ଆବୁଧାବିରୁ ୨୦୧୬ରେ ଧରାପଡିଥିବା ଆଇଏସ୍ ଲିଙ୍କରେ ଏନ୍ଆଇଏ ପକ୍ଷରୁ ଆଜି ହାଇଦ୍ରାବଦରେ ଚାରି ଯୁବକଙ୍କୁ ଗିରଫ କରାଯାଇଛି। ଅଗଷ୍ଟ ୨୦୧୮ରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଗିରଫ କରାଯାଇଥିବା ତିନି ଯୁବକଙ୍କ ସହିତ ଏହି ଯୁବକ ମାନଙ୍କର ସମ୍ପର୍କ ରହିଥିଲା। ଏମାନଙ୍କୁ ଧରିବା ପାଇଁ ଏନ୍ଆଇଏ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ହାଇଦ୍ରାବାଦ ସହରର ବାହାରେ ଏକା ସମୟରେ ତିନି ସ୍ଥାନରେ ଏନ୍ଆଇଏ ପକ୍ଷରୁ ଚଢାଉ କରାଯାଇଥିଲା। ମାଇଲାରଦେବପଲ୍ଲକୀର କିଙ୍ଗସ୍ କଲୋନୀରୁ ଦୁଇଜଣ ଅଭିଯୁକ୍ତ ମହମ୍ମଦ ଅବ୍ଦୁଲ୍ ବସିଥ୍ ଏବଂ ମହମ୍ମଦ ଅବ୍ଦୁଲ୍ ଖାଦିରଙ୍କୁ ଗିରଫ କରିଥିଲା। ଅନ୍ୟ ଦୁଇ ଗିରଫ ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିନାହିଁ ଏନ୍ଆଇଏ। ଶନିବାର ଭୋର ଚାରିଟା ସମୟରୁ ଏନ୍ଆଇଏ ପକ୍ଷରୁ ଏହି ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହାପରେ ମିଳିଥିବା ସୂଚନା ଅନୁଯାୟୀ ବନ୍ଦଲାଗୁଡା ଏବଂ ଫଲକନୁମାରେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲା ଏନ୍ଆଇଏ।
Tag: nia
ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଅଭିଯୋଗରେ ବିଚ୍ଛିନ୍ନତାବାଦୀ ନେତା ମିରଓ୍ବେଜ୍ ଉମର ଫାରୁକ୍ ମଙ୍ଗଳବାର ଦିନ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ନିକଟରେ ହାଜର ହୋଇଛନ୍ତି। କ୍ରମାଗତ ଦ୍ବିତୀୟ ଦିନ ପାଇଁ ପଚରାଉଚୁରା ଜାରି ରହିଥିବା ନେଇ ଏନ୍ଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ନିଜର ରାଜନୈତିକ ଦଳ ଅଓ୍ବାମୀ ଆକ୍ସନ୍ କମିଟି ଏବଂ ହୁରିୟାତ କନଫରେନ୍ସ ପାଇଁ ବିଭିନ୍ନ ଆତଙ୍କୀ ସଙ୍ଗଠନରୁ ଅର୍ଥ ଯୋଗାଡ କରିଥିବାରୁ ଏହି ମାମଲା ରୁଜୁ କରାଯାଇଛି ବୋଲି ଏନ୍ଆଇଏ ପକ୍ଷରୁ ପ୍ରକାଶ ପାଇଛି। ଏନ୍ଆଇଏ ମୁଖ୍ୟାଳୟରେ ଏହି ପଚରାଉଚୁରା ଜାରି ରହିଛି। ମିରଓ୍ବେଜ୍କ ହୁରିୟାତ୍ କନ୍ଫରେନ୍ସର ମୁଖ୍ୟ ରହିଥିବା ବେଳେ କାଶ୍ମୀର ସମସ୍ୟାର ସମାଧାନ ପାଇ ୟୁପିଏ ଏବଂ ଏନ୍ଡିଏ ସହିତ ଆଲୋଚନା କରିଥିଲେ। ଏନ୍ଆଇଏ ପକ୍ଷରୁ ଦାଏର କରାଯାଇଥିବା ମାମଲାରେ ଆତଙ୍କୀ କାର୍ଯ୍ୟରେ ସମ୍ପୃକ୍ତି, ସେନା ଉପରକୁ ପଥର ଫିଙ୍ଗା ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବା ନେଇ ମାମଲା ଦାୟର କରିଛି। ମିରଓ୍ବେଜ୍ଙ୍କ ବ୍ୟତିତ ଅନ୍ୟତମ ବିଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ପୁତ୍ର ନଶୀମ୍ ଗିଲାନୀଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି।