ଆଇଏସ୍‌ ଲିଙ୍କ : ଚାରି ହାଇଦ୍ରାବାଦ ଯୁବକଙ୍କୁ ଗିରଫ କଲା ଏନ୍‌ଆଇଏ

Published: Apr 20, 2019, 3:54 pm IST

ଆବୁଧାବିରୁ ୨୦୧୬ରେ ଧରାପଡିଥିବା ଆଇଏସ୍‌ ଲିଙ୍କରେ ଏନ୍‌ଆଇଏ ପକ୍ଷରୁ ଆଜି ହାଇଦ୍ରାବଦରେ ଚାରି ଯୁବକଙ୍କୁ ଗିରଫ କରାଯାଇଛି। ଅଗଷ୍ଟ ୨୦୧୮ରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଗିରଫ କରାଯାଇଥିବା ତିନି ଯୁବକଙ୍କ ସହିତ ଏହି ଯୁବକ ମାନଙ୍କର ସମ୍ପର୍କ ରହିଥିଲା। ଏମାନଙ୍କୁ ଧରିବା ପାଇଁ ଏନ୍‌ଆଇଏ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ହାଇଦ୍ରାବାଦ ସହରର ବାହାରେ ଏକା ସମୟରେ ତିନି ସ୍ଥାନରେ ଏନ୍‌ଆଇଏ ପକ୍ଷରୁ ଚଢାଉ କରାଯାଇଥିଲା। ମାଇଲାରଦେବପଲ୍ଲକୀର କିଙ୍ଗସ୍‌ କଲୋନୀରୁ ଦୁଇଜଣ ଅଭିଯୁକ୍ତ ମହମ୍ମଦ ଅବ୍‌ଦୁଲ୍‌ ବସିଥ୍‌ ଏବଂ ମହମ୍ମଦ ଅବ୍‌ଦୁଲ୍‌ ଖାଦିରଙ୍କୁ ଗିରଫ କରିଥିଲା। ଅନ୍ୟ ଦୁଇ ଗିରଫ ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିନାହିଁ ଏନ୍‌ଆଇଏ। ଶନିବାର ଭୋର ଚାରିଟା ସମୟରୁ ଏନ୍‌ଆଇଏ ପକ୍ଷରୁ ଏହି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଏହାପରେ ମିଳିଥିବା ସୂଚନା ଅନୁଯାୟୀ ବନ୍ଦଲାଗୁଡା ଏବଂ ଫଲକନୁମାରେ ମଧ୍ୟ ସର୍ଚ୍ଚ ଅପରେସନ୍‌ ଜାରି ରଖିଥିଲା ଏନ୍‌ଆଇଏ।

Related posts