Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଏସଆରଟିସି କର୍ପୋରେଟ୍ ଅଫିସରେ ଆଧୁନିକ କ୍ୟାଣ୍ଟିନ ଉଦଘାଟିତ
ଆଜିର ଖବର

ଓଏସଆରଟିସି କର୍ପୋରେଟ୍ ଅଫିସରେ ଆଧୁନିକ କ୍ୟାଣ୍ଟିନ ଉଦଘାଟିତ

January 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Modern canteen inaugurated at OSRTC corporate office
Modern canteen inaugurated at OSRTC corporate office

ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ର କର୍ପୋରେଟ୍ ଅଫିସ ‘ପରିବହନ ଭବନ’, ଭୁବନେଶ୍ୱର ଠାରେ ଆଜି ଏକ ଆଧୁନିକ କ୍ୟାଣ୍ଟିନର ଉଦଘାଟନ କରାଯାଇଛି। କ୍ୟାଣ୍ଟିନଟିର ଉଦଘାଟନ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଏବଂ ଓଏସଆରଟିସି ର ସିଏମଡି ଏନ.ବି.ଏସ. ରାଜପୁତ ଓ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣ ଅଧ୍ୟକ୍ଷ ଅମିତାଭ ଠାକୁରଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି।

ନୂତନ କ୍ୟାଣ୍ଟିନ ପ୍ରତିଷ୍ଠା ଓଏସଆରଟିସି ର କର୍ମଚାରୀ କଲ୍ୟାଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ମାଧ୍ୟମରେ କର୍ମଚାରୀମାନଙ୍କ ପାଇଁ ପରିଷ୍କାର, ସ୍ୱଚ୍ଛ ଓ ସୁବିଧାଜନକ ଭୋଜନ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି, ଯାହା କାର୍ଯ୍ୟସ୍ଥଳର ସକାରାତ୍ମକ ପରିବେଶ ସୃଷ୍ଟିରେ ସହାୟକ ହେବ।

ଆଧୁନିକ ରୋଷେଇ ଉପକରଣରେ ସୁସଜ୍ଜିତ କ୍ୟାଣ୍ଟିନ ଉନ୍ନତମାନର ଖାଦ୍ୟ ପ୍ରସ୍ତୁତିକୁ ନିଶ୍ଚିତ କରିବ। ଏଠାରେ ପ୍ରାକୃତିକ ଆଲୋକ ଓ ମୁକ୍ତ ବାୟୁ ଚଳାଚଳ ସହିତ ୨୦ ଜଣରୁ ଅଧିକ ଲୋକ ବସିପାରିବାର ବ୍ୟବସ୍ଥା ରହିଛି। ଉତ୍ତର ଓ ଦକ୍ଷିଣ ଭାରତୀୟ ଖାଦ୍ୟ ସମେତ ବିଭିନ୍ନ ପ୍ରକାରର ଭୋଜନ ତାଲିକାରେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଉପଲବ୍ଧ ରହିବ। କ୍ୟାଣ୍ଟିନଟି ପ୍ରତି କାର୍ଯ୍ୟଦିବସରେ ସକାଳ ୯ଟା ୩୦ ମିନିଟ୍ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ସରୋଜ ରାଉତ, ଯୁକ୍ତ ସଚିବ ଓ ରେଲ୍ ସମନ୍ୱୟ କମିଶନର କୌସ୍ତୁଭ ଦୀପ୍ତ ପାଣି, ଓଏସଆରଟିସି ର ସାଧାରଣ ପରିଚାଳକ ସଞ୍ଜୟ କୁମାର ବିଶ୍ୱାଳ, ସ୍ବତନ୍ତ୍ର ସଚିବ ଦେବଦତ୍ତା ସୁରଞ୍ଜିତା ଜେନା ଓ ବାଣିଜ୍ୟ–ପରିବହନ ବିଭାଗ ଏବଂ ଓଏସଆରଟିସି ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

corporate office Modern canteen inaugurated osrtc
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.