Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା, ଶହେ ଦିନ କୋଭିଡ କାର୍ଯ୍ୟ କରିଥିବା ଡାକ୍ତର ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ, ଦେଶରେ ଦେଖାଦେଇଥିବା କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହାର କ୍ରମବର୍ଦ୍ଧିଷ୍ଣୁ ମାନବସମ୍ବଳ ଆବଶ୍ୟକତା ଉପରେ ଆଜି ସମୀକ୍ଷା କରିଛନ୍ତି। ଆଜି ଏଥିରେ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କୋଭିଡ ଡ୍ୟୁଟି ପାଇଁ ମାନବସମ୍ବଳର ଅଭାବକୁ ଅନେକ ମାତ୍ରାରେ ଦୂର କରିପାରିବ ।

ନିଟ୍‌-ପିଜି ପରୀକ୍ଷା ଚାରିମାସ ନିମନ୍ତେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ଏବଂ ଏହା ୩୧ ଅଗଷ୍ଟ ୨୦୨୧ ଆଗରୁ ଅନୁଷ୍ଠିତ ହେବନାହିଁ । ପରୀକ୍ଷା ସମୟ ଘୋଷଣା ହେବାର ଅନ୍ତତଃ ମାସକ ପୂର୍ବରୁ ଏହା ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦିଆଯିବ । ଏହା ଫଳରେ କୋଭିଡ ଡ୍ୟୁଟି ନିମନ୍ତେ ଅନେକ ଯୋଗ୍ୟ ଡାକ୍ତର ସେମାନଙ୍କ ସେବା ପ୍ରଦାନ କରିପାରିବେ ।

ଇଣ୍ଟର୍ଣ୍ଣସିପ୍‌ର ଅଂଶସ୍ୱରୂପ କୋଭିଡ ପରିଚାଳନା ନିମନ୍ତେ ମେଡିକାଲ ଇଣ୍ଟର୍ଣ୍ଣମାନଙ୍କୁ ସେମାନଙ୍କ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତତ୍ୱାବଧାନରେ ସେବାରେ ନିୟୋଜିତ କରିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ହୋଇଛି । ଅନ୍ତିମବର୍ଷ ଏମବିବିଏସ୍ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଟେଲି ପରାମର୍ଶ ଓ ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ ରୋଗୀଙ୍କ ଚିକିତ୍ସା ସେବା ସେମାନଙ୍କ ଅଧ୍ୟାପକ ବା ଅଧ୍ୟାପିକାଙ୍କ ତତ୍ତ୍ଵାବଧାନରେ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହା କୋଭିଡ ଚିକିତ୍ସାରେ ନିୟୋଜିତ ଚିକିତ୍ସକଙ୍କ କାମ ବାଝ ମଧ୍ୟ ହ୍ରାସ କରିବାରେ ସହାୟକ ହେବ ।

ଅନ୍ତିମବର୍ଷ ସ୍ନାତକୋତ୍ତର ବା ତା’ଠାରୁ ଅଧିକ ଅଧ୍ୟୟନରତ ସୁପର ସ୍ପେଶିଆଲିଷ୍ଟ ମାନଙ୍କ ସେବା ମଧ୍ୟ ନୂତନ ପିଜି ବ୍ୟାଚ ଛାତ୍ରଛାତ୍ରୀ ଯୋଗଦେବା ପର‌୍ୟ୍ୟନ୍ତ ନିଆଯିବ । ବରିଷ୍ଠ ଡାକ୍ତର ବା ନର୍ସଙ୍କ ତତ୍ୱାବଧାନରେ ବିଏସସି ଏବଂ ଜିଏନଏମ ଯୋଗ୍ୟତାପ୍ରାପ୍ତ ସେବିକାମାନଙ୍କୁ ପୂର୍ଣ୍ଣକାଳୀନ କୋଭିଡ ନର୍ସିଂ ଡ୍ୟୁଟିରେ ଲଗାଯାଇପାରିବ ।

କୋଭିଡ ପରିଚାଳନାରେ ଅନ୍ୟୁନ ଶହେ ଦିନ କାମ କରିଥିବା ବ୍ୟକ୍ତିଙ୍କୁ ନିୟମିତ ସରକାରୀ ନିଯୁକ୍ତିକାଳରେ ଅଗ୍ରାଧିକାର ଦିଆଯିବ ।

ମେଡିକାଲ ଛାତ୍ରଛାତ୍ରୀ ବା ବୃତିଧାରୀ ବ୍ୟକ୍ତି ଯେଉଁମାନେ କୋଭିଡ ସମ୍ପର୍କୀତ କାର‌୍ୟ୍ୟରେ ନିୟୋଜିତ ହେବେ ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ କରାଯିବ । କୋଭିଡ-୧୯ ପରିଚାଳନାରେ ଯେଉଁ ଚିକିତ୍ସା କର୍ମୀମାନେ ନିୟୋଜିତ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବୀମା ଯୋଜନା ମଧ୍ୟ ନୂତନ ନିଯୁକ୍ତି ପାଇଥିବା ସମସ୍ତ ବ୍ୟକ୍ତିମାନଙ୍କ ପାଇଁ ଲାଗୁ ହେବ । ଯେଉଁମାନେ ଅନ୍ୟୁନ ଶହେ ଦିନ କୋଭିଡ୍ ଚିକିତ୍ସା ସେବାରେ ନିୟୋଜିତ ହେବେ, ସେମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପ୍ରଧାନମନ୍ତ୍ରୀ ଉତ୍କର୍ଷ କୋଭିଡ ଜାତୀୟ ସେବା ସମ୍ମାନ ମଧ୍ୟ ପ୍ରଦାନ କରାଯିବ ।

ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ବୃତ୍ତିଧାରୀମାନେ କୋଭିଡ ପରିଚାଳନା କାର‌୍ୟ୍ୟକ୍ରମର ମେରୁଦଣ୍ଡ ସଦୃଶ ଓ ସେମାନେ ସମ୍ମୁଖ ଯୋଦ୍ଧାଭାବେ ପରିଚିତ । ରୋଗୀମାନଙ୍କ ସମସ୍ୟା ସମାଧାନ ଦିଗରେ ସେମାନଙ୍କ ଯଥାସମ୍ଭବ ଉପସ୍ଥିତି ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମେଡିକାଲ ଗୋଷ୍ଠୀଙ୍କ ଉଲ୍ଲେଖନୀୟ ସେବା ଓ ଗଭୀର ଅଙ୍ଗୀକାରବଦ୍ଧତା ସମ୍ପର୍କରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା ।

କେନ୍ଦ୍ର ସରକାର ଜୁନ ୧୬, ୨୦୨୦ ମସିହାରେ କୋଭିଡ ରୋଗୀ ସେବାରେ ଡାକ୍ତର ଓ ନର୍ସମାନଙ୍କ ନିଯୁକ୍ତି ସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କରିଥିଲେ । କୋଭିଡ ପରିଚାଳନାରେ ମାନବସମ୍ବଳ ଉପଯୋଗ ନେଇ ସ୍ୱତନ୍ତ୍ର ୧୫ହଜାର କୋଟି ଟଙ୍କାର ଜନସ୍ୱାସ୍ଥ୍ୟ ଆପାତକାଳୀନ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟମିଶନ ଜରିଆରେ ୨୨୦୬ ଜଣ ବିଶେଷଜ୍ଞ, ୪୬୮୫ମେଡିକାଲ ଅଧିକାରୀ ଓ ୨୫, ୫୯୩ ଷ୍ଟାଫ ନର୍ସଙ୍କୁ ମଧ୍ୟ କୋଭିଡ ମୁକାବିଲା ପାଇଁ ନିଯୁକ୍ତି କରାଯାଇଛି ।

Categories
ଫଟୋ ଖବର

ଜିଲ୍ଲା ପ୍ରଶାସନ ସହଯୋଗରେ ନିଟ୍ ପରୀକ୍ଷାର୍ଥୀଙ୍କୁ ନେଇ ଝାରସୁଗୁଡାରୁ ବାହାରିଲା ଏକ ବସ

Twenty eight NEET aspirants of our district left for Bhubaneswar today morning on arrangement of district admn. They were provided masks, hand sanitizer, food packets and water bottles. Wish all of them success in their endeavour

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜିଲ୍ଲା ପ୍ରଶାସନର ସଂପୂର୍ଣ୍ଣ ସହଯୋଗରେ ପରୀକ୍ଷାର୍ଥୀଙ୍କୁ ନେଇ କେନ୍ଦୁଝରରୁ ବାହାରିଲା ପ୍ରଥମ ବସ

କେନ୍ଦୁଝର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜେଇଇ ଏବଂ ନିଟ ପରୀକ୍ଷାର୍ଥିଙ୍କୁ ନେଇ କେନ୍ଦୁଝରରୁ ଏକ ବସ ବାହାରିଛି। ଏଥିରେ ପରୀକ୍ଷାର୍ଥୀଙ୍କ ସହିତ ତାଙ୍କର ଅଭିଭାବକ ମଧ୍ୟ ଯାଇଛନ୍ତି। ଜିଲ୍ଲା ପ୍ରଶାସନ ସହିତ ସ୍ଥାନୀୟ ନୋଡାଲ ଅଫିସରଙ୍କ ସହଯୋଗରେ ଏହି ବସ କେନ୍ଦୁଝରରୁ ଭୁବନେଶ୍ବର ଯିବ। ତେବେ ଏହାପରେ ଆଉ ଏକ ପରୀକ୍ଷାର୍ଥୀ ବ୍ୟାଚକୁ ନେଇ ଏକ ବସ ବାହାରିବ ବୋଲି ଜଣାପଡିଛି।
ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଇଇ ଏବଂ ନିଟ୍ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ମାଗଣା ବ୍ୟବସ୍ଥା ଘୋଷଣା କରିଥିଲେ। ସେହିପରି ପରୀକ୍ଷା କେନ୍ଦ୍ର ସହରରେ ସେମାନଙ୍କୁ ମାଗଣା ରହିବା ବ୍ୟବସ୍ଥା ମଧ୍ୟ ପ୍ରଦାନ କରାଯିବ। ସେହି ଅନୁସାରେ ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରଶାସନ ଏବଂ ନିଯୁକ୍ତ ନୋଡାଲ ଅଫିସର ସହଯୋଗ କରୁଛନ୍ତି।
 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ନିଟ୍ ଏବଂ ଜେଇଇ ପରୀକ୍ଷା ଘୁଞ୍ଚାଇଲେ ନାହିଁ, ଏକ ଅଭିମାନ ଭରା କଣ୍ଠରେ କହିଲେ ନବୀନ

ଭୁବନେଶ୍ବର, ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ଶୁଣିଲା ନାହିଁ। ବର୍ତ୍ତମାନ କୋଭିଡ ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟ ପ୍ରାଥମିକତା। ସେଥିପାଇଁ ନବୀନ କେନ୍ଦ୍ରଙ୍କୁ ଚିଠି ଲେଖିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଫୋନ ଯୋଗେ ମଧ୍ୟ କଥା ହୋଇଥିଲେ। ହେଲେ କେନ୍ଦ୍ର ଶୁଣି ନାହିଁ ବୋଲି ଏକ ଅଭିମାନ ଭରା କଣ୍ଠରେ ନବୀନ ବିଜେଡି ବିଧାୟକମାନଙ୍କୁ କହିଥିଲେ।

ଆଜି ନବୀନ କୋଭିଡ ମୁକାବିଲା ନେଇ ବିଜେଡି ବିଧାୟକଙ୍କ ସହିତ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଏକ ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଏପରି ଆଭିମୁଖ୍ୟ ସଂପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ। ତେବେ ଏହି ପରୀକ୍ଷା ବର୍ତ୍ତମାନ ହେଉଥିବାରୁ ବିଧାୟକମାନେ ତାଙ୍କ ଅଞ୍ଚଳର ପରୀକ୍ଷାର୍ଥିଙ୍କୁ ସହଯୋଗ କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି।

ପୂର୍ବରୁ ରାଜ୍ୟ ସରକାର ଏହି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ଜାତୀୟ ଖବର ରାଜ୍ୟ ଖବର

ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷାର୍ଥୀ ଧ୍ୟାନ ଦିଅନ୍ତୁ, ନିମ୍ନ ଅଫିସରଙ୍କୁ ଫୋନ କଲେ ଯିବା ଓ ରହିବା ମାଗଣା ହେବ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଇଇ ମେନ ଏବଂ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ଯେଉଁମାନେ ପରୀକ୍ଷା କେନ୍ଦ୍ରକୁ ଆସିବେ ସେମାନଙ୍କର ଯିବା ଆସିବା ଏବଂ ରହିବା ରାଜ୍ୟ ସରକାର ବହନ କରିବେ। ପରୀକ୍ଷାର୍ଥୀ ନିଜ ଜିଲ୍ଲାର ମୁଖ୍ୟାଳୟରୁ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଗାଡିର ବନ୍ଦୋବସ୍ତ କରାଯିବ।
ସେହିପରି ପରୀକ୍ଷା କେନ୍ଦ୍ର ନିକଟରେ ରହିବା ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିବେ। ଏହି କାର୍ଯ୍ୟକୁ ପରିଚାଳନା କରିବା ପାଇଁ ସବୁ ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ଦିଆଯାଇଛି। ପରୀକ୍ଷାର୍ଥୀ ସେମାନଙ୍କୁ ଫୋନ କରି ନିଜର ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ତାଙ୍କ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯିବ। ସେଥିପାଇଁ ସେମାନେ ଏହି ନୋଡାଲ ଅଫିସରଙ୍କ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି।