Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ସରକାରୀ ବସକୁ ନେଇ ଅଭିଯୋଗ ଅଛି କି ? ତେବେ କଣ କରିବେ ଜାଣନ୍ତୁ

ଭୁବନେଶ୍ବର: ଓଡିଶା ରାଜ୍ୟ ସଡକ ପରିବହ ବିଭାଗର ଚାଲୁଥିବା ବସ ସେବାରେ କିଛି ଅଭିଯୋଗ ରହିଛି କି ? କଣ୍ଟକ୍ଟର ଟିକେଟ ନେଇ ବାକି ପଇସା ଫେରାଇ ନାହିଁ କି ? ବସରେ ଡ୍ରାଇଭର କିମ୍ବା କଣ୍ଡକ୍ଟର ଦୁବ୍ୟବହାର କଲେ କି ? ଏହିପରି ଯଦି କିଛି ଅଭିଯୋଗ ରହିଛି ତେବେ ତାହାର ସମାଧାନ ପାଇଁ ବିଭାଗ ଆରମ୍ଭ କରିଛି ପଦକ୍ଷେପ।

ସେହି ଅନୁସାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପରିବହନ ବିଭାଗ ଏକ ଟୋଲଫ୍ରି ନମ୍ବର ଜାରି କରିଛି। ଆପଣ ସେହି ନମ୍ବରକୁ ଫୋନ କରି ଆପଣ ଅଭିଯୋଗ କରିପାରିବେ। ସେହି ନମ୍ବରଟି ହେଲା 1800-345-1122 । ସେହିପରି ଆପଣ ଆପଣଙ୍କର ଅଭିଯୋଗକୁ ମଧ୍ୟ ଇମେଲ ଜରିଆରେ ପଠାଇ ପାରିବେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦୁଝରରୁ ରାଉରକେଲାକୁ ଗଡିଲା ନନଷ୍ଟପ ହାଇଟେକ ବସ, ଜାଣନ୍ତୁ ସମୟ

ଭୁବନେଶ୍ବର: ଓଡିଶା ରାଜ୍ୟ ସଡକ ପରିବହନ ବିଭାଗ ଏକ ନୂଆ ରୁଟରେ ବସ ସେବା ଆରମ୍ଭ କରିଛି। ତାହା ହେଲା କେନ୍ଦୁଝରରୁ ରାଉରକେଲା ଏବଂ ରାଉରକେଲାରୁ କେନ୍ଦୁଝର। ଏହା ହେଉଛି ଏକ ନନଷ୍ଟପ ହାଇଟେକ ବସ ସେବା।

ଏହି ହାଇଟେକ ବସଟି ପ୍ରତି ଦିନ କେନ୍ଦୁଝର ବସଷ୍ଟାଣ୍ଡରୁ ଭୋର 6ଟା 40ରୁ ବାହାରି ରାଉରକେଲାରେ ଦିନ 1ଟା ବେଳେ ପହଞ୍ଚିବ। ସେହିପରି ରାଉରକେଲାରୁ ଏହି ବସ ଅପରାହ୍ନ 5ଟା ବେଳେ ବାହାରି କେନ୍ଦୁଝରରେ ଏହା ରାଉରକେଲାରେ ରାତି 11 ଟା ବେଳେ ପହଞ୍ଚିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ରାଜଧାନୀକୁ ପ୍ରତି ପଞ୍ଚାୟତ ଯୋଡିବ ବସ

ଭୁବନେଶ୍ବର: ଆଜି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାରେ ଗ୍ରାମାଞ୍ଚଳକୁ ବସ ସେବା ଦ୍ବାରା ସଂଯୋଗ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ଜିଲ୍ଲାରୁ ଆରମ୍ଭ ହେବ ଏହି ଲକ୍ଷ୍ମୀ ବସ୍ ସେବା। କେବଳ ମାଲକାନଗିରି ଜିଲ୍ଲାରୁ ଗଡ଼ିବ ୩୬ଟି ବସ୍ ଚଳାଚଳ କରିବ ବୋଲ ନିଷ୍ପତି ନିଆୟାଇଛି।

ଲକ୍ଷ୍ମୀ ଯୋଜନା ଅଧୀନରେ ବସ ସେବା ମାଧ୍ୟମରେ ବ୍ଲକ ମୁଖ୍ୟାଳୟ , ପଞ୍ଚାୟତ ପଞ୍ଚାୟତ ମୁଖ୍ୟାଳୟ ସହିତ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରାଯିବ। ସେହିପରି ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟକୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ।

ଏହି ଯୋଜନା ମାଧ୍ୟମରେ ପ୍ରାୟ ଏକ ହଜାରୁ ଅଧିକ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି। ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ଅବଧି ୧୦ ବର୍ଷ ପର୍ଯ୍ୟୟନ୍ତ ରହିଥିବାବେଳେ ପ୍ରଦର୍ଶନ ଆଧାରରେ ଆଉ ୨ ବର୍ଷ ବୃଦ୍ଧି କରାଯାଇ ପାରିବ । ଏହାଦ୍ବାରା ଗ୍ରାମାଞ୍ଚଳର ଜନସାଧାରଣ ରାଜଧାନୀକୁ ଆସିବା ସହିତ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୀ କରିବା ସୁବିଧା ପାଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ଅନୁଗୁଳରୁ ରାଉରକେଲାକୁ ହାଇଟେକ ବସ୍ ସେବା, ଜାଣନ୍ତୁ ସମୟ

ଭୁବନେଶ୍ବର: ଆଜିଠାରୁ ଅନୁଗୁଳରୁ ରାଉରକେଲାକୁ ହାଇଟେକ୍ ବସ୍ ସେବା ଆରମ୍ଭ ହୋଇଛି। ଓଡିଶା ରାଜ୍ୟ ସଡକ ପରିବହନ ନିଗମ ତରଫରୁ ଏହି ସେବାର ଶୁଭାରମ୍ଭ କରାଯାଇଛି। ବହୁଦିନରୁ ଏହି ରାସ୍ତାରେ ହାଇଟେକ ବସ୍ ସେବା ଯୋଗାଇବା ପାଇଁ ଦାବୀ ହେଉଥିଲା। ଯାହା ବର୍ତ୍ତମାନ ଓଏସଆରଟି ପୂରଣ କରିଛି।

OSRT

ଏହି ବସ୍ ଟି ପ୍ରତିଦିନ ଅପରାହ୍ନ ପାଞ୍ଚଟାରୁ ଅନୁଗୁଳରୁ ବାହାରି ରାଉରକେଲାରେ ରାତି ଏଗାରଟାରେ ପହଁଚିବ। ବାଟରେ 12ଟି ସ୍ଥାନରେ ରହଣି ବ୍ୟବସ୍ଥା ରହିଛି। ସେହିପରି ରାଉରକେଲାରୁ ଏହି ବସଟି ଭୋର 5 ଟା 45 ମିନିଟରୁ ବାହାରି ଅନୁଗୁଳରେ ଦିନ 12ଟାରେ ପହଁଚିବ। ଯାତ୍ରାମାନେ ଏ ନେଇ ଅନଲାଇନରେ ଟିକେଟ ବୁକିଂ କରିପାରିବେ।

Categories
ବିଶେଷ ଖବର

ଶେରଗଡରୁ ପୁରୀକୁ ଗଡିଲା ପ୍ରଥମ ଏସି ବସ୍: ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମର ଶେରଗଡରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ। OSRTC ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି .

ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶେରଗଡ-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ। ବିଶେଷ କରି କାର୍ତ୍ତିକ ମାସରେ ଗଂଜାମର ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ସ୍କୁଲ ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଂଜାମ ସବୁବେଳେ ଆଗରେ ରହିଛି। ମା ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି। ସେହିପରି ୫-ଟି ସ୍କୁଲ ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ପଞ୍ଚାୟତରାଜ କ୍ଷେତ୍ରରେ ଗଂଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଭିନନ୍ଦନ ଜଣାଇଥିଲେ। ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ଆଗାମୀ ଦିନରେ ଗଂଜାମ ଜିଲ୍ଲା ଆହୁରି ଅନେକ ସଫଳତା ଲାଭ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଗଞ୍ଜାମ ଜିଲ୍ଲାପାଳ, OSRTC ର ଅଧିକାରୀ ଓ ଶେରଗଡର ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରୀନ୍‌ ଜୋନ୍‌ରେ ଗଡିବ ସରକାରୀ ବସ୍‌

ଭୁବନେଶ୍ବର : ଗ୍ରୀନ୍‌ ଜୋନ୍‌ରେ ସରକାରୀ ବସ୍‌ ଗଡିବ ବୋଲି ସୂଚନା ରହିଛି । ଗ୍ରୀନ୍‌ ଜୋନ୍‌ରେ ଓଏସ୍‌ଆରଟିସି ବସ୍‌ ଚଳାଚଳ କରିବ। ଘରୋଇ ବସ୍‌ ମାଲିକ ରାଜି ନ ହେବାରୁ ଗ୍ରୀନ୍‌ ଜୋନ୍‌ରେ ସରକାରୀ ବସ୍‌ ଚାଳିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ବସ୍‌ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। 50 ପ୍ରତିଶତ ଯାତ୍ରୀ ଏହି ବସ୍‌ରେ ଯାତ୍ରା କରିପାରିବେ ଏବଂ ଯାତ୍ରୀଙ୍କୁ ଦୁଇଗୁଣା ଭଡା ଦେବାକୁ ପଡିବ ବୋଲି କହିଛନ୍ତି ମନ୍ତ୍ରୀ । ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ବସ୍‌ ଚାଲିଥିବାବେଳେ ଆଗକୁ ଅଧିକ ବସ୍‌ ଚାଲିବ । କିନ୍ତୁ ରେଡ୍‌ ଜୋନ୍‌ ଦେଇ କୌଣସି ବସ୍‌ ଯିବନି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ଲକ୍‌ ଡାଉନ୍‌ 3.0ରେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ  ଗ୍ରୀନ୍‌ ଜୋନ୍‌ଗୁଡିକରେ ଆନ୍ତଃ ଜିଲ୍ଲା ଓ ଜିଲ୍ଲା ଭିତରେ ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଗ୍ରୀନ୍‌ ଜୋନ୍‌ରେ ସର୍ତ୍ତମୂଳକ ବସ୍‌ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ପଚାଶ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କହିଥିଲା । ଖର୍ଚ୍ଚ ଉଠିବନି । ମାଲିକମାନେ କ୍ଷତି ସହିବେ ବୋଲି କହିଥିଲେ ।

ଏହା ପରେ ରାଜ୍ୟ ସରକାର ତରଫରୁ ଗତକାଲି ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚାଲିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଥିଲେ। ବସ୍‌ରେ ସାମାଜିକ ଦୂରତ୍ବକୁ ପାଳନ କରାଯିବା ପୂର୍ବକ ବସ୍‌ର କ୍ଷମତା ମୁତାବକ ସିଟ୍‌ରେ ଅଧା ଲୋକେ ବସିବାର ନିର୍ଦ୍ଦେଶ ରହିଥିବାରୁ କ୍ଷତି ହ୍ରାସ ପାଇଁ ଭଡା ଦୁଇଗୁଣା କରାଯିବ ବୋଲି ସୂଚନା ରହିଥିଲା। କିନ୍ତୁ ମାଲିକ ସଂଘ ରାଜି ନ ହେବାରୁ ସରକାରୀ ବସ୍‌ ଚାଲିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଆଜି ସରକାରୀ ଚାକିରିଆଙ୍କ ପାଇଁ କଟକରୁ ଭୁବେନଶ୍ବର ଓଏସ୍‌ଆର୍‌ଟିସିର ଗୋଟିଏ ବସ୍‌ ଗଡିଛି ।