Categories
ଆଜିର ଖବର

କିଛି ସପ୍ତାହ ମଧ୍ୟରେ ଲାଇଭ୍‌ ନେଟଓ୍ବର୍କ ସ୍ପିଡ୍‌ ଜଣାଇବ ଟ୍ରାଇ : ଆର ଏସ୍‌ ଶର୍ମା

ଆସନ୍ତା କିଛି ସପ୍ତାହ ମଧ୍ୟରେ ଟ୍ରାଇ ଲାଇଭ୍‌ ହେବାକୁ ଯାଉଛି ବୋଲି ଟ୍ରାଇର ଚେୟାରମ୍ୟାନ୍‌ ଆର ଏସ୍‌ ଶର୍ମା କହିଛନ୍ତି। ଏହି ସୁବିଧା ଦ୍ବାରା ଭାରତର ଯେ କୌଣସି ସ୍ଥାନରେ ଯେ କୌଣସି ଅପରେଟରଙ୍କର ନେଟଓ୍ବର୍କ ସ୍ପିଡ୍‌ ଚେକ୍‌ କରିହେବ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଦିଷ୍ଟ ସମୟରେ ଇଣ୍ଟରନେଟର ବେଗ ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରାପ୍ତ କରିହେବ। ଗତବର୍ଷ ଏହି ସୁବିଧାକୁ ଟ୍ରାଇ ପକ୍ଷରୁ ପରୀକ୍ଷାମୂଳକ ଭାବରେ କାର୍ଯ୍ୟକାରୀ କରାଯାଇଥିଲା। ଏହାର ବେଟା ଭର୍ସନ ଦୁଇଟି ଭାରତୀୟ ସହରରେ ଲଞ୍ଚ କରାଯାଇଥିଲା। ଟେଲିମାଟିକ୍‌ସ ଗତବର୍ଷ ଏହି ସେବା ଭାରତରେ ଲଞ୍ଚ କରିଥିଲା। ଏହି ସେବା ବର୍ତ୍ତମାନ ପରୀକ୍ଷାମୂଳକ ସ୍ଥିତିରେ ରହିଛି ଏବଂ ଦୁଇରୁ ତିନି ସପ୍ତାହ ମଧ୍ୟରେ ଏହା ସମସ୍ତ ଭାରତୀୟ ସହରରେ ଲଞ୍ଚ କରାଯିବ ବୋଲି ଆର ଏସ୍‌ ଶର୍ମା କହିଛନ୍ତି। ଏହି ସେବା ଦ୍ବାରା କେଉଁ ଅଞ୍ଚଳ କେଉଁ ନେଟଓ୍ବର୍କର ଗୁଣବତ୍ତା ଉତ୍ତମ ତାହା ଜଣା ପଡିଯିବ ଏବଂ ବ୍ୟବହାରକାରୀଙ୍କ ପାଇଁ ଏହି ପ୍ରକ୍ରିୟା ସହଜ ହେବ ବୋଲି ଶର୍ମା କହିଛନ୍ତି।