Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୯, ସୁନ୍ଦରଗଡରୁ ୬୨, କଳାହାଣ୍ଡିରୁ ୪୩, ନୂଆପଡାରୁ ୩୮, ବରଗଡରୁ ୩୨, ଝାରସୁଗୁଡାରୁ ୨୯,  ଅନୁଗୁଳରୁ ୨୪, କଟକରୁ ୨୨, ସମ୍ବଲପୁରରୁ ୧୬, ବଲାଙ୍ଗୀରିରୁ ୧୫, ଗଞ୍ଜାମରୁ ୧୨, ମୟୂରଭଞ୍ଜରୁ ୧୦, ପୁରୀରୁ ୯, ରାୟଗଡ଼ାରୁ ୯, ଯାଜପୁରରୁ ୮, ଭଦ୍ରକରୁ ୫, ଦେବଗଡରୁ ୫, ଗଜପତିରୁ ୫, ନବରଙ୍ଗପୁରରୁ ୫, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୨, କୋରାପୁଟରୁ ୨, ସୋନପୁରରୁ ୨ ଏବଂ ଷ୍ଟେଟ ପୁଲରୁ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୦ ହଜାର ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୯ ହଜାର ୫୬୧ କୁ ବୃଦ୍ଧି ହୋଇଛି। ତେବେ ୭ ହଜାର ୫୨୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୮୭୯ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୮୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୮ ହଜାର ୬୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୮୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୮ ଟି ଜିଲ୍ଲାରୁ ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୩୧ ଜଣ, ଅନୁଗୁଳ ୨୦ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୨ ଜଣ, ବରଗଡ ଜିଲ୍ଲାରୁ ୫୩ ଜଣ, ଭଦ୍ରକର ଜିଲ୍ଲାରୁ ୧୭ ଜଣ, ବଲାଙ୍ଗୀରିର ଜିଲ୍ଲାରୁ ୨୬ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ୫୦ ଜଣ, ଦେବଗଡ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୩୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୨ ଜଣ, ଯାଜପୁର ଜିଲ୍ଲାରୁ ୧୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୨୩ ଜଣ, କଳାହାଣ୍ଡିରୁ ୪୩ ଜଣ, କନ୍ଧମାଳ ଜିଲ୍ଲାରୁ ୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୯ ଜଣ, କେନ୍ଦୁଝର ଜିଲ୍ଲାରୁ ୨୫ ଜଣ, କୋରାପୁଟ ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୯ ଜଣ, ନବରଂଗପୁର ଜିଲ୍ଲାରୁ ୧୯ ଜଣ, ନୟାଗଡ ଜିଲ୍ଲାରୁ ୬ ଜଣ, ନୂଆପଡା ଜିଲ୍ଲାରୁ ୬୧ ଜଣ, ପୁରୀ ଜିଲ୍ଲାରୁ ୪୫ ଜଣ, ରାୟଗଡା ଜିଲ୍ଲାରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାରୁ ୪୮ ଜଣ, ସୋନପୁର ଜିଲ୍ଲାରୁ ୨ ଜଣ ଏବଂ ଷ୍ଟେଟ ପୁଲରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୪୬୧ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୭୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୨୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୪ ଟି ଜିଲ୍ଲାରୁ ୪୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୮୬ ଜଣ,  ଖୋର୍ଦ୍ଧା ଜିଲ୍ଲାରୁ ୬୯ ଜଣ, ଅନୁଗୁଳ ଜିଲ୍ଲାରୁ ୨୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୬ ଜଣ, ବରଗଡ ଜିଲ୍ଲାରୁ ୩୨ ଜଣ, ଭଦ୍ରକ ଜିଲ୍ଲାରୁ ୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ୨୨ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଯାଜପୁର ଜିଲ୍ଲାରୁ ୧୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬ ଜଣ, କନ୍ଧମାଳ ଜିଲ୍ଲାରୁ ୪ ଜଣ, କେନ୍ଦ୍ରପଡା ଜିଲ୍ଲାରୁ ୨ ଜଣ, କେନ୍ଦୁଝର ଜିଲ୍ଲାରୁ ୨ ଜଣ, କୋରାପୁଟ ଜିଲ୍ଲାରୁ ୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ ଜଣ, ନୟାଗଡ ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୯ ଜଣ, ରାୟଗଡା ଜିଲ୍ଲାରୁ ୭ ଜଣ, ସମ୍ବଲପୁର ଜିଲ୍ଲାରୁ ୧୬ ଜଣ, ସୋନପୁର ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୨ ଜଣ ଏବଂ ଷ୍ଟେଟ ପୁଲରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସମ୍ବଲପୁରରୁ ୧୪, ସୁନ୍ଦରଗଡରୁ ୧୩, ବାଲେଶ୍ବରରୁ ୧୨, ଖୋର୍ଦ୍ଧାରୁ ୧୧, ଭଦ୍ରକରୁ ୯, ଯାଜପୁରରୁ ୫, ଝାରସୁଗୁଡାରୁ ୪, ରାୟଗଡାରୁ ୪, କେନ୍ଦୁଝରରୁ ୩, ମୟୂରଭଞ୍ଜରୁ ୩, ପୁରୀରୁ ୩, ଦେବଗଡରୁ ୨, ଅନୁଗୁଳରୁ ୧, ବଲାଙ୍ଗୀରିରୁ ୧, ବୌଦ୍ଧରୁ ୧, କଟକରୁ ୧, କଳାହାଣ୍ଡିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୬୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୯୨ କୁ ବୃଦ୍ଧି ହୋଇଛି। ତେବେ ୫୬୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସମ୍ବଲପୁରରୁ ୧୫, ବରଗଡରୁ ୭, ବାଲେଶ୍ବରରୁ ୬, ଯାଜପୁରରୁ ୬, ମୟୂରଭଞ୍ଜରୁ ୬, ସୁନ୍ଦରଗଡରୁ ୬, ଭଦ୍ରକରୁ ୪, ଖୋର୍ଦ୍ଧାରୁ ୪, କଟକରୁ ୩, ଗଜପତିରୁ ୨, ଝାରସୁଗୁଡାରୁ ୨, ନବରଙ୍ଗପୁରରୁ ୨, ପୁରୀରୁ ୨, ଅନୁଗୁଳରୁ ୧, ଦେବଗଡରୁ ୧, କେନ୍ଦ୍ରାପଡାରୁ ୧, ମାଲକାନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୫୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୨୧ କୁ ବୃଦ୍ଧି ହୋଇଛି। ତେବେ ୫୮୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମେସେଜ ମାଧ୍ୟମରେ କେଉଁଠି ଏବଂ କେଉଁ ଦିନ ଟିକା ଦିଆଯିବ ସୂଚନା ମିଳିବ: ଡାକ୍ତର ପଣ୍ଡା

କଟକ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକାରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଟିକାକାରଣରେ ସାମିଲ କରାଯିବ। ହେଲେ ଟିକାକରଣ ବାଧ୍ୟତାମୂଳକ ନୁହେଁ। ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାରକୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇ ନାହିଁ। ଏନେଇ ଏସସିବି ମେଡିକାଲ ବିଭାଗର ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସ୍ପଷ୍ଟ କରିଛନ୍ତି। ଟିକା ସଂପୂର୍ଣ୍ଣ ନିରାପଦ ଏବଂ ଫଳପ୍ରଦ। ତେଣୁ ସମସ୍ତଙ୍କୁ ଟିକା ନେବା ଉଚିତ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ପ୍ରଥମ ଟିକା ନେବାର ୨୮ ଦିନ ପରେ ଦ୍ଵିତୀୟ ଡୋଜ ନେବାକୁ ପଡିବ।

ତେବେ ଟିକା ପାଇଁ ପଞ୍ଜୀକରଣ ଜରୁରୀ। ପଞ୍ଜୀକରଣ କରିଥିବା ମୋବାଇଲ ନମ୍ବରକୁ ମେସେଜ ଆସିବ। କେଉଁଠି ଏବଂ କେଉଁ ଦିନ ଟିକା ଦିଆଯିବ ଏହି ମେସେଜ ମାଧ୍ୟମରେ ସୂଚନା ଦିଆଯିବ। ଟିକାକାରଣ ଦିନ ଆବଶ୍ୟକୀୟ ପରିଚୟପତ୍ର ଦେଖାଇ ଟିକାଦାନ କେନ୍ଦ୍ରରେ ଟିକା ନେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୯୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୪୯, ଅନୁଗୁଳରୁ ୪୮, କଟକରୁ ୨୪, କେନ୍ଦ୍ରାପଡାରୁ ୧୬, ବାଲେଶ୍ବରରୁ ୧୫, କେନ୍ଦୁଝରରୁ ୧୫, ଝାରସୁଗୁଡାରୁ ୧୪, ଯାଜପୁରରୁ ୧୩, ଖୋର୍ଦ୍ଧାରୁ ୧୨, ମୟୂରଭଞ୍ଜରୁ ୧୨, ବରଗଡରୁ ୧୦, ବଲାଙ୍ଗିରିରୁ ୧୦, ସମ୍ବଲପୁରରୁ ୮, ଦେବଗଡରୁ ୬, ଗଞ୍ଜାମରୁ ୬, ନବରଙ୍ଗପୁରରୁ ୬, ଭଦ୍ରକରୁ ୫, ଜଗତସିଂହପୁରରୁ ୫, ନୂଆପଡ଼ାରୁ ୪, ରାୟଗଡାରୁ ୩, ବୌଦ୍ଧରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୨, ନୟାଗଡରୁ ୨, ମାଲକାନାଗିରିରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୬ ହଜାର ୫୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୪୯୨ କୁ ବୃଦ୍ଧି ହୋଇଛି। ତେବେ ୨ ହାଜର ୪୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୮୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୦୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୫୮, ଅନୁଗୁଳରୁ ୪୧, ସମ୍ବଲପୁରରୁ ୩୧, ନୂଆପଡ଼ାରୁ ୨୭, ଖୋର୍ଦ୍ଧାରୁ ୨୦, ସମ୍ବଲପୁରରୁ ୧୯, ମୟୁରଭଞ୍ଜରୁ ୧୮, କଟକ ୧୫, ପୁରୀରୁ ୧୫, ବଲାଙ୍ଗୀରରୁ ୧୪, କେନ୍ଦ୍ରାପଡ଼ାରୁ ୧୩, ବାଲେଶ୍ୱରରୁ ୧୧, ଯାଜପୁରରୁ ୯, ବରଗଡ଼ରୁ ୭, କେନ୍ଦୁଝରରୁ ୫, ଗଞ୍ଜାମରୁ ୪, ଜଗତସିଂପୁରରୁ ୩, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୨,  ନୟାଗଡ଼ରୁ ୨, ଦେବଗଡ଼ରୁ ୧, ଗଜପତିରୁ ୧, କୋରାପୁଟରୁ ୧, ନବରଙ୍ଗପୁରରୁ ୧, ରାୟଗଡ଼ାରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୮୬୬ କୁ ବୃଦ୍ଧି ହୋଇଛି। ତେବେ ୨୨୦୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୭୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ କରୋନାରେ ମୃତ୍ୟୁବରଣ କଲେ ୩ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭୬କୁ ବୃଦ୍ଧି ହୋଇଛି।

ମୃତକଙ୍କ ମଧ୍ୟରେ ଭୁବନେଶ୍ଵରରୁ ଜଣେ ଆକ୍ରାନ୍ତ ଥିବା ବେଳେ କଟକରୁ ଜଣେ ଏବଂ ନବରଙ୍ଗପୁରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ଜଣେ ୬୦ ବର୍ଷିୟା ମହିଳାଙ୍କ ଏହି ଭୂତାଣୁ ଯୋଗୁଁ ପ୍ରାଣହାନୀ ଘଟିଥିବା ବେଳେ କଟକର ଜଣେ ୬୧ ବର୍ଷୀୟ ପୁରୁଷ ଏବଂ ନବରଙ୍ଗପୁରରୁ ଜଣେ ୨୨ ବର୍ଷୀୟ ଯୁବକଙ୍କ ପ୍ରାଣହାନୀ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୭୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୭, ଅନୁଗୁଳରୁ ୩୨, ବଲାଙ୍ଗିରିରୁ ୨୮, କଟକରୁ ୨୮, ସମ୍ବଲପୁରରୁ ୨୭, କେନ୍ଦୁଝରରୁ ୨୦, ବାଲେଶ୍ବରରୁ ୧୬, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୧୬, ନୂଆପଡ଼ାରୁ ୧୫, ଜଗତସିଂହପୁରରୁ ୧୧, କେନ୍ଦ୍ରାପଡାରୁ ୯, ବରଗଡରୁ ୮, ଝାରସୁଗୁଡାରୁ ୭, ଢେଙ୍କାନାଳରୁ ୬, କୋରାପୁଟରୁ ୬, ଭଦ୍ରକରୁ ୫, ଗଜପତିରୁ ୪, ଗଞ୍ଜାମରୁ ୪, କଳାହାଣ୍ଡିରୁ ୩, ନବରଙ୍ଗପୁରରୁ ୩, ପୁରୀରୁ ୩, ରାୟଗଡାରୁ ୩, ମାଲକାନଗିରିରୁ ୨, ସୋନପୁରରୁ ୨, ଦେବଗଡରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୩ ହଜାର ୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୮ ହଜାର ୨୦୧ କୁ ବୃଦ୍ଧି ହୋଇଛି। ତେବେ ୨୫୪୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୫୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର

ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୨ ଟି ସହର: ଫୁଲବାଣୀରେ ରେକର୍ଡ ହୋଇଛି ୪.୫ ଡିଗ୍ରୀ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ପାରଦ ତଳ ମୁହାଁ ହେବାରେ ଲାଗିଛି। ଯାହା ଫଳରେ ଶୀତ ପରିମାଣ ବଢିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୨ ଟି ସହର ରହିଛି। ଫୁଲବାଣୀରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ୍ ରହିଛି।

ସେହିପରି ଅନୁଗୁଳରେ ତାପମାତ୍ରା ୬ ଡିଗ୍ରୀ ସେଲିସିଅସ ଥିବା ବେଳେ ଦାରିଙ୍ଗାବାଡ଼ିରେ ୮, ଭବାନୀପାଟଣା ୮.୨, କୋରାପୁଟ ୮.୬, ଝାରସୁଗୁଡ଼ାରେ ୮.୮ ଡିଗ୍ରୀ, ବାରିପଦାରେ ୯, ସୁନ୍ଦରଗଡ଼ରେ ୯.୫, କେନ୍ଦୁଝରରେ ୯.୯, ବଲାଙ୍ଗିରରେ ୯.୫, ସୋନପୁରରେ ୯.୮, ରାୟଗଡ଼ାରେ ୧୦, କଟକରେ ୧୨ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଇପିଏସ ସ୍ତରରେ ହେଲା ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରାଯାଇଛି। ଡିଆଇଜି ଓ ଏସପି ସ୍ତରରେ ଏହି ବଦଳି ହୋଇଛି। ୧୩ ଜିଲ୍ଲାର ଏସପିଙ୍କୁ ବଦଳି କରାଯାଇଛି।

୧-ତାଳଚେର ଆଇଜି ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି ଭାବେ

୨-ଭଦ୍ରକ ଏସପି କୋରାପୁଟ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କୁ କୋରାପୁଟ ଡିଆଇଜି

୩- କୋରାପୁଟ ଡିଆଇଜି ସଫିନ ଅହମ୍ମଦଙ୍କୁ ଟେକ୍ନିକାଲ ଡିଆଇଜି

୪-ଏସପି ସିଆଇଡି ସିବି ସାର୍ଥକ ଷଡଙ୍ଗୀଙ୍କୁ  ଅନୁଗୁଳ ଡିଆଇଜି

୫-ଏସପି, ଇଓଡବ୍ଲୁ ଅବିନାଶ କୁମାରଙ୍କୁ ଏସଏପି ଡିଆଜି

୬-ଏସପି କେନ୍ଦ୍ରପଡା ନୀତିଶେଖରଙ୍କୁ ପରିବହନ ବିଭାଗ ଅତିରିକ୍ତ କମିଶନର

୭- କହଳାହାଣ୍ଡି  ଏସପି ବି ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି

୮-ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ଭଦ୍ରକ ଏସପି

୯-ରାଉରକେଲା ଏସପି କେ ଶିବା ସୁବ୍ରମଣିଙ୍କୁ ଢେଙ୍କାନାଳ ଏସପି

୧୦-ଝାରସୁଗୁଡା ଏସପି ରାହୁଲ ପିଆରଙ୍କୁ ଯାଜପୁର ଏସପି

୧୧-ବଲାଙ୍ଗିରି ଏସପି ଏମ. ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡା ଏସପି

୧୨-କୋରାପୁଟ ଏସପି ମୁକେଶ ଭାମୁଙ୍କୁ ରାଉରକେଲା ଏସପି

୧୩-ରାୟଗଡା ଏସପି ଶ୍ରବଣା ବିବେକଙ୍କୁ କଳାହାଣ୍ଡି ଏସପି

୧୪-ନବରଙ୍ଗପୁର ଏସପି କୁଶଲକର ନୀତିନ ତୁଗଡଙ୍କୁ  ବଲାଙ୍ଗୀର ଏସପି

୧୫-ଏଆଇଜି ହେଡକ୍ଵାର୍ଟରସ ବିବେକାନନ୍ଦ ଶର୍ମାଙ୍କୁ ରାୟଗଡା ଏସପି

୧୬-ଏସଡିଓପିଓ ଜୟପୁର ବରୁଣ ଗୁଣ୍ଡୁପାଲୀଙ୍କୁ କୋରାପୁଟ ଏସପି

୧୭- ଏସଡିଓପିଓ ତାଳଚେର ସିଦ୍ଧାର୍ଥ କାଟାରିଆଙ୍କୁ ନୟାଗଡ ଏସପି

୧୮-ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ଵାର୍ଟରସ

୧୯- ଏସଡିଓପିଓ ମାଲକାନଗିରି ପ୍ରହଲ୍ଲାଦ ମିନାଙ୍କୁ ନବରଙ୍ଗପୁର ଏସପି

୨୦-ରାଜ୍ୟ ପୋଲିସ ହେଡକ୍ଵାର୍ଟରସ ଅଖିଳେଶ୍ୱର ସିଂଙ୍କୁ ଏସଓଜି କମାଣ୍ଡାଣ୍ଟ

୨୧-କେନ୍ଦ୍ର ଡେପୁଟେସନ ସତ୍ୟଜିତ ନାୟକଙ୍କୁ କମ୍ପ୍ୟୁଟର ଏସପି

୨୨-ଅତିରିକ୍ତ ଏସପି ଭଦ୍ରକ ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡା ଏସପିଭାବେ ବଦଳି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ୧୩ ଟି ସହରରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା: ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି। ରାଜ୍ୟର ୧୩ ଟି ସହରରେ ୧୦ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଫୁଲବାଣୀରେ ସର୍ବନିମ୍ନ ୪ ଡିଗ୍ରୀ ସେଲସିଅସ ତାପମାତ୍ରା ଥିବା ବେଳେ ଦାରିଙ୍ଗିବାଡ଼ିରେ ୫ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ।

ସେହିପରି ଅନୁଗୁଳରେ ୫.୬, କୋରାପୁଟରେ ଓ ସୁନ୍ଦରଗଡ଼ରେ ୭, ଝାରସୁଗୁଡ଼ାରେ ୭.୮, ଭବାନୀପାଟଣାରେ ୮, କେନ୍ଦୁଝରରେ ୮.୮, ବାରିପଦା ଓ ବୌଦ୍ଧରେ ୯, ବଲାଙ୍ଗିର ୯.୨, ସୋନପୁର ୯.୪ ଓ ମାଲକାନଗିରିରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ତେବେ କଟକରେ ୧୧ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଆଗାମୀ ଦୁଇ ଦିନ ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୦୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଅନୁଗୁଳରୁ ୪୪, ସୁନ୍ଦରଗଡରୁ ୨୮, ଖୋର୍ଦ୍ଧାରୁ ୨୭, ବାଲେଶ୍ବରରୁ ୨୬, ମୟୂରଭଞ୍ଜରୁ ୨୬, କଟକରୁ ୨୦, ପୁରୀରୁ ୧୮, ନୂଆପଡ଼ାରୁ ୧୫, ଝାରସୁଗୁଡାରୁ ୧୪, ବଲାଙ୍ଗିରିରୁ ୧୨, ସମ୍ବଲପୁରରୁ ୧୦, ଭଦ୍ରକରୁ ୮, ବରଗଡରୁ ୯, ଯାଜପୁରରୁ ୭, କେନ୍ଦୁଝରରୁ ୭, କେନ୍ଦ୍ରାପଡାରୁ ୬, ନୟାଗଡରୁ ୬, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ଗଜପତିରୁ ୩, ନବରଙ୍ଗପୁରରୁ ୨, ରାୟଗଡାରୁ ୨, ଢେଙ୍କାନାଳରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୧ ହଜାର ୯୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୯୬ କୁ ବୃଦ୍ଧି ହୋଇଛି। ତେବେ ୨୭୪୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୩୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୫୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୩, ସୁନ୍ଦରଗଡରୁ ୩୬, ଅନୁଗୁଳରୁ ୨୯, କଟକରୁ ୨୬, ମୟୂରଭଞ୍ଜରୁ ୨୩, ବରଗଡରୁ ୧୯, ଭଦ୍ରକରୁ ୧୯, ବଲାଙ୍ଗିରିରୁ ୧୯, ପୁରୀରୁ ୧୮, ନୂଆପଡାରୁ ୧୬, ବାଲେଶ୍ବରରୁ ୧୫, କେନ୍ଦୁଝରରୁ ୧୩, ଝାରସୁଗୁଡାରୁ ୯, ଜଗତସିଂହପୁରରୁ ୮, ଯାଜପୁରରୁ ୭, କଳାହାଣ୍ଡିରୁ ୬, କେନ୍ଦ୍ରାପଡାରୁ ୬, ଗଞ୍ଜାମରୁ ୫, ନବରଙ୍ଗପୁରରୁ ୫, ମାଲକାନଗିରିରୁ ୪, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ୨, କୋରାପୁଟରୁ ୨, ନୟାଗଡରୁ ୧, ରାୟଗଡାରୁ ୧ ଓ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୨୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୭୯୬ କୁ ବୃଦ୍ଧି ହୋଇଛି। ତେବେ ୨୭୧୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୧୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ କରୋନାରେ ମୃତ୍ୟୁବରଣ କଲେ ୪ ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୧୧ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ଵରରୁ ଜଣେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳର ଜଣେ ୩୨ ବର୍ଷୀୟ ମହିଳା, ଗଞ୍ଜାମର ଜଣେ ୬୦ ବର୍ଷୀୟ ପୁରୁଷ ଏବଂ ଝାରସୁଗୁଡାର ଜଣେ ୭୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୮୬ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୫୭, ଖୋର୍ଦ୍ଧାରୁ ୫୩, ଅନୁଗୁଳରୁ ୨୭, ବଲାଙ୍ଗିରିରୁ ୨୩, ମୟୂରଭଞ୍ଜରୁ ୨୩, ନୂଆପଡାରୁ ୧୮, ବାଲେଶ୍ବରରୁ ୧୬, ଜଗତସିଂହପୁରରୁ ୧୫, କେନ୍ଦୁଝରରୁ ୧୫, ପୁରୀରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୧, କୋରାପୁଟରୁ ୧୦, ଭଦ୍ରକରୁ ୯, ଗଞ୍ଜାମରୁ ୯, ସମ୍ବଲପୁରରୁ ୮, କଳାହାଣ୍ଡିରୁ ୭, କେନ୍ଦ୍ରାପଡାରୁ ୭, ଢେଙ୍କାନାଳରୁ ୬, ଝାରସୁଗୁଡାରୁ ୪, ନୟାଗଡରୁ ୪, ବୌଦ୍ଧରୁ ୩, ଦେବଗଡରୁ ୨, ଗଜପତିରୁ ୨, ରାୟଗଡାରୁ ୨, କନ୍ଧମାଳରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଓ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୫୭ କୁ ବୃଦ୍ଧି ହୋଇଛି। ତେବେ ୨୮୨୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୦୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୮ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଅନୁଗୁଳରୁ ୩୨, ପୁରୀରୁ ୩୧, ବରଗଡରୁ ୩୦, କଳାହାଣ୍ଡିରୁ ୨୮, ବଲାଙ୍ଗିରିରୁ ୨୫, କେନ୍ଦ୍ରାପଡ଼ାରୁ ୧୮, ବାଲେଶ୍ବରରୁ ୧୭, ସୁନ୍ଦରଗଡରୁ ୧୬, ଜଗତସିଂହପୁରରୁ ୧୪, ନୂଆପଡ଼ାରୁ ୧୪, ସମ୍ବଲପୁରରୁ ୧୪, କେନ୍ଦୁଝରରୁ ୧୦, ଯାଜପୁରରୁ ୯, ଗଞ୍ଜାମରୁ ୭, ଢେଙ୍କାନାଳରୁ ୫, ଝାରସୁଗୁଡାରୁ ୫, କୋରାପୁଟରୁ ୫, ରାୟଗଡ଼ାରୁ ୪, ନବରଙ୍ଗପୁରରୁ ୩, ସୋନପୁରରୁ ୩, ଭଦ୍ରକରୁ ୨, ଦେବଗଡରୁ ୨, ମାଲକାନଗିରିରୁ ୧ ଓ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୮ ହଜାର ୨୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୨୯ କୁ ବୃଦ୍ଧି ହୋଇଛି। ତେବେ ୨୯୦୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୭୯୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ପୁଣି ସୁସ୍ଥ ହେଲେ ୬୦୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ମୟୂରଭଞ୍ଜରୁ ୯୬, ନୂଆପଡ଼ାରୁ ୬୧, ସୁନ୍ଦରଗଡରୁ ୫୩, ଖୋର୍ଦ୍ଧାରୁ ୪୪, ଅନୁଗୁଳରୁ ୪୦, ସମ୍ବଲପୁରରୁ ୩୬, କଟକରୁ ୩୧, ବରଗଡରୁ ୨୫, କେନ୍ଦୁଝରରୁ ୨୫, ପୁରୀରୁ ୨୫, ବାଲେଶ୍ବରରୁ ୧୯, କଳାହାଣ୍ଡିରୁ ୧୯, ଯାଜପୁରୁରୁ ୧୭, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରିରୁ ୧୫, ଜଗତସିଂହପୁରରୁ ୧୫, ଗଞ୍ଜାମରୁ ୧୧, କୋରାପୁଟରୁ ୯, ଝାରସୁଗୁଡାରୁ ୧୫, ଭଦ୍ରକରୁ ୫, ମାଲକାନଗିରିରୁ ୫, ଢେଙ୍କାନାଳରୁ ୪, ସୋନପୁରରୁ ୪, ଦେବଗଡରୁ ୩, ରାୟଗଡାରୁ ୩, ବୌଦ୍ଧରୁ ୨, ଗଜପତିରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, କନ୍ଧମାଳରୁ ୧ ଏବଂ ଷ୍ଟେଟ୍ ପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୬ ହଜାର ୪୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୫୬୪ ମଧ୍ୟରୁ ୩ ହଜାର ୨୮୬ ଜଣ ଚିକିତ୍ସିଧୀନ ଥିବା ବେଳେ ୧୭୭୮ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୫ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି କଟକ, ଖୋର୍ଦ୍ଧା ଏବଂ ସୁନ୍ଦରଗଡରୁ ୬୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୬୩, ମୟୂରଭଞ୍ଜରୁ ୩୭, କଳାହାଣ୍ଡିରୁ ୩୫, କେନ୍ଦ୍ରାପଡାରୁ ୨୬, କେନ୍ଦୁଝରରୁ ୨୪, ବରଗଡରୁ ୨୦, ବଲାଙ୍ଗିରିରୁ ୨୦, ନୂଆପଡ଼ାରୁ ୨୦, ଯାଜପୁରରୁ ୧୭, ପୁରୀରୁ ୧୫, ଝାରସୁଗୁଡାରୁ ୧୪, ସମ୍ବଲପୁରରୁ ୧୪, ବାଲେଶ୍ବରରୁ ୧୨, ଜଗତସିଂହପୁରରୁ ୧୨, ଭଦ୍ରକରୁ ୧୧, କନ୍ଧମାଳରୁ ୯, ଢେଙ୍କାନାଳରୁ ୬, ଗଞ୍ଜାମରୁ ୫, ନୟାଗଡରୁ ୪, ରାୟଗଡାରୁ ୪, ବୌଦ୍ଧରୁ ୩, ଗଜପତିରୁ ୩, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ଦେବଗଡରୁ ୨, ସୋନପୁରରୁ ୨ ଏବଂ ଷ୍ଟେଟ୍ ପୁଲରୁ ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୫ ହଜାର ୨୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୮୦୩ ମଧ୍ୟରୁ ୩ ହଜାର ୭୧୫ ଜଣ ଚିକିତ୍ସିଧୀନ ଥିବା ବେଳେ ୧୭୬୫ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶାରେ ମୃଦୁ ଭୂକମ୍ପର ଝଟ୍‌କା

ଭୁବନେଶ୍ବର: ଓଡିଶାରେ ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ2ଟା 13 ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.9 ରହିଥିଲା । ମଧ୍ୟରାତ୍ରିରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହେଉଥିବାରୁ କେହି କେହି ଏହାକୁ ଜାଣି ପାରିନଥିବାବେଳେ  ଅନ୍ୟପଟେ ଆଉ କିଛି ଲୋକ ଏହା ଅନୁଭୂତ କରିବା ସହ ଆଉ କିଛି ଘରୁ ବାହାରକୁ ପଳାଇ ଆସିଥିଲେ । କେବଳ ଓଡ଼ିଶା ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଓଡ଼ିଶାର ଭୂକମ୍ପ୍‌ ଝଟ୍‌କାର 57 ମିନିଟ୍‌ ପରେ ଉତ୍ତରାଖଣ୍ଡର ପିଥୋରଗଡଠାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଠାରେ ଭୋର୍‌ 3.10 ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା 2,6 ରହିଥିଲା ।