Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଶେଷ ଦିନ, କଣ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ବର : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତର ଶେଷ ଦିନ। ଆଜି ରାଷ୍ଟ୍ରପତି ଭୁବନେଶ୍ୱର ଖଣ୍ଡଗିରିରେ ଥିବା ତପୋବନ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭେଟିବେ । ସେଠାରେ ସେ କିଛି ସମୟ ପିଲାମାନଙ୍କ ସହ ଆଲୋଚନା କରିବେ। ଏହାପରେ ସେ ସେଠାରୁ ୟୁନିଟ-୨ ଗାର୍ଲସ ହାଇସ୍କୁଲ ଯିବେ।

ୟୁନିଟ-୨ ଗାର୍ଲସ ହାଇସ୍କୁଲ ହେଉଛି ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ। ସେଠାରେ ସେ ହଷ୍ଟେଲରେ ରହି ପାଠପଢୁଥିଲେ। ଏହାପରେ ସେ ରମାଦେବୀ କଲେଜରେ ପଢିଥିଲେ। ଏହି ସ୍କୁଲରେ ତାଙ୍କର ପିଲାଦିନ ସ୍ମୃତିକୁ ଉଦଜିବିତ କରିବେ। ସେଥିପାଇଁ ସେହି ସ୍କୁଲରେ ସେତେବେଲେ ତାଙ୍କ ସହିତ ପାଠପଢୁଥିବା ଛାତ୍ରୀଙ୍କୁ ମଧ୍ୟ ସେ ଭେଟିବେ।

ଏହାପରେ ରାଷ୍ଟ୍ରପତି ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏ.ଆଇ.ସି.ଟି.ଇ ଦ୍ୱାରା ଓଡିଆ ଭାଷାରେ ପ୍ରସ୍ତୁତ ଇଂଜିନିୟରିଂ ବହି ଲୋକାର୍ପଣ କରିବେ। ଏହାପରେ ସେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।