ଭୁବନେଶ୍ବର : କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ପ୍ରେସ୍ ମିଟ୍ କରିଛନ୍ତି । ଆଜିଠାରୁ ଅନ୍ଲକ୍ 1.0 ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ପ୍ରେସ୍ମିଟ୍ରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନୂତନ ଗାଇଡ ଲାଇନ୍ ସମ୍ପର୍କରେ ସୂଚନା ଦେଇଛନ୍ତି। ଲକ୍ ଡାଉନ୍ କାଲି ସରିଛି । ଆଜିଠାରୁ ଅନ୍ଲକ୍ -1ଆରମ୍ଭ ହୋଇଛି । ପଜିଟିଭ୍ ଦୃଷ୍ଟିରେ ରଖି ସରକାର ନୂତନ ଗାଇଡଲାଇନ୍ କରିଛନ୍ତି । ଜୁନ୍ ମାସରେ ଅଧିକ ସତର୍କ ରହିବା ପାଇଁ ରାଜ୍ୟ ସରକାର ଅନେକଗୁଡିଏ ନିୟମ ପ୍ରଣୟନ କରାଯାଇଛି । ଏହି ଅନ୍ଲକ୍ 1.0ରେ ଓଡ଼ିଶା ସରକାର ନୂତନ ଗାଇଡଲାଇନ୍ ଜାରି କରାଯାଇଛି ।
ଏହି ଗାଇଡ ଲାଇନ୍ ଅନୁଯାୟୀ ଧାର୍ମିକ ଅନୁଷ୍ଠାନ 30 ଜୁନ୍ ଯାଏଁ ବନ୍ଦ ରହିବ । ସ୍କୁଲ ଓ କଲେଜ ଓ କୋଚିଂ ସେଣ୍ଟର ଜୁଲାଇ 31 ଯାଏଁ ବନ୍ଦ ରହିବ । ସେହିପରି ସପିଂ କମ୍ପ୍ଲେକ୍ସ ମଧ୍ୟ 30 ଜୁନ୍ ଯାଏଁ ଖୋଲିପାରିବ ନାହିଁ । 30 ପ୍ରତିଶତ କ୍ଷମତା ନେଇ ହୋଟେଲ ଖୋଲିପାରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସିନେମା ହଲ୍, ଜିମ୍ନାସିୟମ୍, ସୁଇମିଂ ପୁଲ୍ ବି ଜୁନ୍ ଶେଷ ଯାଏ ବନ୍ଦ ରହିବ।
ସଂକ୍ରମଣ ବଢିଥିବା 11ଟି ଜିଲ୍ଳାରେ ଜୁନ୍ ମାସ ସାରା ସପ୍ତାହକୁ ଦୁଇଦିନ ସଟ୍ ଡାଉନ୍ କରାଯିବ । ପ୍ରତି ଶନିବାର ଓ ରବିବାର ଦିନ ରାଜ୍ୟର 11ଟି ଜିଲ୍ଲାକୁ ସଟ୍ଡାଉନ୍ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନସଚିବ । ଖୋର୍ଦ୍ଧା, ଗଞ୍ଜାମ, ପୁରୀ,ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ,ବଲାଙ୍ଗିର ଆଦି ଜିଲ୍ଲାରେ ସପ୍ତାହକୁ 2 ଦିନ ସଟ୍ ଡାଉନ୍ କରାଯିବ । ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦିନ ସଟ୍ଡାଉନ୍ ରହିବ । ଏହି ସମୟରେ କୌଣସି ଅଫିସ୍ ଖୋଲା ଯିବ ନାହିଁ । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ତେବେ ଔଷଧ ଦୋକାନ ଖୋଲା ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଖୋଲା ରହିବ ।
ସେହିପରି ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ 20 ଜଣ ଏକାଠି ହୋଇପାରିବେ । ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ 50 ଜଣ ଏକାଠି ହୋଇପାରିବେ ବୋଲି ସୂଚନା ରହିଛି।