Categories
ବିଶେଷ ଖବର

ଚିନ୍ତାଗଲା: ଏଣିକି ଟଙ୍କା, ମୋବାଇଲ, ଲ୍ୟାପଟପ, ପାସବୁକକୁ ସାନିଟାଇଜେସନ କରିବା ପାଇଁ ବାହାରିଲା ଯନ୍ତ୍ର

ହାଇଦ୍ରାବାଦ, ଆଉ ଚିନ୍ତା କରିବାର ନାହିଁ। କାରଣ ଟଙ୍କା, ମୋବାଇଲ ଫୋନ, ଲ୍ୟାପଟପ କିମ୍ବା ଆଇପାଡ ସବୁକୁ ଭୂତାଣୁ ମୁକ୍ତ କରିବା ବାହାରିଲା ଦୁଇଟି ଯନ୍ତ୍ର। ଯାହାକୁ କୁହାଯାଉଛି ‘ଧ୍ରୁବସ’ ଏବଂ ‘ନୋଟକ୍ଲିନସ’। ଏହି ଯନ୍ତ୍ରକୁ ନ ଛୁଇଁ ଆପଣ ଆପଣଙ୍କ ମୋବାଇଲ, ଲ୍ୟାପଟପ କିମ୍ବା ନୋଟ୍ କୁ ସାନାଟାଇଜସନ କରିପାରିବେ। ଏହି ଦୁଇଟି ଯନ୍ତ୍ରକୁ ବାହାର କରିଛନ୍ତି ହାଇଦ୍ରାବାଦସ୍ଥିତ ଡିଫେନସ ରିସର୍ଚ୍ଚ ଡେଭଲପ ଅରଗାନାଇଜେସନ ବା ଡିଆରଡିଓ। ଜାଣନ୍ତୁ ସେ ମେସିନ ଦ୍ବୟ କଣ କିପରି କାମ କରେ।
ଧ୍ରୁବସ ଯନ୍ତ୍ରଟି କଣ ?
ଡିଆରଡିଓର ‘ଧ୍ରୁବସ’ ଯନ୍ତ୍ରଟି ହେଉଛି ସ୍ପର୍ଶ ବିହୀନ ବିଶୋଧନ ଯନ୍ତ୍ର ବା କ୍ୟାବିନ ଯାହା ଇଲଟ୍ରୋନିକ୍ ଉପକରଣ ବିଶୋଧନ କରିବ। ଏହି ମେସିନ ଭିତରେ ଲାପଟପ, ମୋବାଇଲ କିମ୍ବା ଆଉପାଡ ଭର୍ତ୍ତ କଲେ କିଛି ସମୟ ଭିତରେ ତାହା ବିଶୋଧିତ ହୋଇ ବାହାରିବ। ଏହି ସଂସ୍ଥାର ଗବେଷକମାନେ ବହୁ ଦିନ ଧରି ସାଧାରଣ ଲୋକଙ୍କ ବ୍ୟବହାରରେ ଆସୁଥିବା ବିଭିନ୍ନ ଉପକରଣ କିପରି ବିଷୋଧନ କରାଯାଇପାରିବ ତା ଉପରେ ଗବେଷଣା କରୁଥିଲେ। ମୁଖ୍ୟତଃ ବିଭିନ୍ନ ସ୍ଥାନରେ ଏହି ଇଲୋଟ୍ରୋନିକ ଯନ୍ତ୍ରର ବ୍ୟବହାର ବେଶୀ ହେଉଥିବାରୁ ଏହା ଦ୍ବାରା ସଂକ୍ରାମଣ ବ୍ୟାପିବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଗବେଷକମାନେ ସେହି ସମସ୍ୟାର ସମାଧାନ କରିବା ପାଇଁ କାର୍ଯ୍ୟ କରି ଏହାକୁ ବାହାର କରିଛନ୍ତି।
ସ୍ବୟଂଚାଳିତ ଟଙ୍କା ବିଶୋଧନ ମେସିନ ‘ନୋଟସକ୍ଲିନ’ କଣ ?
ବର୍ତ୍ତମାନ ଲକ ଡାଉନ ସମୟରେ ମଧ୍ୟ ବ୍ୟାଙ୍କ କାରାବାର ଚାଲିଛି। ହେଲେ ଟଙ୍କା ଦିଆନିଆ, କାଗଜପତ୍ର ଦେବାନେବା, ପାସବୁକ ଅପଡେଟ କରିବା ପ୍ରଭୃତିରେ ସଂକ୍ରାମଣ ହେବା ସମ୍ଭାବନା ରହିଛି। ସେଥିପାଇଁ ବ୍ୟାଙ୍କ କର୍ମଚାରୀମାନେ ସବୁବେଳେ ଭୟଭୟ ଭିତରେ କାମ କରୁଛନ୍ତି। ସେହି ଅସୁବିଧାକୁ ଦୂର କରିବା ପାଇଁ ଡିଆରଡିଓ ତରଫରୁ ବାହାରିଛି ନୋଟକ୍ଲିନ ମେସିନ। ଏହି ମେସିନରେ ଗ୍ରାହକମାନେ ଟଙ୍କା ଭର୍ତ୍ତି କଲେ ତାହା ଗଣତି ହେବା ସହିତ ସାନିଟାଇଜ ହୋଇ ବାହାରିବ।
ସେତିକି ନୁହେଁ ଏହି ମେସିନରେ ଯେ କୌଣସି ଫର୍ମ, ଲଫାଫା, ପାସବୁକ ଏବଂ ଚେକ୍ ପ୍ରଭୃତି ମଧ୍ୟ ବିଶୋଧିତ ହୋଇଇପାରିବ। କାରଣ ଏଗୁଡିକର ବ୍ୟବହାର ବ୍ୟାଙ୍କ କାରାବାରର ସାଧାରଣ ଘଟଣା ଏବଂ ଏଥିରେ ମଧ୍ୟ ସଂକ୍ରାମଣ ହେବାର ସମ୍ଭାବନା ରହିଛି। ଖୁବ ଶିଘ୍ର ଏହି ମେସିନ ଦ୍ବୟ ସାଧାରଣ ବ୍ୟବହାର ପାଇଁ ଯୋଗାଣ କରାଯିବ ବୋଲି ସଂସ୍ଥା ତରଫରୁ କୁହାଯାଇଛି।