Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

Breaking News: ମୋନିଦୀପା ସର୍ଖେଲଙ୍କୁ ବିଜେଡି ଦେଲା ନୂଆ ଦାୟିତ୍ବ

ଭୁବନେଶ୍ବର: ଆଜି ପାରଦ୍ବୀପର ନେତ୍ରୀ ମୋନିଦୀପା ସର୍ଖେଲଙ୍କୁ ବିଜୁ ଜନତା ଦଳ ନୂଆ ଦାୟିତ୍ବ ପ୍ରଦାନ କରିଛି। ତାହା ହେଲା ମୋନିଦୀପାଙ୍କୁ ଦଳ ବିଜୁ ଶ୍ରମିକ ସାମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରିଛି। କିଛିଦିନ ତଳେ ସେ ବିଜେଡିରେ ସାମିଲ ହୋଇଥିଲେ। ଏପରିକି ତାଙ୍କର ସ୍ବାମୀ ବାପି ସର୍ଖେଲ ମଧ୍ୟ ଗତକାଲି କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଛିନ୍ତି।

ତେବେ ବିଜେଡି ମୋନିଦୀପାଙ୍କୁ ଏହି ପଦବୀ ଦେବା ପରେ ସେ ଆଉ ବିଧାୟକ ପ୍ରାର୍ଥି ହେବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଲା। ହେଲେ ବାପି ଗତକାଲି କଂଗ୍ରେସ ଛାଡିଥିବାରୁ ସେ ବିଜେଡିରେ ସାମିଲ ହୋଇ ପାରାଦ୍ବୀପର ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେଠାରେ ଦଳ ଆଉ ବିଧାୟକ ସମ୍ବିତ ରାଉତରାୟଙ୍କୁ ଭରସା କରିବା ନାହିଁ ବୋଲି ସ୍ପଷ୍ଟ ହୋଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ଆୟୋଗଙ୍କ ସ୍ବୀକୃତି ପରେ ୩ ଜଣ ବରିଷ୍ଠ ଆଇପିଏସଙ୍କୁ ମିଳିଲା ନୂଆ ନିଯୁକ୍ତି

ଭୁବନେଶ୍ବର: ଓଡ଼ିଶାର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ସ୍ବୀକୃତି ପରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେମାନେ ଏହି ଦାୟିତ୍ଵରେ ରହିବେ।

ଯେଉଁମାନଙ୍କୁ ନୂଆ ଦାୟିତ୍ବ ମିଳିଛି ସେମାନେ ହେଲେ କଟକର ଡିସିପି ଭାବେ ପ୍ରକାଶ ଆରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବ୍ରିଜେଶ କୁମାର ରାୟ ରାଉରକେଲାର ଏସପି ହୋଇଥିବାବେଳେ ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଜିଲ୍ଲାର ଏସପି ଭାବେ ଦାୟିତ୍ୱ ଦିଆଯାଇଛି।

କିଛିଦିନ ପୂର୍ବେ ଓଡ଼ିଶାର ଜଣେ ଆଇଜି, ୨ ଜଣ ଜିଲ୍ଲାପାଳ ଓ ୫ ଜଣ ଏସପିଙ୍କୁ ଦାୟିତ୍ୱରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ। ଏହାପରେ ଏହି ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଫୋନରେ ଲୋକଙ୍କ ସହିତ କଥା ହେଲେ ନବୀନ ପଟ୍ଟନାୟକ, ଉତ୍ସାହିତ ହେଲେ ଜନତା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଲୋକଙ୍କ ସହିତ ଫୋନରେ କଥା ହୋଇଛନ୍ତି। ସେ ତାଙ୍କ ଅଞ୍ଚଳର ବିକାଶ କଥା ପଚାରି ବୁଝିଛନ୍ତି। କାହାକୁ ସ୍କୁଲ କାମ ଚାଲିଛି କି ନାହିଁ ପଚାରିଥିବା ବେଳେ କେଉଁଠି ମନ୍ଦିର କାମ କଣ ହେଲା ବୋଲି ପଚାରିଛନ୍ତି। ଏହିପରି ଭାବେ ଆଜି ସକାଳୁ ନବୀନ ଲୋକଙ୍କ ସମସ୍ୟା ଉପରେ ଅବଗତ ହୋଇଛନ୍ତି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ଫୋନରେ କଥା ହେବାକୁ ନେଇ ବେଶ ଚହଳ ପଡିଯାଇଛି। ଯେଉଁମାନଙ୍କୁ ସେ ଫୋନ କରିଛନ୍ତି ସେଠାରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଖେଳିଯାଇଛି। ନିର୍ବାଚନ ପ୍ରଚାର ପାଇଁ ଏହି ନବୀନଙ୍କ ଏକ ଭିନ୍ନ କୌଶଳ କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଭୋଟ ଗ୍ରହଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଭୋଟ ଗ୍ରହଣ ଦିନକୁ ଛୁଟି ଘୋଷଣା କରିଛନ୍ତି। ଏଥିରେ ସମସ୍ତ ରାଜ୍ୟ ସରକାର କର୍ମଚାରୀ ଏବଂ ମାଜିଷ୍ଟ୍ରେଟ କୋର୍ଟ କର୍ମଚାରୀଙ୍କୁ ଏହି ଛୁଟି ମିଳିବ। ଏ ନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଯେଉଁ ଦିନ ତାଙ୍କ ଅଞ୍ଚଳରେ ଭୋଟ ଗ୍ରହଣ ହେବ ସେହିଦିନ ସେମାନେ ଛୁଟି ନେବେ।

ନିର୍ବାଚନ କମିଶନରଙ୍କ ଘୋଷଣା ଅନୁସାରେ ନିମ୍ନଲିଖିତ ତାରିଖ ଅନୁସାରେ ଭୋଟ ଗ୍ରହଣ ହେବ

13/05/2024– କଳାହାଣ୍ଡି, ନବରଂଗପୁର, ବ୍ରହ୍ମପୁର, କୋରାପୁଟ

20/05/2024- ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ, ଆସ୍କା

25/05/2024- ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର

26/05/2024- ମୟୁରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମା ଭଗବତୀଙ୍କୁ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ଚିଲିକା ବିଜେପି ବିଧାୟକ ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ

ବାଣପୁର( ସୀତାରାମ ଅଗ୍ରୱାଲ): ବିଜେପି ପକ୍ଷରୁ ଚିଲିକା ନିର୍ବାଚନମଣ୍ଡଳି ବିଧାୟକ ପ୍ରାର୍ଥୀ  ପୃଥ୍ଵୀରାଜ ହରିଚନ୍ଦନ ନିଜର ଶହ ଶହ ସମର୍ଥକଙ୍କ ସହ ବାଣପୁର ମା’ ଭଗବତୀଙ୍କୁ ଦର୍ଶନ କରି ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି।ଏହି ଅବସରରେ ଶ୍ରୀ ହରିଚନ୍ଦନଙ୍କ ମା ଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ। ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଛାମୁଆ ନେତାଙ୍କ ସହ ଉଭୟ ବ୍ଲକ ଅଧ୍ୟକ୍ଷ ଏବଂ ବିଜେପି ସମର୍ଥିତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ଶ୍ରୀ ହରିଚନ୍ଦନ ଚଳିତ ନିର୍ବାଚନରେ ଚିଲିକାରେ ବିଜେପି ନିଶ୍ଚୟ ଭାବେ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଗତ ପାଞ୍ଚ ବର୍ଷ ହେଲା ସେ ଚିଲିକା ଜନସାଧାରଣଙ୍କ ସହ ଅଛନ୍ତି ଏବଂ ସେମାନଙ୍କ ସୁଖ ଦୁଃଖରେ ସାମିଲ ହେଉଥିବା କହିଛନ୍ତି ଶ୍ରୀ ହରିଚନ୍ଦନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଜନହିତକାରି ଯୋଜନାର ଲାଭ ନିଶ୍ଚୟ ଚିଲିକାବାସୀ ପାଇବେ ଏବଂ ତାଙ୍କୁ ଚଳିତ ବର୍ଷ ବିଧାନସଭାକୁ ପଠାଇବେ ବୋଲି ଆଶା ପ୍ରକଟ କରିଛନ୍ତି ଶ୍ରୀ ହରିଚନ୍ଦନ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ନିମାପଡା ବିଜେପି ନେତା ଦିଲ୍ଲୀପ ନାୟକ

ଭୁବନେଶ୍ୱର: ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ନିର୍ବାଚନମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଦିଲ୍ଲୀପ ନାୟକ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ଦାସ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ନିମାପଡା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଦିଲ୍ଲୀପ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ଗୋପ୍ କ୍ଲବର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ପ୍ରତାପ ସ୍ୱାଇଁ, ଚିତ୍ତରଂଜନ ପାତ୍ର, ସମିତିସଭ୍ୟ ପୂଜାରାଣୀ ମହାପାତ୍ର, ଲକିବାଳା ନାୟକ, ସରପଞ୍ଚ ଅଜୟ ପରିଡା, ପୂର୍ବତନ ସରପଞ୍ଚ ଗଦାଧର ସାମନ୍ତରାୟ, ନିମାପଡା ମଣ୍ଡଳ ସଭାପତି ମାନସ ପ୍ରଧାନ, ପୂର୍ବତନ ନିମାପଡା ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ବତନ ନିମାପଡା ଏନ୍‌ଏସି ଅଧ୍ୟକ୍ଷ ଅଜୟ କୁମାର ଭୋଇଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ସୋନାଲି ସାହୁ, କହିଲେ ମହିଳାଙ୍କୁ ସମ୍ମାନ ଦିଏନି ବିଜେପି

ଭୁବନେଶ୍ବର: ଶେଷରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ସୋନାଲି ସାହୁ। ସେ ବିଜେପିରେ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେଥିରେ ସେ କ୍ଷୋଭର ସହ ବିଜେପିରେ ମହିଳାଙ୍କୁ କୌଣସି ସମ୍ମାନ ଦିଆଯାଏ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ରାଜ୍ୟର ମହିଳାଙ୍କର ସ୍ବର ହେବା ପାଇଁ ଦଳ ଛାଡିଲି ବୋଲି ସେ କହିଛନ୍ତି। ସୋନାଲି ଦୀର୍ଘ ପାଞ୍ଚବର୍ଷ ଧରି ଦଳରେ ରହି କାର୍ଯ୍ୟ କରିଆସୁଥିଲେ। ସେ ମୁଖପାତ୍ର ଭାବେ କାର୍ଯ୍ୟ କରି ବିଭିନ୍ନ ଟିଭି ଡିବେଟରେ ଦଳର ଭାବେ ମୂର୍ତ୍ତିକୁ ବଞ୍ଚାଇ ରଖିଥିଲେ।

ଇସ୍ତଫା ଦେବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ହେଉଛି ସୋନାଲିଙ୍କ ପୁରୁଣା ଦଳ। ତାଙ୍କର ଘର ବାହୁଡା ହୋଇଛି। ଏହାପରେ ସେ କଂଗ୍ରେସରେ ଆଗାମୀ ଦିନରେ କଣ କରିବେ, ଖୋର୍ଦ୍ଧାରୁ ନିର୍ବାଚନ ଲଢିବେ କି ନାହିଁ ତାହା ଜଣାପଡି ନାହିଁ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଛାଡିଲେ ପାରାଦ୍ବୀପର ନେତା ବାପି ସର୍ଖେଲ, ରାଜନୀତି ସରଗରମ

ଭୁବନେଶ୍ବର: ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ସେ ଆଜି କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ପତ୍ନୀ ମୋନିଦୀପା ସର୍ଖଲ ବିଜେଡିରେ ସାମିଲ ହୋଇଥିଲେ। ସେତେବେଳେ ବାପି କଂଗ୍ରେସରୁ ଇସ୍ତଫା ଦେଇ ନ ଥିଲେ। ତେବେ ପାରାଦ୍ବୀପରୁ ବିଜେଡି କାହାକୁ ଟିକେଟ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପାରାଦ୍ବୀପର ବର୍ତ୍ତମାନ ବିଧାୟକ ଅଛନ୍ତି ସମ୍ବିତ ରାଉତରାୟ। ତାଙ୍କୁ ଦଳ ଟିକେଟ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ଯେତେବେଳେ ବାପିଙ୍କ ପତ୍ନୀ ବିଜେଡିରେ ସାମିଲ ହେଲେ ସେତେବେଳେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏବେ ବାପି ସର୍ଖଲେ କଂଗ୍ରେସରୁ ଇସ୍ତଫା ଦେବା ଦର୍ଶାଉଛି ଯେ ସେ ବିଜେଡିରେ ସାମିଲ ହେବେ। ଏହାପରେ ତାଙ୍କୁ ଦଳ ପାରାଦ୍ବୀପରୁ ଟିକେଟ ଦେବାର ସମ୍ଭାବନା ରହିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ପ୍ରାର୍ଥୀ ତାଲିକା, ପୁରୁଣାଙ୍କୁ କରାଯାଇନି ଅଣଦେଖା, ନୂଆ ପ୍ରାର୍ଥୀଙ୍କୁ ଦିଆଯାଇଛି ଗୁରୁତ୍ବ

ଭୁବନେଶ୍ବର: ବିଜେଡି ବର୍ତ୍ତମାନ ସୁଦ୍ଧା ୯୯ ବିଧାନସଭା ଏବଂ ୨୦ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଏବେ କେବଳ ଗୋଟିଏ ଲୋକସଭା ଏବଂ ୪୮ ଟି ବିଧାନସଭା ଆସନ ପାଇଁ ଘୋଷଣା ବାକି ରହିଛି। ଗତକାଲି ଦଳ ୨୭ ଟି ବିଧାନସଭା ଏବଂ ୫ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେବଳ ବାଲେଶ୍ବର ଲୋକସଭା ବ୍ୟତିତ ଅନ୍ୟ ସବୁ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି।

ତେବେ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଦଳ ବରିଷ୍ଠଙ୍କୁ ଅଣଦେଖା କରି ନାହିଁ। ହେଲେ ଅନ୍ୟପଟେ ଦଳ ନୂଆ ପ୍ରାର୍ଥୀଙ୍କୁ ବେଶ ଗୁରୁତ୍ବ ଦେଇଛି। ଆସନ୍ତୁ ନଜର ପକାଇବା ଗତକାଲି ଘୋଷଣାରେ ନୂଆ ପ୍ରାର୍ଥୀ କେଉଁମାନେ

ଲୋକସଭା

ଗତକାଲି ଘୋଷଣା ହୋଇଥିବା ୫ ପ୍ରାର୍ଥୀଙ୍କ ମଧ୍ୟରେ ୪ ନୂଆ ଚେହେରା ଅଛନ୍ତି । ସେମାନେ ହେଲେ

ବରଗଡ- ପରିଣିତା ମିଶ୍ର

ବ୍ରହ୍ମପୁର- ଭୃଗୁବକ୍ସି ପାତ୍ର

ବଲାଙ୍ଗୀର- ସୁରେନ୍ଦ୍ର ସିଂ ଭୋଇ

କେନ୍ଦୁଝରରୁ- ଧନୁର୍ଜୟ ସିନ୍ଧୁ

ବିଧାନସଭା

ବୁଧବାର ଘୋଷିତ ବିଧାନସଭା ପ୍ରାର୍ଥୀ ତାଲିକାରେ ମୋଟ ୨୭ ଜଣଙ୍କ ନାମ ଥିବାବେଳେ ଏଥିରେ ଅଛନ୍ତି ୯ ନୂଆ ପ୍ରାର୍ଥୀ ।

ସେମାନେ ହେଲେ

ଫୁଲବାଣୀ- ଜୟଶ୍ରୀ କହଁର

ମାହାଙ୍ଗା- ଅଙ୍କିତ ପ୍ରତାପ ଜେନା

ତିର୍ତ୍ତୋଲ- ରମାକାନ୍ତ ଭୋଇ

ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ

ରାଜଗାଙ୍ଗପୁର- ଅନୀଲ ବରୁଆ

ଯଶିପୁର- ଚକ୍ରଧର ହେମ୍ବ୍ରମ

ତଳସରା- ଅନୂସୟା ପାତ୍ର

ମୋରଡା- ପ୍ରତିନିନ୍ଦନା କାନୁନଗୋ

ସୋର- ମାଧବ ଧଡ଼ା

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି କାହିଁକି ଏକମାତ୍ର ବାଲେଶ୍ବର ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ନାହିଁ

ଭୁବନେଶ୍ବର: ଗତକାଲି ବିଜେଡି ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ 15ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେବେ ମୋଟି 21 ଟି ଲୋକସଭା ଆସନରୁ ବିଜେଡି ଏ ପର୍ଯ୍ୟନ୍ତ 20ଟି ଆସନର ପ୍ରାର୍ଥୀ ଘୋଷଣା କରିଛି। ହେଲେ ଏକମାତ୍ର ବାଲେଶ୍ବର ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

ବାଲେଶ୍ବରରେ ଗତ ଥର ବିଜେଡି ପାଇଁ ପ୍ରାର୍ଥୀ ହୋଇଥିଲେ ରବିନ୍ଦ୍ର ଜେନା। ଏଥର ଦଳ ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନାଙ୍କୁ ବାଲିଆପାଳ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଫଳରେ ରବିନ୍ଦ୍ରଙ୍କୁ ସାଂସଦ ପ୍ରାର୍ଥୀ କରାଯିବ କି ନାହିଁ ସେ ନେଇ ସନ୍ଦେହ ରହିଛି। ଅନ୍ୟପଟେ ବିଜେପି ସେଠାରୁ ବର୍ତ୍ତମାନର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ମଧ୍ୟ ଏଥର ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ। ତେବେ ସେଠାରୁ ହେଭି ୱେଟ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଚାଲିଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡ଼ିରେ ମିଶିଲେ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ ତିର୍କୀ, ଗତଥର ଥିଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନର ବୀରମିତ୍ରପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ଆଜି ଶଙ୍ଖଭବନ ଠାରେ  ମନ୍ତ୍ରୀ ସାରଦା ନାୟକ ଓ ପ୍ରୀତିରଞ୍ଜନ ଘଡ଼ାଇ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀଙ୍କୁ ଶ୍ରୀ ନାୟକ, ଶ୍ରୀ ଘଡ଼ାଇ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ଯୋଶେଫ ତିର୍କୀଙ୍କ ଯୋଗଦାନ ଫଳରେ ବିଶେଷକରି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ, ଶ୍ରୀ ଘଡ଼ାଇ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାଥୀଁ ରୋହିତ ଯୋଶେଫ ତିର୍କୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବି।

ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁଣିଥରେ ଝାରସୁଗୁଡା ଆସନ ପାଇଁ ଦୀପାଳି ଦାସଙ୍କ ଉପରେ ଭରସା କରିଲେ ନବୀନ

ଭୁବନେଶ୍ବର: ଆଜି ବିଜେଡି ତାହାର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁରୁଣା ମୁହଁ ଉପରେ ଗୁରୁତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଝାରସୁଗୁଡା ବିଧାନସଭା ଆସନ ପାଇଁ ନବୀନ ପୁଣି ଥରେ ଦୀପାଳି ଦାସଙ୍କ ଉପରେ ଭରସା କରିଛି।

ଦୀପାଳି ଗତ ବର୍ଷ ମଇ ମାସରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ଭୋଟରେ ହରାଇଥିଲେ। ଦୀପାଳି 1 ଲକ୍ଷ 7 ହଜାର ଭୋଟ ପାଇଥିବା ବେଳେ ଟଙ୍କଧରଙ୍କୁ ମିଳିଥିଲା ମାତ୍ର 58 ହଜାର ଭୋଟ। ଦୀପାଳିଙ୍କ ବାପା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ଏଥର ମଧ୍ୟ ଦୀପାଳି ବହୁ ଭୋଟରେ ଜିତିବେ ବୋଲି ଦଳ ଆଶା ରଖିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବ୍ରହ୍ମପୁର ଲୋକସଭା ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର: ଆଜି ବିଜେଡି ତାହାର ବାକିଥିବା ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ବ୍ରହ୍ମପୁର ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ଗତଥର ସେ ବିଜେପି ଟିକେଟରେ ଚନ୍ଦ୍ରଶେଖର ସାହୁଙ୍କ ବିପକ୍ଷରେ ଲଢେଇ କରିଥିଲେ। ବର୍ତ୍ତମାନ ଭୃଗୁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଟକ୍କର ଦେବେ।

ଆଜି ମଧ୍ୟାହ୍ନରେ ଭୃଗୁ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। ଏହାପରେ ସଂଧ୍ୟାରେ ତାଙ୍କର ଟିକେଟ ଘୋଷଣା କରାଯାଇଥିଲା। ଏହାପରେ ଭୃଗୁ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହିତ ସାକ୍ଷାତ କରିଛନ୍ତି। ସେଠାରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମାହାଙ୍ଗାରୁ ଟିକେଟ ହାତେଇଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା

ଭୁବନେଶ୍ବର: ଶେଷରେ ବିଜେଡି ପ୍ରତାପ ଜେନାଙ୍କୁ ଆଉ ମାହାଙ୍ଗା ବିଧାନସଭା ପାଇଁ ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ ଦଳ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି। ପ୍ରତାପ ଜେନା ବହୁ ବିବାଦୀୟ ତଥା କୋର୍ଟ ମାମଲାରେ ଛନ୍ଦି ହୋଇପଡିଥିବାରୁ ଦଳ ତାଙ୍କୁ ବାଦ ଦେଇଛି। ତେବେ ଅଙ୍କିର ଯୁବ ଚେହେରା ହୋଇଥିବାରୁ ସେ ବିଜୟ ଲାଭ କରିବେ ବୋଲି ଦଳ ଆଶା କରିଛି।

ପ୍ରତାପ ମାହାଙ୍ଗାରୁ ଲଗାତର ୫ ଥର ଧରି ବିଜୟ ଲାଭ କରି ଆସୁଛନ୍ତି। ବର୍ତ୍ତମାନ ମଧ୍ୟ ସେ ମାହାଙ୍ଗାର ବିଧାୟକ ଅଛନ୍ତି। ସେ ପୂର୍ବରୁ ନବୀନ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ।

ଆଜି ବିଜେଡି ବିଧାନସଭାର ଦ୍ବିତୀୟ ତାଲିକାରେ ୨୭ ବିଧାନସଭା ଆସନ ଏବଂ ୫ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେଡିର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ନାମ, ବ୍ରହ୍ମପୁରରୁ ଭୃଗୁ

ଭୁବନେଶ୍ବର: ଆଜି ବିଜେଡି ଘୋଷଣା କଲା ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀଙ୍କ ନାମ। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି। ଲୋକସଭା ପାଇଁ ଯେଉଁ ବାକିଥିବା ତାଲିକା ପ୍ରକାଶ ପାଇଛି ତାହା ହେଲା

ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର

ବଲାଙ୍ଗୀର- ସୁରେନ୍ଦ୍ର ସିଂ ଭୋଇ

ଭଦ୍ରକ- ମଂଜୁଲତା ମଣ୍ଡଳ

ବରଗଡ- ପରିନିତି ମିଶ୍ର

କେଉଁଝର- ଧନଞ୍ଜୟ ସିନ୍ଧୁ

 

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ମିଶିଲେ ବିଜେପିର ଟାଣୁଆ ନେତା ଭୃଗୁ ବକ୍ସିପାତ୍ର, ବ୍ରହ୍ମପୁରରୁ ହୋଇପାରନ୍ତି ପ୍ରାର୍ଥୀ

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେପିର ବରିଷ୍ଠ ନେତା ତଥା ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେଡିରେ ସାମିଲ ହୋଇଛନ୍ତି। ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେବାର କିଛି ସମୟ ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏଥିରେ ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ର ଏବଂ ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ।

ଭୃଗୁ ଗତଥର ବ୍ରହ୍ମପୁର ଲୋକସଭା ଆସନରେ ଲଢେଇ କରି ଚନ୍ଦ୍ରଶେଖର ସାହୁଙ୍କଠାରୁ ହାରି ଯାଇଥିଲେ। ହେଲେ ସେ ସେତେବେଳେ ଭଲ ଟକ୍କର ଦେଇଥିଲେ। ବର୍ତ୍ତମାନ ବିଜେଡିରେ ମିଶିବା ପରେ ତାଙ୍କୁ ଟିକେଟ ମିଳିବ ବୋଲି ଜଣାପଡିଛି। ଯଦି ବିଜେଡି ଟିକେଟ ଦିଏ ତେବେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଟକ୍କର ଦେବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ଯୋଗଦେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ବର: ଆଜି ନିଜ ସମର୍ଥକଙ୍କ ଗହଣରେ ଆସି ବିଜେଡିରେ ସାମିଲ ହୋଇଛନ୍ତି ସାଲେପୁରର ପୂର୍ବତନ ବିଜେପି ବିଧାୟକ ପ୍ରକାଶ ବେହେରା। ସେ କିଛିଦିନ ତଳେ ବିଜେପିରୁ ଇସ୍ତଫା ପ୍ରଦାନ କରିଥିଲେ। ସେତେବେଳେ ସେ ବିଜେଡିରେ ମିଶିବେ ବୋଲି ଜଣାପଡିଥିଲା।

ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁର ରାଜନୀତି ସରଗରମ, ଗୋଟେ ପଟେ ବିଜେପି ଛାଡିଲେ ଭୃଗୁ, ଅନ୍ୟପଟେ ଚନ୍ଦ୍ରଶେଖରଙ୍କ କ୍ଷମତା ବଢାଇଲା ବିଜେଡି

ଭୁବନେଶ୍ବର: ଆଜି ବ୍ରହ୍ମପୁର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଗୋଟିଏ ପଟେ ବିଜେପିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେପି ଛାଡିଛନ୍ତି। ଅନ୍ୟପଟେ ବିଜେଡି ବ୍ରହ୍ମପୁର ସାଂସଦଙ୍କୁ ଦଳର ଉପସଭାପତି କରିବା ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ କରିଛି। ଏହି ଗଣିତକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସାଧାରଣରେ ଆଲୋଚନା ହେଉଛି ଯେ, ଭୃଗୁ ବିଜେପି ଛାଡି ବିଜେଡିରେ ସାମିଲ ହେବେ। ଏ ନେଇ କୁଆଡେ ବିଜେଡି ଉଚ୍ଚ ନେନତୃତ୍ବଙ୍କ ସହିତ କଥାବାର୍ତ୍ତା ସରିଛି। ବିଜେଡିରେ ମିଶିବା ପରେ ସେ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହେବେ। କାରଣ ବର୍ତ୍ତମାନ ସୁଦ୍ଧା ବିଜେଡି ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଭୃଗୁ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ।

ଭୃଗୁଙ୍କୁ ଟିକେଟ ଦେବା ପରେ କାଳେ ଚନ୍ଦ୍ରଶେଖର ସାହୁ ଖପ୍ପା ହେବେ ସେଥିପାଇଁ ବିଜେଡି ତାଙ୍କୁ ଦଳର ଉପସଭାପତି ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ଘୋଷଣା କରିଛି। ହଠାତ ଦଳ ଏପରି ଦାୟିତ୍ବ ଦେବା ଅର୍ଥ ହେଉଛି ଯେ, ଚନ୍ଦ୍ରଶେଖରଙ୍କ ଆଉ ଟିକେଟ ନାହିଁ। ତାଙ୍କୁ ବିଜେଡି ଏଥର ବ୍ରହ୍ମପୁର ଆସନରେ ଲଢିବା ପାଇଁ ସୁଯୋଗ ଦେବ ନାହିଁ ଚିନ୍ତା କରି ତାଙ୍କର ଦଳୀୟ କ୍ଷମତାକୁ ବୃଦ୍ଧି କରିଛନ୍ତି।

ଗତ ନିର୍ବାଚନରେ ଚନ୍ଦ୍ରଶେଖର ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ 4 ଲକ୍ଷ 43 ହଜାର ଭୋଟ ପାଇଥିବା ବେଳେ ଭୃଗୁ ବିଜେପିରୁ ପ୍ରାର୍ଥୀ ହୋଇ 3 ଲକ୍ଷ 48 ହଜାର ଭୋଟ ହାତେଇଥିଲେ। କଂଗ୍ରେସରୁ ଭି ଚନ୍ଦେରଶେଖର ନାଇଡୁ ମାତ୍ର ଏକ ଲକ୍ଷ 42 ହଜାର ଭୋଟ ପାଇଥିଲେ।ଏଥିରୁ ସ୍ପଷ୍ଟ ଯେ, ଭୃଗୁ ଗତଥର ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ।

ତେବେ ଏଥର ଗଣିତ ପୁରା ଏପଟସେପଟ ହୋଇଯାଇଛି। କାରଣ ହେଲା ଗତଥର ଗଂଜାମର ପୁରା ସଂଗଠନ ସମ୍ଭାଳି ଥିଲେ ପ୍ରଦୀପ ପାଣିଗ୍ରାହୀ। ହେଲେ ଏଥର ସେ ବିଜେପିରେ ସାମିଲ ହୋଇ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଟକ୍କର ଦେବା ପାଇଁ ଦଳ ଚନ୍ଦ୍ରଶେଖରଙ୍କ ଉପରେ ଭରସି ପାରୁ ନାହିଁ। ସେହି ଗଣିତରେ ଭୃଗୁ ବିଜେଡିରେ ମିଶିବା ପରେ ତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲଢିବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସୁରେଶ ରାଉତରାୟଙ୍କୁ କଂଗ୍ରେସ ପଠାଇଲା କାରଣଦର୍ଶା ନୋଟିସ, ଜାଣନ୍ତୁ କଣ ପାଇଁ

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ଏକ କାରଣଦର୍ଶା ନୋଟିସ ଜାରୀ କରିଛି। ଏଥିରେ କଂଗ୍ରେସ ବିରୋଧରେ କାର୍ଯ୍ୟକରୁଥିବାର ଉଲ୍ଲେଖ କରାଯାଇଛି। ସେ ସଂପର୍କରେ ଉଚିତ କାରଣ ଲେଥିବା ପାଇଁ ଦଳ ନୋଟିସ କରିଛି। ଏପରିକି ଏହି ନୋଟିସରେ କାହିଁକି ତୁମ ବିରୋଧରେ ପଦକ୍ଷେପ ନିଆ ନ ଯିବ ସେ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି।

ତେବେ ଘଟଣାଟି ହେଉଛି ଯେ, ମଙ୍ଗଳବାର ଦିନ ଶ୍ରୀ ରାଉତରାୟ ଉତ୍ତର ଭୁବନେଶ୍ବରରେ ଏକ କ୍ରିକେଟ ମ୍ୟାଚ ଉଦଘାଟନକୁ ଯାଇଥିଲେ। ସେଠାରେ ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ଆୟୋଜିତ ଏକ ସଭାରେ ଶ୍ରୀ ରାଉତରାୟ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ଭୋଟ ଦିଅ ବୋଲି ଅନୁରୋଧ କରିଥିଲେ।

ଏହାକୁ ନେଇ କଂଗ୍ରେସ ଶ୍ରୀ ରାଉତରାୟଙ୍କ ଉପରେ ଖପ୍ପା ହୋଇ ଉଠିଛି। ସେଥିପାଇଁ ତାଙ୍କୁ କାରଣଦର୍ଶା ନୋଟିସ ପଠାଯାଇଛି। ତେବେ ଏହାକୁ ନେଇ ଶ୍ରୀ ରାଉତରାୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୁଁ କୌଣସି ଦଳୀୟ ସଭାକୁ ଯାଇ ନ ଥିଲି। କୌଣସି ଚିହ୍ନ କିମ୍ବା କାହା ବ୍ୟାନର କଥା କହି ନ ଥିଲି। ମୁଁ ମୋ ପୁଅକୁ ଭୋଟ ଦିଅ ବୋଲି କହିଥିଲି।

ସେ ଆହୁରି କହିଛନ୍ତି ଯେ, ମୁଁ ଆଗରୁ ସ୍ପଷ୍ଟ କରିଛି ଯେ ମୁଁ ମୋ ପୁଅ ପାଇଁ ପ୍ରଚାର କରିବି। ହେଲେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ଏଥିରେ ଯଦି କଂଗ୍ରେସ ତରଫରୁ କିଛି ଅସୁବିଧା ହେଉଛି ତେବେ ମୋ ବିରୋଧରେ ଯାହା କରିବାର ଅଛି କର। ମୁଁ ତାହାକୁ ସ୍ବାଗତ କରୁଛି। ସେ ରାଗି କରି କହିଛନ୍ତି ଯେ, ମୁଁ କଂଗ୍ରେସରେ ଅଛି ବୋଲି କଣ ମୋ ପୁଅକୁ ଫିଙ୍ଗି ଦେବି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଏହା ଉପରେ କଂଗ୍ରେସ ଶୃଙ୍ଖଳା କମିଟ ତରଫରୁ ଆଉ କିଛି କୁହାଯାଇ ନାହିଁ। ହେଲେ ଶ୍ରୀ ରାଉତରାୟଙ୍କ ଏପରି ପଦକ୍ଷେପକୁ କଂଗ୍ରେସ ନିଶ୍ଚିତ ଭାବେ ଗୁରୁତର ସହ ଗ୍ରହଣ କରିଛି। ଯାହା ଜଣାପଡିଛି ତାଙ୍କ ବିରୋଧରେ ଦଳ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଅନୁମାନ କରାଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପିରେ ଯୋଗ ଦେଲେ ବିଜେଡି ନେତ୍ରୀ ସନ୍ଧ୍ୟାବତୀ ପ୍ରଧାନ ଏବଂ ଲିଙ୍କନ ସୁବୁଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି ।

ତାଙ୍କ ସହ ପୂର୍ବତନ ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ ସୁଷମା ସେଠୀ, ଭାଇସ ଚେୟାରମ୍ୟାନ ରମାମଣୀ ପ୍ରଧାନ, ପୂର୍ବତନ ସରପଂଚ କେଳୁଚରଣ ସେଠୀ, ଗୋପିନାଥ ବେହେରା, ପୂର୍ବତନ ୱାର୍ଡମେମ୍ବର ହରମୋହନ ପ୍ରଧାନ, ସନ୍ଧ୍ୟାରାଣୀ ମହାପାତ୍ର, ରିଜା କିଶୋର ଶିକ୍ଷା ପ୍ରମୁଖ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ସେହିପରି ବିଜୁ ମହିଳା ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲିଙ୍କନ ସୁବୁଦ୍ଧିଙ୍କ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀମତୀ ସୁବୁଦ୍ଧି କହିଛନ୍ତି ଯେ, ମୋଦିଜୀଙ୍କ ଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଲି। ମୋଦିଜୀ ସର୍ବଦା ନାରୀଙ୍କ ସମ୍ମାନ ପାଇଁ ଚିନ୍ତା କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ଡ.ସମ୍ବିତ ପାତ୍ର ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ ।

ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ତଥା ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଙ୍କର୍ଷଣ ପରିଡା, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ଘୋଷଣା କଲା ନୂଆ ଦଳିୟ ପଦପଦବୀ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ କର୍ମକର୍ତ୍ତାଙ୍କ ନୂଆ ପଦପଦବୀ ଘୋଷଣା କରିଛି। ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ଚିଲିକା ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଠା କରିଛି। ଏ ନେଇ ଦଳ ତରଫରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଉତ୍ପଳ ପାଇକରାୟ– ରାଜ୍ୟ ସଂପାଦକ, ବିଜୁ ଜନତା ଦଳ

ରାକେଶ କୁମାର ସେନ, ନାଚୁଣୀ ବାଣପୁର ବ୍ଲକ– ରାଜ୍ୟ ସଂପାଦକ, ବିଜୁ ଯୁବ ଜନତା ଦଳ

ମିକୁନ ସାହୁ, ଆୟତପୁର, ବାଣପୁର ବ୍ଲକ– ଖୋର୍ଦ୍ଧା ଜିଲ୍ଲା ଉପସଭାପତି, ବିଜୁ ଯୁବ ଜନତା ଦଳ

ଅସୀତ କୁମାର ନାଥ, ରାଜେନ୍ଦ୍ରପୁର ଚିଲିକା ବ୍ଲକ– ବିଜେଡି ସାଧାରଣ ସଂପାଦକ, ଖୋର୍ଦ୍ଧା ଜିଲ୍ଲା

ଏହି ପଦପଦବୀ ତୁରନ୍ତ ଲାଗୁ କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।