Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା, ଶହେ ଦିନ କୋଭିଡ କାର୍ଯ୍ୟ କରିଥିବା ଡାକ୍ତର ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତି
ଜାତୀୟ ଖବର

ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା, ଶହେ ଦିନ କୋଭିଡ କାର୍ଯ୍ୟ କରିଥିବା ଡାକ୍ତର ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତି

May 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଘୁଞ୍ଚିଲା ନିଟ୍ ପିଜି ପରୀକ୍ଷା, ଶହେ ଦିନ କୋଭିଡ କାର୍ଯ୍ୟ କରିଥିବା ଡାକ୍ତର ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ, ଦେଶରେ ଦେଖାଦେଇଥିବା କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହାର କ୍ରମବର୍ଦ୍ଧିଷ୍ଣୁ ମାନବସମ୍ବଳ ଆବଶ୍ୟକତା ଉପରେ ଆଜି ସମୀକ୍ଷା କରିଛନ୍ତି। ଆଜି ଏଥିରେ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କୋଭିଡ ଡ୍ୟୁଟି ପାଇଁ ମାନବସମ୍ବଳର ଅଭାବକୁ ଅନେକ ମାତ୍ରାରେ ଦୂର କରିପାରିବ ।

ନିଟ୍‌-ପିଜି ପରୀକ୍ଷା ଚାରିମାସ ନିମନ୍ତେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ଏବଂ ଏହା ୩୧ ଅଗଷ୍ଟ ୨୦୨୧ ଆଗରୁ ଅନୁଷ୍ଠିତ ହେବନାହିଁ । ପରୀକ୍ଷା ସମୟ ଘୋଷଣା ହେବାର ଅନ୍ତତଃ ମାସକ ପୂର୍ବରୁ ଏହା ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦିଆଯିବ । ଏହା ଫଳରେ କୋଭିଡ ଡ୍ୟୁଟି ନିମନ୍ତେ ଅନେକ ଯୋଗ୍ୟ ଡାକ୍ତର ସେମାନଙ୍କ ସେବା ପ୍ରଦାନ କରିପାରିବେ ।

ଇଣ୍ଟର୍ଣ୍ଣସିପ୍‌ର ଅଂଶସ୍ୱରୂପ କୋଭିଡ ପରିଚାଳନା ନିମନ୍ତେ ମେଡିକାଲ ଇଣ୍ଟର୍ଣ୍ଣମାନଙ୍କୁ ସେମାନଙ୍କ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତତ୍ୱାବଧାନରେ ସେବାରେ ନିୟୋଜିତ କରିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ହୋଇଛି । ଅନ୍ତିମବର୍ଷ ଏମବିବିଏସ୍ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଟେଲି ପରାମର୍ଶ ଓ ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ ରୋଗୀଙ୍କ ଚିକିତ୍ସା ସେବା ସେମାନଙ୍କ ଅଧ୍ୟାପକ ବା ଅଧ୍ୟାପିକାଙ୍କ ତତ୍ତ୍ଵାବଧାନରେ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହା କୋଭିଡ ଚିକିତ୍ସାରେ ନିୟୋଜିତ ଚିକିତ୍ସକଙ୍କ କାମ ବାଝ ମଧ୍ୟ ହ୍ରାସ କରିବାରେ ସହାୟକ ହେବ ।

ଅନ୍ତିମବର୍ଷ ସ୍ନାତକୋତ୍ତର ବା ତା’ଠାରୁ ଅଧିକ ଅଧ୍ୟୟନରତ ସୁପର ସ୍ପେଶିଆଲିଷ୍ଟ ମାନଙ୍କ ସେବା ମଧ୍ୟ ନୂତନ ପିଜି ବ୍ୟାଚ ଛାତ୍ରଛାତ୍ରୀ ଯୋଗଦେବା ପର‌୍ୟ୍ୟନ୍ତ ନିଆଯିବ । ବରିଷ୍ଠ ଡାକ୍ତର ବା ନର୍ସଙ୍କ ତତ୍ୱାବଧାନରେ ବିଏସସି ଏବଂ ଜିଏନଏମ ଯୋଗ୍ୟତାପ୍ରାପ୍ତ ସେବିକାମାନଙ୍କୁ ପୂର୍ଣ୍ଣକାଳୀନ କୋଭିଡ ନର୍ସିଂ ଡ୍ୟୁଟିରେ ଲଗାଯାଇପାରିବ ।

କୋଭିଡ ପରିଚାଳନାରେ ଅନ୍ୟୁନ ଶହେ ଦିନ କାମ କରିଥିବା ବ୍ୟକ୍ତିଙ୍କୁ ନିୟମିତ ସରକାରୀ ନିଯୁକ୍ତିକାଳରେ ଅଗ୍ରାଧିକାର ଦିଆଯିବ ।

ମେଡିକାଲ ଛାତ୍ରଛାତ୍ରୀ ବା ବୃତିଧାରୀ ବ୍ୟକ୍ତି ଯେଉଁମାନେ କୋଭିଡ ସମ୍ପର୍କୀତ କାର‌୍ୟ୍ୟରେ ନିୟୋଜିତ ହେବେ ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ କରାଯିବ । କୋଭିଡ-୧୯ ପରିଚାଳନାରେ ଯେଉଁ ଚିକିତ୍ସା କର୍ମୀମାନେ ନିୟୋଜିତ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବୀମା ଯୋଜନା ମଧ୍ୟ ନୂତନ ନିଯୁକ୍ତି ପାଇଥିବା ସମସ୍ତ ବ୍ୟକ୍ତିମାନଙ୍କ ପାଇଁ ଲାଗୁ ହେବ । ଯେଉଁମାନେ ଅନ୍ୟୁନ ଶହେ ଦିନ କୋଭିଡ୍ ଚିକିତ୍ସା ସେବାରେ ନିୟୋଜିତ ହେବେ, ସେମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପ୍ରଧାନମନ୍ତ୍ରୀ ଉତ୍କର୍ଷ କୋଭିଡ ଜାତୀୟ ସେବା ସମ୍ମାନ ମଧ୍ୟ ପ୍ରଦାନ କରାଯିବ ।

ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ବୃତ୍ତିଧାରୀମାନେ କୋଭିଡ ପରିଚାଳନା କାର‌୍ୟ୍ୟକ୍ରମର ମେରୁଦଣ୍ଡ ସଦୃଶ ଓ ସେମାନେ ସମ୍ମୁଖ ଯୋଦ୍ଧାଭାବେ ପରିଚିତ । ରୋଗୀମାନଙ୍କ ସମସ୍ୟା ସମାଧାନ ଦିଗରେ ସେମାନଙ୍କ ଯଥାସମ୍ଭବ ଉପସ୍ଥିତି ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମେଡିକାଲ ଗୋଷ୍ଠୀଙ୍କ ଉଲ୍ଲେଖନୀୟ ସେବା ଓ ଗଭୀର ଅଙ୍ଗୀକାରବଦ୍ଧତା ସମ୍ପର୍କରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା ।

କେନ୍ଦ୍ର ସରକାର ଜୁନ ୧୬, ୨୦୨୦ ମସିହାରେ କୋଭିଡ ରୋଗୀ ସେବାରେ ଡାକ୍ତର ଓ ନର୍ସମାନଙ୍କ ନିଯୁକ୍ତି ସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କରିଥିଲେ । କୋଭିଡ ପରିଚାଳନାରେ ମାନବସମ୍ବଳ ଉପଯୋଗ ନେଇ ସ୍ୱତନ୍ତ୍ର ୧୫ହଜାର କୋଟି ଟଙ୍କାର ଜନସ୍ୱାସ୍ଥ୍ୟ ଆପାତକାଳୀନ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟମିଶନ ଜରିଆରେ ୨୨୦୬ ଜଣ ବିଶେଷଜ୍ଞ, ୪୬୮୫ମେଡିକାଲ ଅଧିକାରୀ ଓ ୨୫, ୫୯୩ ଷ୍ଟାଫ ନର୍ସଙ୍କୁ ମଧ୍ୟ କୋଭିଡ ମୁକାବିଲା ପାଇଁ ନିଯୁକ୍ତି କରାଯାଇଛି ।

NEET EXAM Neet PG ନିଟ୍ ପିଜି ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

June 11, 2026

ଶ୍ରୀନଗରର ଲାଲ ଚୌକରେ ପାକିସ୍ତାନ ବିରୋଧରେ ପ୍ରତିବାଦ: ପିଓକେ ପୁନଃ ଦଖଲ ପାଇଁ ଦାବି

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026
Latest News

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.