Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର କ୍ୟାବିନେଟ୍‌ ବୈଠକ: ଏନଆଇଏନଏଲରୁ ପ୍ରତ୍ୟାହାର ହେବ ପୁଞ୍ଜି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର କ୍ୟାବିନେଟ୍‌ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି। ନୀଳାଚଳ ଇସ୍ପାତ ପ୍ଲାଣ୍ଟରୁ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବା ନେଇ ନିଷ୍ପତି ଗ୍ରହଣ କରାଯାଇଛି। ଏମ୍‌ଏମ୍‌ଟିସି, ଭେଲ୍‌ ଓ ଏନ୍‌ଏମଟିସି ଓ ମେକନ୍‌ ପରି 6ଟି ପିଏସ୍‌ୟୁର ଅଂଶଧନ ବିକ୍ରି ହେବା ନେଇ ସୂଚନା ରହିଛି।  ସେହିପରି ଏହି ବୈଠକରେ ମୁଖ୍ୟତଃ ମାଇନ୍ସ ଆଉ କୋଇଲା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି କ୍ୟାବିନେଟ ବୈଠକରେ ମୁଖ୍ୟତଃ ପୂର୍ବତର ରାଜ୍ୟମାନଙ୍କର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର। ପୂର୍ବତର 8ଟି ରାଜ୍ୟରେ ଗ୍ୟାସ ଗ୍ରିଡ ସ୍ଥାପନ କରିବା ସହ ଭାରତୀୟ ରେଳର ଇନ୍ଧନ ପାଇଁ ଇଂଲଣ୍ଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ଜଣାପଡିଛି (ଏଜେନ୍ସି)