Categories
ଆଜିର ଖବର ଜାତୀୟ ଖବର

ଶ୍ରୀନଗରରୁ ଲସ୍କର ଏ ତୋଏବାର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ନିସାର ଅହମ୍ମଦ ଦର ଗିରଫ

ଶ୍ରୀନଗର, 04/01: ପାକିସ୍ତାନର ଆତଙ୍କୀ ସଙ୍ଗଠନ ଲସ୍କର ଏ ତୋଏବାର ଜନୈକ ଆତଙ୍କବାଦୀକୁ ଶ୍ରୀନଗରରୁ ଗିରଫ କରାଯାଇଛି। ଶନିବାର ସକାଳୁ ଶ୍ରୀନଗରରୁ 23 ବର୍ଷୀୟ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ନିସାର ଅହମ୍ମଦ ଦରକୁ ଗିରଫ କରାଯାଇଛି। ଦର 2016ରେ 7ଟି ଏବଂ 2019ରେ ଗୋଟିଏ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ଆସିଛି। ସୁରକ୍ଷା ବଳଙ୍କ ହିଟ୍‌ଲିଷ୍ଟରେ ରହିଥିବା ଦର୍‌ ଓ୍ବାହାବ ପରେ ମୋହଲ୍ଲାର ନିବାସୀ। ପୂର୍ବରୁ ଦର୍‌କୁ ଦୁଇଥର ଅଟକ ରଖାଯାଇଥିଲେ ମଧ୍ୟ ପ୍ରମାଣ ଅଭାବରୁ ମୁକ୍ତ କରି ଦିଆଯାଇଥିଲା। ଦର୍‌ କୁଖ୍ୟାତ ଆତଙ୍କବାଦୀ ସଲିମ୍‌ ପରେର ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲା। ଦର୍‌କୁ ଗିରଫ କରାଯାଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚୁରା କରାଯାଉଛି। (ଏଜେନ୍ସୀ)