Categories
ଆଜିର ଖବର

ଆଇଜିଏସ୍‌ଟି ପ୍ୟାନେଲ୍‌ରୁ ଓହରିଲେ ନିର୍ମଳା ସୀତାରମଣ, ସୁଶୀଲ ମୋଦି ନୂତନ ମୁଖ୍ୟ

ନୂଆଦିଲ୍ଲୀ,11/12 : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଇଜିଏସ୍‌ଟି ପ୍ୟାନେଲ୍‌ରୁ ଓହରି ଯାଇଛନ୍ତି । ଆଇଜିଏସ୍‌ଟି ପ୍ୟାନେଲ୍‌ରେ ରହିଥିବା ମନ୍ତ୍ରୀସ୍ତରୀୟ ଦଳର ମୁ୍ଖ୍ୟ ରହିଥିଲେ ନିର୍ମଳା ସୀତାରମଣ । ସୀତାରମଣ ଓହରିଯିବା ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା କମିଟିର ଉପମୁଖ୍ୟ ରହିଥିବା ସୁଶୀଲ ମୋଦିଙ୍କୁ ନୂତନ ମୁଖ୍ୟ ଭାବରେ ଘୋଷଣା କରାଯାଇଛି । ସୀତାରମଣଙ୍କ ଓହରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ମନ୍ତ୍ରୀସ୍ତରୀୟ କମିଟିର ମୁଖ୍ୟ ରହିବା ସହିତ ନିର୍ମଳା ଜିଏସ୍‌ଟି ପ୍ୟାନେଲ୍‌ର ମୁଖ୍ୟ ଭାବରେ କାର୍ଯ୍ୟକରୁଥିବାରୁ ନିର୍ମଳାଙ୍କୁ ରିପୋର୍ଟ ପ୍ରସ୍ତୁତ କରିବା ସହିତ ଏହାକୁ ମଞ୍ଜୁରୀ ଦେବାକୁ ପଡିଥାଏ । ତେଣୁ ଆଇଜିଏସ୍‌ଟି ପ୍ୟାନେଲ୍‌ରୁ ନିର୍ମଳା ଓହରିଥିବା ଜଣାପଡିଛି । କମିଟିର କାର୍ଯ୍ୟକୁ ସ୍ବଚ୍ଛତାର ସହିତ ଏବଂ ସୂଚାରୁ ଭାବରେ ପରିଚାଳନା ପାଇଁ ନିର୍ମଳା ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି । (ଏଜେନ୍ସୀ)

Categories
ଆଜିର ଖବର

ନିର୍ମଳାଙ୍କୁ ନିର୍ବଳା ଭାବରେ ସମ୍ବୋଧନ କଲେ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ,2/12: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବଳା (ଶକ୍ତିହୀନ) ସୀତାରମଣ ଭାବରେ ସମ୍ବୋଧନ କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ଲୋକସଭାରେ ଏକ ଆଲୋଚନା ସମୟରେ ସେ ନିର୍ମଳାଙ୍କୁ ନିର୍ବଳା ବୋଲି ସମ୍ବୋଧନ କରିଥିଲେ । ଅଧୀର କହିଥିଲେ ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମଧ୍ୟ ନିର୍ମଳା ନିଜର ସ୍ବର ଉତ୍ତୋଳନରେ ଅକ୍ଷମ । ତାଙ୍କ ନେତୃତ୍ବରେ ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି । ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ବିଦେଶୀ ବୋଲି କହିବାର ଗୋଟିଏ ଦିନ ପରେ ଅଧୀର ଏହି ମନ୍ତବ୍ୟ ଦେଇଛନ୍ତି । ଅଧୀରଙ୍କ ଏହି ମନ୍ତବ୍ୟ ପରେ ଗୃହରେ ଅଧୀରଙ୍କ କ୍ଷମା ପ୍ରାର୍ଥନା ଦାବି କରାଯାଇଥିଲା । (ଏଜେନ୍ସୀ)

Categories
ବିଶେଷ ଖବର ବ୍ୟବସାୟ

ବ୍ୟାଙ୍କିଂ ବ୍ୟବସ୍ଥାକୁ ନେଇ ସୀତାରମଣଙ୍କ ପ୍ରେସ୍‌ ମିଟ୍‌ : ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ନେଇ ଘୋଷଣା

ସମୀକ୍ଷା ବ୍ୟୁରୋ

ଭାରତୀୟ ଅର୍ଥନୀତିକୁ ଦୃଢତା ପ୍ରଦାନ କରିବା ପାଇଁ ତଥା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଅର୍ଥନୀତିରେ ପରିଣତ କରିବା ପାଇଁ ବିଭିନ୍ନ ନୂତନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରେସ୍‌ ମିଟ୍‌ ସମୟରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ସମ୍ମିଶ୍ରଣ ନେଇ ଘୋଷଣା କରିଛନ୍ତି ସୀତାରମଣ। ଏହା ସହିତ ବିଭିନ୍ନ ରାଜ୍ୟରେ ରହିଥିବା ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏବଂ ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ ନିଜର ସେବା ଜାରି ରଖିବେ ବୋଲି ସୀତାରମଣ ଘୋଷଣା କରିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ୍‌ ବ୍ୟାଙ୍କର ମିଶ୍ରଣ ନେଇ ଘୋଷଣା କରିଛନ୍ତି ସୀତାରମଣ। ଏହି ମିଶ୍ରଣ ପରେ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଦେଶର ଦ୍ବିତୀୟ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କର ମାନ୍ୟତା ହାସଲ କରିବ। ଏହା ସହିତ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍‌ ବ୍ୟାଙ୍କର ସମ୍ମିଶ୍ରଣ ହେବାକୁ ଯାଉଛି। ଏହି ମିଶ୍ରଣ ପରେ ଏହା ଦେଶର ପଞ୍ଚମ ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କର ମାନ୍ୟତା ହାସଲ କରିବ। ସେହିପରି କାନାରା ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ କରାଯିବ। ମିଶ୍ରଣ ପରେ ଏହା ଦେଶର ଚତୁର୍ଥ ବୃହତ ବ୍ୟାଙ୍କ ମାନ୍ୟତା ହାସଲ କରିବ। ସେହିପରି ବ୍ୟାଙ୍କ ଅଫ ବରୋଦା, ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କ ସମ୍ମିଶ୍ରଣ ଉପରେ ଖୁବ୍‌ ଶୀଘ୍ର ମୋହର ଲାଗିବ ବୋଲି ସୀତାରମଣ କହିଥିଲେ।

ଦେଶରେ ସମୁଦାୟ ୧୮ଟି ରାଷ୍ଟ୍ରାୟତ ବ୍ୟାଙ୍କ ରହିଥିବା ବେଳେ ତନ୍ମଧ୍ୟରୁ ୧୪ଟି ଲାଭରେ ଚାଲୁଥିବା ନେଇ ସୀତାରମଣ ସୂଚନା ଦେଇଥିଲେ। ସେହିପରି ଗୃହ ନିର୍ମାଣ କ୍ଷେତ୍ରକୁ ସରକାର ୩୩୦୦ କୋଟିର ସହାୟତା ପ୍ରଦାନ କରିବା ନେଇ ସୀତାରମଣ ସୂଚନା ପ୍ରଦାନ କରିଛନ୍ତି। ଚଳିତ ସରକାରଙ୍କ ସମୟରେ ୩ ଲକ୍ଷରୁ ଅଧିକ ନକଲି କମ୍ପାନୀ ବନ୍ଦ ହୋଇଥିବା ନେଇ ସୀତାରମଣ ସୂଚନା ଦେଇଥିଲେ। ସେହିପରି ଋଣ ଶୁଝୁ ନଥିବା ବ୍ୟବସାୟୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ସୀତାରମଣ ସୂଚନା ଦେଇଥିଲେ। ଅଟୋ ମୋବାଇଲ୍‌ ଶିଳ୍ପକୁ ଅଗ୍ରଗତି ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଏସ୍‌-୪ଇଞ୍ଜିନ ଚାଳିତ ଯାନ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି। ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ବିଏସ୍‌-୪ଇଞ୍ଜିନର ଗାଡି ବିକ୍ରୟ କରାଯାଇ ପାରିବ ବୋଲି ଘୋଷଣା କରାଯାଇଛି। ସେହିପରି ରେଜିଷ୍ଟ୍ରେସନ୍‌ ଦେୟ ପ୍ରଦାନର ଶେଷ ତାରିଖ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ୩୦ଦିନ ମଧ୍ୟରେ ଜିଏସ୍‌ଟି ରିଫଣ୍ଡ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ୧୦୦ଲକ୍ଷ କୋଟି ନିବେଶ କରାଯିବ ବୋଲି ଜଣାପଡିଛି।