Categories
ଆଜିର ଖବର ଜାତୀୟ ଖବର

ଆସାମ ତେଲଖଣି ଅଗ୍ନିକାଣ୍ଡ : 2 ଜଣଙ୍କ ପ୍ରାଣହାନି

ତିନସୁକିଆ : ଆସାମରେ ରହିଥିବା ତେଲଖଣିରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ପ୍ରାଣହାନି ଘଟିଛି । ଆସାମର ତିନିସୁକିଆ ଜିଲ୍ଲାରେ ଘଟିଥିବା ଅଗ୍ନିକାଣ୍ଡରେ 2 ଜଣ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା 2 ଜଣ ଅଗ୍ନିଶମ ଅଧିକାରୀଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ତିନିସୁକିଆର ବାଘଜନରେ ରହିଥିବା ଅଏଲ ଇଣ୍ଡିଆ ଲିମିଟେଡ୍‌ର ଏହି ତେଲଖଣିରେ ଲାଗିଥିବା ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି କରାଯାଇଛି ବୋଲି ଆସାମ ପରିବେଶ ମନ୍ତ୍ରୀ ଶୁକ୍ଲବୈଦ୍ୟ ପ୍ରକାଶ କରିଛନ୍ତି । ଏହା ସହିତ ସିଙ୍ଗାପୁରରୁ ଏକ ବିଶେଷଜ୍ଞ ଦଳ ମଧ୍ୟ ଆସାମରେ ପହଞ୍ଚିଛନ୍ତି । (ଏଜେନ୍ସି)