Categories
ଆଜିର ଖବର

ଅଷ୍ଟ୍ରେଲିଆ ନାଇଟ୍‌ କ୍ଲବ୍‌ରେ ଗୁଳିକାଣ୍ଡରେ ଜଣେ ମୃତ

ଅଷ୍ଟ୍ରେଲିଆର ଏକ ନାଇଟ୍‌ କ୍ଲବ୍‌ରେ ଗୁଳିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳୁ ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ କହିଛି, କାର୍‌ରେ ଆସି ଜଣେ ବ୍ୟକ୍ତି ଭିଡ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଦୁଇ ମହଲା ଉପରେ ମେସିନ୍‌ କ୍ଲବ ନାମକ ନାଇଟ୍‌ କ୍ଲବ୍‌ ଉପରେ ହୋଇଥିବା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ୍‌ ପକ୍ଷରୁ ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ କଳା ରଙ୍ଗର ପୋର୍ସେ କାର୍‌ରେ ଆକ୍ରମଣ କରାଯାଇଥିବା ବେଳେ କାର୍‌ଟିକୁ ପୋଡି ଯାଇଥିବା ଅବସ୍ଥାରେ ପୋଲିସ୍‌ ଉଦ୍ଧାର କରିଛି।