ନୂଆଦିଲ୍ଲୀ : ନୂତନ କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଏବେ ତୀବ୍ରତର ହେବାରେ ଲାଗିଛି । କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ଚାଷୀ ସଙ୍ଗଠନ । ଆଗକୁ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ସୂଚନା ରହିଛି। ଡିସେମ୍ୱର 12 ତାରିଖ ଦିନ ଦିଲ୍ଲୀ ଜୟପୁର ରାସ୍ତାକୁ ବନ୍ଦ କରିବେ ବୋଲି ଦର୍ଶନ ପାଲ କହିଛନ୍ତି। 12 ତାରିଖରେ ସାରା ଦେଶରେ ଟୋଲ୍ ପ୍ଲାଜା ଅମାନ୍ୟ କରିବାକୁ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା 14 ତାରିଖରେ ସାରା ଦେଶରେ ଜିଲ୍ଲାର ମୁଖ୍ୟାଳୟରେ ଆନ୍ଦୋଳନ କରାଯିବ ।
ଅପରପକ୍ଷରେ କୃଷି ବିଲ୍ ଓ ଚାଷୀ ଆନ୍ଦୋଳନକୁ ନେଇ ଆଜି ମିଳିତ ବିରୋଧୀ ଦଳ ରାଷ୍ଟ୍ର୍ରପତିଙ୍କ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । କୃଷି ଆଇନ୍ ଚାଷୀ ବିରୋଧୀ ଏଣୁ ଏହାକୁ ରଦ୍ଦ କରିବା ଦରକାର ବୋଲି ରାହୁଲ୍ ଗାନ୍ଧି କହିଛନ୍ତି । ଆଜି ରାଇସିନା ହିଲ୍ରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ, ଏନ୍ସିପି, ସିପିଆଇ, ସିପିଆଇଏମ୍ ନେତା ପ୍ରମୁଖ ମାନେ। କୃଷକମାନେ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଅମିତ୍ ଶାହାଙ୍କ ମଧ୍ୟରେ ଏନେଇ ଆଲୋଚନା ଅନୁଷ୍ଠିତ ହେଉଛି । (ଏଜେନ୍ସି)