Categories
ଆଜିର ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଫନି ସହାୟତା ଦାବୀ କଲେ ନବୀନ

ନୂତନ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟଙ୍କ ମଧ୍ୟରେ ରାଜ୍ୟର ସ୍ୱାର୍ଥ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବାତ୍ୟା ଫନି ନିମନ୍ତେ ୫ ହଜାର କୋଟି କ୍ଷତିପୂରଣ, କୋଇଲା ରୟାଲିଟି ବୃଦ୍ଧି, ମହାନଦୀ ବିବାଦ ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ଲୋକସଭାରେ ହେବାକୁ ଥିବା ଉପବାଚସ୍ପତି ନିର୍ବାଚନ ପାଇଁ ମଧ୍ୟ ଦୁହିଁଙ୍କ ମଧ୍ୟରେ କୌଣସି ଚର୍ଚ୍ଚା ହୋଇ ନାହିଁ ବୋଲି ପ୍ରତିକ୍ରିୟା କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସହ ସାକ୍ଷାତ ପରେ ପରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଆସନ୍ତା ୧୫ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦାନ ପରେ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ ନବୀନ।