Categories
ଆଜିର ଖବର ଜାତୀୟ ଖବର

ବିଜେପିକୁ ଜବାବ୍‌ ଦେବା ପାଇଁ ଆପ୍‌ର ନୂଆ ସ୍ଲୋଗାନ୍‌ : ‘ମୋ’ ଭୋଟ୍‌ କାମକୁ, ସିଧା କେଜରୀଓ୍ବାଲକୁ’

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦଶ ଦିନ। ଦିଲ୍ଲୀର କ୍ଷମତାସୀନ ସରକାର ଆମ୍‌ ଆଦ୍‌ମୀ ନିର୍ବାଚନ ପାଇଁ ନୂଆ ନାରା ପ୍ରସ୍ତୁତ କରିଛି । ବିଜେପିର ନାଗରିକତା ତଥା ଦେଶଦ୍ରୋହର ନିର୍ବାଚନୀ ପ୍ରଚାରକୁ ଏହି ସ୍ଲୋଗାନ୍‌ ମାତ୍‌ ଦେବା ପାଇଁ ଆପ୍‌ ଏହି ନୂତନ ସ୍ଲୋଗାନ ଜାରି କରିଛି । ଆପ୍‌ ଜାରି କରିଥିବା ନୂତନ ସ୍ଲୋଗନ୍‌ ରହିଛି – ‘ମୋ ଭୋଟ୍‌ କାମକୁ, ସିଧା କେଜ୍‌ରୀଓ୍ବାଲ’କୁ । ଏହି ନୂତନ ସ୍ଲୋଗାନ୍‌ ନେଇ ନିର୍ବାଚନୀ ପ୍ରଚାର କରିବ ଆପ୍‌ ।  ମିଳିଥିବା ସୂଚନା ଅନୁସାରେ ବିଜେପିର ଶାହୀନ୍‌ବାଗ୍‌ ଓ ନାଗରିକତା କାନୁନ୍‌ ପ୍ରସଙ୍ଗକୁ ଆପ୍‌ ଏହି ସ୍ଲୋଗାନ୍‌ ଜରିଆରେ ଜବାବ୍‌ ଦେବ।

ଏହି ନୂତନ ସ୍ଲୋଗାନ୍‌ ଜରିଆରେ ଆଗାମୀ ସାତ ଦିନ ମଧ୍ୟରେ ଦିଲ୍ଲୀର 50 ଲକ୍ଷ ଘରକୁ ଆମ୍‌ ଆଦ୍‌ମୀ ଦଳର କାର୍ଯ୍ୟକର୍ତ୍ତା, ନେତା କେଜରୀଓ୍ବାଲଙ୍କ ରିପୋର୍ଟ କାର୍ଡ ଓ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିବା ସହିତ 5 ବର୍ଷ ଭିତରେ କେଜରୀ ସରକାରଙ୍କ କାର୍ଯ୍ୟ ତଥା ଆଗାମୀ 5 ବର୍ଷର ସରକାରଙ୍କ ଆଭିମୁଖ୍ୟକୁ ଜନତାଙ୍କ ସାମ୍ନାରେ ଉତ୍ଥାପନ କରିବେ ।