Categories
ବିଶେଷ ଖବର ବ୍ୟକ୍ତିତ୍ୱ

ନିର୍ବାଚନ ଲଢେଇ ପାଇଁ ନବୀନ କଲେ ବ୍ୟାୟମ, ଟିସାର୍ଟ ପିନ୍ଧି ନବୀନ ନିବାସରେ କଲେ ଏହି ବ୍ୟାୟମ, ଭିଡିଓ ହେଲା ଭାଇରାଲ

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ନବୀନ ଟିସାର୍ଟ ଏବଂ ସର୍ଟସ ପିନ୍ଧି ନବୀନ ନିବାସରେ ବ୍ୟାୟମ କରୁଛନ୍ତି। ସେ ଜଗିଂ କରିବା ସହିତ ତାଙ୍କ ଘରେ ଥିବା ବିଭିନ୍ନ ବ୍ୟାୟାମ ଉପକରଣରେ ସେ ଫିଟନେସ ହେଉଥିବାର ପରିଲକ୍ଷିତ ହୋଇଛି। ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ତାଙ୍କର ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ଅପପ୍ରଚାର କରାଯାଉଥିଲା। ହେଲେ ନବୀନ ସେସବୁ ମିଛ ବୋଲି ପ୍ରମାଣିତ କରିଛନ୍ତି। ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।