Categories
ଆଜିର ଖବର

ଆଲିଆଙ୍କ ଜନ୍ମଦିନରେ କରନ୍‌ଙ୍କ ଉପହାର : ‘କଲଙ୍କ୍‌’ର ଏକ ନୂଆ ପୋଷ୍ଟର କଲେ ରିଲିଜ୍‌

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ୨୬ତମ ଜନ୍ମଦିନ ଅବସରରେ ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହର୍‌ ତାଙ୍କୁ ଜନ୍ମଦିନର ଉପହାର ସ୍ବରୂପ ‘କଲଙ୍କ୍‌’ ଫିଲ୍ମର ଏକ ପୋଷ୍ଟର ରିଲିଜ୍‌ କରିଛନ୍ତି । ଏହି ପୋଷ୍ଟରରେ କେବଳ ଆଲିଆଙ୍କୁ ଦେଖିବାକୁ ମିଳିଛି। ସେ ଏହି ପୋଷ୍ଟରକୁ ସେୟାର କରି କରନ୍‌ ଲେଖିଛନ୍ତି ଯେ, – ‘ସାହସକୁ ଏଭଳି ସୁନ୍ଦର ରୂପେ କେବେ ଦେଖିନାହିଁ। କଲଙ୍କର ‘ରୂପ’ ସହ ପରିଚିତ ହୁଅନ୍ତୁ।’ ପୂର୍ବରୁ ଏହି ଚଳଚ୍ଚିତ୍ରର ଆଲିଆ ଭଟ୍ଟ, ବରୁଣ ଧାଓ୍ବନ, ଆଦିତ୍ୟରାୟ କପୁର୍‌, ମାଧୁରୀ ଦୀକ୍ଷିତ୍‌, ସୋନାକ୍ଷୀ ସିହ୍ନା ଓ ସଞ୍ଜୟଦତ୍ତଙ୍କ ପୋଷ୍ଟର ରିଲିଜ୍‌ କରାଯାଇଥିବାବେଳେ ଏହାର ଟିଜର୍‌ ମଧ୍ୟ ରିଲିଜ୍‌ ହୋଇସାରିଛି। ଏହି ଟିଜର୍‌କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି । ‘କଲଙ୍କ୍‌’ ଏପ୍ରିଲ୍‌ ୧୭ରେ ପରଦାକୁ ଆସିବ ବୋଲି ଜଣାପଡିଛି।