Categories
ଆଜିର ଖବର

ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କଲେ ଅଭୟ

ଭୁବନେଶ୍ବର, ୯/୧୨: ପୋଲିସ୍‌ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କଲେ ଅଭୟ ।  ଆଜି କଟକ ପୋଲିସ୍‌ ମୁଖ୍ୟାଳୟରେ ପହଞ୍ଚି ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅଭୟ । ଅନ୍ତରୀଣ ଡିଜି ଭାବେ ଅବସ୍ଥାପିତ ଥିବା ସତ୍ୟଜିତ୍‌ ମହାନ୍ତି ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ୧୯୮୬ ବ୍ୟାଚର ଆପିଏସ୍‌ ଅଫିସର ଅଭୟ ନ୍ୟାସନାଲ ପୋଲିସ ଏକଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ସରକାର ଅବ୍ୟାହତି ଦେବା ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଥିଲା। ସେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ କାର୍ଯ୍ୟ କରିଥିଲେ। ଏହି ଅବସରରେ ନିଜ ଷଷ୍ଠସୂତ୍ରୀ ସମ୍ପର୍କରେ ଜଣାଇଛନ୍ତି ଅଭୟ । (ଏଜେନ୍ସି)