମ୍ବର ୧୦ ତାରିଖରେ ଜଣାପଡିବ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ବିହାର ନିର୍ବାଚନ ଲାଗି ଏନ୍‌ଡିଏର ଆସନ ଭାଗବଣ୍ଟା : ଜାଣନ୍ତୁ କାହାକୁ ମିଳିଲା କେତେ ସିଟ୍

ପାଟନା : ବିହାର ନିର୍ବାଚନ ଲାଗି ଏନ୍‌ଡିଏର ଆସନ ଭାଗବଣ୍ଟା ଘୋଷଣା ହୋଇଛି। ଔପଚାରିକ ଭାବେ ଏହି ଘୋଷଣା କରାଯାଇଛି ।  243 ବିଶିଷ୍ଟ ବିହାର ବିଧାନସଭା ମିଳିଥିବା ସୂଚନା ଅନୁସାରେ ଜେଡିୟୁ 122ଟି  ଆସନର ପ୍ରାର୍ଥୀ ଦେବ ବୋଲି ଘୋଷଣା କରାଯାଇଛି । ତେବେ ଜେଡିୟୁ ନିଜ କୋଟାରୁ ଜୀତନରାମ ମାଝୀଙ୍କ ଦଳକୁ 7ଟି ଆସନ ଦେବ ବୋଲି ଘୋଷଣା କରିଛି ।

ଏହିପ୍ରକାରେ ଜେଡିୟୁ 115ଟି ଆସନରେ ନିର୍ବାଚନ ଲଢିବ । ସେହିପରି ବିଜେପିକୁ 121ଟି ଆସନରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ହୋଇଛି । ବିଜେପି ନିଜ କୋଟାରୁ ମୁକେଶ ସହନୀଙ୍କ ବିକାଶଶୀଳ ଇନସାନ ଦଳକୁ 9ଟି ଆସନ ଦେବ ବୋଲି ସୂଚନା ରହିଛି । ଏହି ପ୍ରକାରେ ବିଜେପି 112ଟି ଆସନରେ ନିର୍ବାଚନ ଲଢିବ ବୋଲି ସୂଚନା ରହିଛି । ବିହାରରେଏନ୍‌ଡିଏର ଆସନ ଭାଗବଣ୍ଟାକୁ ନେଇ ନୀତିଶ କୁମାର ଔପଚାରିକ ଭାବେ ଏହି ଘୋଷଣା କରିଛନ୍ତି।  ନୀତିଶକୁମାରଙ୍କ ନେତୃତ୍ବରେ ଏନ୍‌ଡିଏ ବିହାର ନିର୍ବାଚନ ଲଢିବାକୁ ଯାଉଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଅକ୍ଟୋବର 28ରୁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ। ଚଳିତ ଥର ନୀତିଶ୍‌ କୁମାରଙ୍କ ନେତୃତ୍ବରେ ଏନଡିଏ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବେଳେ ବିପକ୍ଷରେ ରହିଛନ୍ତି ତେଜସ୍ବୀଙ୍କ ନେତୃତ୍ବାଧୀନ ମହାମେଣ୍ଟ । ମହାମେଣ୍ଟରେ ଆରଜେଡି 144ଟି ଆସନରେ କଂଗ୍ରେସ 70ଟି ଆସନ ଓ ବାମଦଳକୁ 29ଟି ଆସନରେ ନିର୍ବାଚନ ଲଢିବେ ।

ଅପରପକ୍ଷରେ ନିର୍ବାଚନ ପୂର୍ବରୁ ଏନ୍‌ଡିଏ ଅନ୍ୟତମ ସହଯୋଗୀ ଏଲ୍‌ଜେପି ନିଜକୁ ଏନ୍‌ଡିଏରୁ ଅଲଗା କରିଛି। ଚଳିତ ଥର ଏଲ୍‌ଜେପି ଏକାକୀ ନିର୍ବାଚନ ଲଢିବ ବୋଲି ସୂଚନା ରହିଛି । ଏଲ୍‌ଜେପିର ଅଧ୍ୟକ୍ଷ ଚିରାଗ ପାଶଓ୍ବାନ୍‌ 143ଟି ଆସନରେ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛି । ତେବେ ଏଲ୍‌ଜେପି ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ସୂଚନା ରହିଛି ।  ତିନି ପର୍ଯ୍ୟାୟ ବିଶିଷ୍ଟ ବିହାର ନିର୍ବାଚନର ପରିଣାମ ନଭେମ୍ବର 10 ତାରିଖରେ ଘୋଷିତ ହେବ ।

2015 ବିଧାନସଭା ନିର୍ବାଚନରେ ମହାମେଣ୍ଟକୁ ପ୍ରବଳ ବହୁମତ ମିଳିଥିଲା । 243ଟି ବିଶିଷ୍ଟ ବିହାର ବିଧାନସଭା ଆସନରେ ମହାମେଣ୍ଟକୁ 178ଟି ଆସନ ମିଳିଥିଲା । ନୀତିଶ୍‌ କୁମାର ବିହାରର ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ । ନିର୍ବାଚନର ଦୁଇ ମାସ ପରେ ଜେଡିୟୁ ମହାମେଣ୍ଟରୁ ଅଲଗା ହୋଇ ବିଜେପି ସହିତ ହାତ ମିଶାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ : ନୀତିଶ୍‌ଙ୍କ ନେତୃତ୍ବକୁ ଅସ୍ବୀକାର କଲା ଏଲ୍‌ଜେପି, ଏକାକୀ ଲଢିବ ନିର୍ବାଚନ

ବିହାର : ବିହାର ନିର୍ବାଚନ ପୂର୍ବରୁ ନୀତିଶକୁମାରଙ୍କୁ ଏନ୍‌ଡିଏର ସହଯୋଗୀ ଦଳ ଏଲ୍‌ଜେପି ତରଫରୁ ଝଟ୍‌କା ଲାଗିଛି । ନୀତିଶ୍‌ଙ୍କ ନେତୃତ୍ବରେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛି ଏଲ୍‌ଜେପି । ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି । ଲୋକଜନଶକ୍ତି ପାର୍ଟି ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ପ୍ରମୁଖ ନୀତିଶ୍‌ କୁମାରଙ୍କ ନେତୃତ୍ବରେ ନିର୍ବାଚନ ନ ପଲଢିବାକୁ ନିଷ୍ପତ୍ତି ନେଇଛି ।

ଏଲ୍‌ଜେପି ଏକାକୀ ବିହାର ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ଦିଲ୍ଲୀରେ ପାର୍ଟି ଅଧ୍ୟକ୍ଷ ଚିରାଗ ପାଶଓ୍ବାନଙ୍କ ନେତୃତ୍ବରେ ହୋଇଥିବା ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ବିଜେପି ସହିତ କିଛି ଆସନରେ ଏଲ୍‌ଜେପି ଆସନ ବୁଝାମଣା କରିପାରେ । ଦଳ ଜେଡିୟରୁ ପ୍ରାର୍ଥୀଙ୍କ ବିପକ୍ଷରେ ନିଜ ପ୍ରାର୍ଥୀ ଦେବ ବୋଲି ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଏଲ୍‌ଜେପି ବୈଠକରେ ଏଲ୍‌ଜେପି-ବିଜେପି ସରକାରର ପ୍ରସ୍ତାବକୁ ପାରିତ କରାଯାଇଛି । ଦଳ ବିଜେପି ସହିତ ମେଣ୍ଟ କରିବାକୁ ପ୍ରସ୍ତୁତ ଅଛି । ବିଜେପି ସହିତ ନିଜର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏଲ୍‌ଜେପିର ସମସ୍ତ ବିଧାକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଜବୁତ୍‌ କରିବେ ବୋଲି ସୂଚନା ରହିଛି । ଚିରାଗ ପାଶଓ୍ବାନ୍‌ ଏବେ ବିହାରରେ ଏନ୍‌ଡିଏରୁ ଅଲଗା ହୋଇ 143ଟି ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସୂଚନାଯୋଗ୍ୟ, ବିହାରର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର 28ରେ ହେବାକୁ ରହିଛି । ରାଜଦ ନେତୃତ୍ବ ମହାମେଣ୍ଟ ନିଜ ଆସନ ବୁଝାମଣା କରିଥିବାବେଳେ, ଏନଡିଏରେ ଆସନ ବୁଝାମଣାକୁ ନେଇ ଟିକେ କେଁ ରହିଛି । ଯଦିଓ ବିଜେପି ଓ ଜେଡିୟରୁ 50-50 ଆସନ ବୁଝାମଣା ରହିଛି । ତେବେ ଏଲ୍‌ଜେପିକୁ ନେଇ ସଂଶୟ ରହିଥିଲା ।

ସେହିପରି 243ଆସନ ବିଶିଷ୍ଟ ବିହାର ବିଧାନ ସଭା ଆସନରେ ବିଜେପି ଓ ଜେଡିୟରୁ 119 -119 ଆସନରେ ନିଜ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିବାବେଳେ ଶେଷ ପାଞ୍ଚଟି ଆସନକୁ ଜୀତନରାମ ମାଝୀଙ୍କ ‘ହମ୍‌’ ପାଇଁ ରହିଛି । ତେବେ ଶନିବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହୋଇଥିବା ବୈଠକରେ ବିଜେପି-ଜେଡିୟୁ ଏହି ଆସନ ବୁଝାମଣାରେ ସହମତି ଜଣାଇଥିବାର ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ ପୂର୍ବରୁ ଏନଡିଏରେ ବଢୁଛି ଟେନ୍‌ସନ୍‌ : ଦଳ ସାମ୍ନାରେ ଏହି ସର୍ତ୍ତ ରଖିଲା ଏଲ୍‌ଜେପି

ପାଟନା : ବିହାର ନିର୍ବାଚନ ବିଗୁଲ୍‌ ବାଜି ସାରିଛି । କିନ୍ତୁ ବିହାରର ଏବେ ଏନଡିଏ ପାଇଁ ସମସ୍ୟା ବଢିଛି । ଏନ୍‌ଡିଏରେ ଆସନ ଭାଗବଣ୍ଟା ଠିକ୍‌ରେ ହୋଇପାରୁନଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ବିହାରରେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପିନିଜର ଦାବି ରଖିଛି ।  ଯଦି ଏହା ପୂରଣ ନ ହୁଏ, ତେବେ ବିହାର ନିର୍ବାଚନକୁ ଏକାକୀ ଓହ୍ଲାଇବ ବୋଲି ଧମକ ଦେଇଛି ।

ମିଳିଥିବା ସୂଚନା ଅନୁସାରେ 2015 ମସିହା ପରି ଚଳିତ ଥର ମଧ୍ୟ ଏଲ୍‌ଜେପି 42ଟି ଆସନରେ ନିର୍ବାଚନ ଲଢିବାକୁ ଚାହୁଁଛି ।  2019 ମସିହା ଲୋକସଭା ନିର୍ବାଚନରେ ଏଲ୍‌ଜେପି 6ଟି ଲୋକସଭା ଆସନରେ ଲଢିଥିବାବେଳେ ଗୋଟିଏ ରାଜ୍ୟସଭା ଆସନା ପାଇଥିଲା । ଏହି କ୍ରମରେ ଏଲ୍‌ଜେପି ଚଳିତ ନିର୍ବାଚନରେ 42ଟି ଆସନ ଚାହିଁଛି ।

ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶଓ୍ବାନ୍‌ ଏନ୍‌ଡିଏର ମେଣ୍ଟକୁ ଦେଖି ବିଜେପି ସାମ୍ନାରେ ନୂତନ ଫର୍ମୁଲା ରଖିଛି । ଏହା ଅନୁସାରେ ଏଲ୍‌ଜେପି 33 ବିଧାନସଭା ଆସନ ସହିତ ବିହାରରେ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ହେଉଥିବା 12 ଏଲଏଲ୍‌ସିରେ ମଧ୍ୟ ଦୁଇଟି ଏମ୍‌ଏଲ୍‌ସି ଚାହୁଁଛି । ଅକ୍ଟୋବର ଶେଷ ସୁଦ୍ଧା ୟୁପିରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟ ଏକ ଆସନ ତାଙ୍କ ଦଳକୁ ଦେବା ପାଇଁ ଚାହୁଁଥିବାର ପ୍ରକାଶ କରିଛନ୍ତି ଚିରାଗ ।

ଅପରପକ୍ଷରେ ଯଦି ବିଜେପି ରାଜ୍ୟସଭାର ଗୋଟିଏ ଆସନ ଏଲ୍‌ଜେପିକୁ ମିଳିବ ନାହି ତେବେ ବିହାର ନିର୍ବାଚନରେ ପୂର୍ବ ଆସନ ଘୋଷଣା ସହିତ ବିହାରରେ ଏନ୍‌ଡିଏ ସରକାର ହେବା ପରେ ବିଜେପି ସହିତ ଏଲ୍‌ଜେପି ତରଫରୁ ଚିରାଗ ପାଶଓ୍ବାନ୍‌ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସର୍ତ୍ତ ରଖାଯାଇଛି । ଆଜି ଚିରାଗ ପାଶଓ୍ବାନ୍‌ ବିଜେପି ପ୍ରଭାରୀ ଭୂପେନ୍ଦ୍ର ଯାଦବଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଯଦି ଆସନ ବୁଝାମଣା ନେଇ ସହମତି ନ ହୁଏ, ତେବେ ଚଳିତ ବିଧାନସଭା ନିର୍ବାଚନରେ ଏଲ୍‌ଜେପି ଏକାକୀ ଲଢେଇ କରିବ ବୋଲି ସୂଚନା ରହିଛି ।

ସାରା ଦେଶରେ ବିଜେପି ସଙ୍ଗଠନ ମଜୁବତ୍‌ ରହିଥିବାବେଳେ ବିହାରରେ କିନ୍ତୁ ଏପରି ଦୃଶ୍ୟ ହେଉନାହିଁ ବୋଲି କହିଛନ୍ତି ଚିରାଗ। ବିହାରରେ ଏପରି ସ୍ଥିତି ରହିଛି ଯେ, ବିଜେପି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ଲଢିଲେ ଜିତି ପାରିବ । କିନ୍ତୁ ବିହାରରେ ବିଜେପି କିଛି ନେତା ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାରଙ୍କ ସାମ୍ନାରେ ନତମସ୍ତକ ରହିଛନ୍ତି । ନିତୀଶ୍‌ କୁମାର ଏଲ୍‌ଜେପି ନେତା ତଥା ରାମ ବିଲାଶ ପାଶଓ୍ବାନଙ୍କର ମଧ୍ୟ ଅପମାନିତ କରିଛନ୍ତି ବୋଲି କହିଛନ୍ତି ଚିରାଗ ପାଶଓ୍ବାନ । ଅପରପକ୍ଷରେ ବିହାରରେ ନୀତିଶଙ୍କ ବିରୋଧରେ ଆଣ୍ଟିଅନକମ୍ବେନ୍ସି ରହିଛି । ନୀତିଶଙ୍କ ନେତୃତ୍ବରେ ନିର୍ବାଚନ ଲଢାଗଲେ ଏନ୍‌ଡିଏର ହାରିବା ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ବୋଲି କହିଛନ୍ତି ଚିରାଗ ।

ଅପରପକ୍ଷରେ ଏଲ୍‌ଜେପିରୁ ଚାରିଜଣ ସାଂସଦ ବିଜେପି ଲିଙ୍କ୍‌ରେ ରହିଥିବାର ସୂଚନା ରହିଛି।  ନିକଟରେ କୃଷି ବିଲ୍‌କୁ ନେଇ ଅକାଳୀ ଦଳ ଏନ୍‌ଡିଏରୁ ଅଲଗା ହୋଇଥିବାବେଳେ ପୂର୍ବରୁ ଆସନ ଭାଗବଣ୍ଟାକୁ ନେଇ ଶିବସେନା ଏନ୍‌ଡିଏର ହାତ ଛାଡି ସାରିଛି। ଯଦି ଏଲ୍‌ଜେପି ଆସନ ବୁଝାମଣା ସହିତ ସହମତି ପ୍ରକାଶ ନ କରେ ତେବେ ଏନ୍‌ଡିଏର ହାତ ଛାଡିଦେଇପାରେ । ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏ ଭିତରେ ବିଦ୍ରୋହ ଅଡୁଆରେ ପକାଇବ ବୋଲି ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା କାଲି ମୋଦି ସରକାରଙ୍କୁ ଘେରିବ ଭାରତୀୟ ମଜୁଦର ସଂଘ

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ, 2/1: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ଯୋଡ଼ି ହୋଇ ରହିଥିବା ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରର ‘ଶ୍ରମ ବିରୋଧୀ ନୀତି ବିରୋଧରେ ବିରୋଧ ପ୍ରଦର୍ଶନ କରିବ। ଆସନ୍ତା କାଲି ଅର୍ଥାତ୍‌ ଜାନୁଆରୀ 3 ତାରିଖ ଦିନ ବିଏମ୍‌ଏସ୍‌ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ଏହି ଆଧାରରେ ଏହି ମଜଦୁର ସଂଘ ଦିଲ୍ଲୀର ଜନ୍ତରମନ୍ତର ସହିତ ସମସ୍ତ ଜିଲ୍ଲାର ମୁଖ୍ୟାଳୟଠାରେ ବିରୋଧ ପ୍ରଦର୍ଶନ କରିବ।

ଭାରତୀୟ ମଜଦୁର ସଂଘର ମହାସଚିବ ବ୍ରିଜେଶ୍‌ ଉପାଧ୍ୟା କହିଛନ୍ତି ଯେ, ଏହି ସଙ୍ଗଠନ ଚାକିରି କ୍ଷେତ୍ରରେ ଥିବା ଚୁକ୍ତି ତଥା ଚୁକ୍ତିଭିତ୍ତିକ ପ୍ରକ୍ରିୟାର ପ୍ରବଳ ବିରୋଧ କରୁଛି। ଚୁକ୍ତି, ଫିକ୍ସଡ ଟର୍ମ, ଡେଲି ଓ୍ବେଜ୍‌, ଅସ୍ଥାୟୀ କାର୍ଯ୍ୟକୁ ସ୍ଥାୟୀ କରିବା ନେଇ ଦାବି କରୁଛି। ଏହା ସହିତ ଭାରତୀୟ ମଜଦୁର ସଂଘ ବ୍ୟକ୍ତିଗତ ଆୟକର ସୀମା 8 ଲକ୍ଷକୁ ବୃଦ୍ଧି କରିବା ନେଇ ମଧ୍ୟ ଦାବି ରଖିଛି।ପ୍ରତ୍ୟକ୍ଷ ବିଦେଶୀ ନିବେଶ ଓ ପ୍ରତିରକ୍ଷା କ୍ଷେତ୍ରର ଘରୋଇକରଣ ରାଷ୍ଟ୍ରୀୟ ସୁରକ୍ଷା ଅନ୍ତର୍ଗତ ଅଟେ ବୋଲି କହିଛନ୍ତି ଉପାଧ୍ୟାୟ। ସେହିପରି ରେଳବାଇର ଘରୋଇକରଣକୁ ମଧ୍ୟ ବିରୋଧ କରିଛି ଏହି ସଙ୍ଗଠନ। (ଏଜେନ୍ସି)