Categories
ଆଜିର ଖବର ରାଜ୍ୟ ଖବର

କୋଭିଡ୍‌ ସୁପରିଚାଳନା ପାଇଁ ଗଞ୍ଜାମକୁ ଅକ୍ସଫୋର୍ଡର ପ୍ରଶଂସା

ଭୁବନେଶ୍ବର : କୋଭିଡ୍‌ ସୁପରିଚାଳନା ପାଇଁ ଗଞ୍ଜାମକୁ ମିଳିଲା ବିଦେଶରୁ ସାବାସୀ। ଗଞ୍ଜାମ ପ୍ରଶାସନକୁ ପ୍ରଶଂସା କରିଛି ଅକ୍ସଫୋର୍ଡ ୟୁନିଭର୍ସିଟି । ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଶଂସା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ସୂଚନା ମିଳିଛି । ପୂର୍ବରୁ ଓଡିଶାର କରୋନା ମୁକାବିଲା ରଣନୀତିକୁ ଡବ୍ଲୁଏଚଓ ପ୍ରଶଂସା କରିଥିଲା । ଆଉ ଏବେ ଓଡିଶା ଦ୍ୱିତୀୟ ପ୍ରଶଂସା ସାଉଁଟିଛି ।

ପ୍ରବାସୀ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଅଣାୟତ୍ତ ରହିଥିଲା । କିନ୍ତୁ ଏହାକୁ ମୁକାବିଲା କରିବା ପାଇଁ ସ୍ବତନ୍ତ୍ର ରଣନୀତି ଅପଣାଯାଇଥିଲା । ଏବେ ଗଞ୍ଜାମରେ ସ୍ଥିତି ସୁଧାର ଆସିଛି ।

ସବୁଠୁ ବଡ କଥା ରାଜ୍ୟ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବା, ଗାଁ ଗାଁରେ କମିଟି ଗଠନ କରି ସ୍କ୍ରିନିଂ ଓ ସଚେତନ କରିବାର ରଣନୀତିକୁ ବିଶ୍ୱବିଦ୍ୟାଳୟ ଖୁବ୍ ପ୍ରଶଂସା କରିଛି । ସେହିପରି ମୁମ୍ବାଇର ଧରାବି ବସ୍ତିର ମଡେଲକୁ ମଧ୍ୟ ପ୍ରଶଂସା କରିଛି ବିଶ୍ୱବିଦ୍ୟାଳୟ । ଏଠାରେ ଡାକ୍ତରଙ୍କ ଡୋରଟୁ ଡୋର ସ୍କ୍ରିନିଂକୁ ବିଶ୍ୱବିଦ୍ୟାଳୟ ପ୍ରଶଂସା କରିଛି ।