Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଅଗଷ୍ଟ ସୁଦ୍ଧା ବିକଶିତ ହେବ କରୋନା ଟୀକା !

ଲଣ୍ଡନ : ବିଶ୍ବବାସୀଙ୍କ ପାଇଁ ଖୁସି ଖବର । ବିଶ୍ବରେ ମହାମାରୀ ଭାବରେ ବ୍ୟାପୁଥିବା କରୋନାର ଟୀକା ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ବିକଶିତ ହେବାକୁ ଯାଉଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର କିଛି ପ୍ରଫେସର ଏହା ଉପରେ କାର୍ଯ୍ୟ କରୁଛନ୍ତି । ଜନୈକ ପ୍ରଫେସର ସୂଚନା ଦେଇ କହିଛନ୍ତି ଟୀକା ବର୍ତ୍ତମାନ ବିକାଶ ହୋଇ ସାରିଛି । ମଣିଷ ଉପରେ ଏହି ଟୀକାର ପରୀକ୍ଷଣ ଜାରି କରିବାର ଯୋଜନା କରାଯାଉଛି । ପରୀକ୍ଷଣ ପରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବା ପରେ ଏହି ଟୀକାକୁ ବ୍ୟବହାର ପାଇଁ ଆବେଦନ କରାଯିବ । ଆସନ୍ତ ଅଗଷ୍ଟ ମାସ ସୁଦ୍ଧା ଏହି ଟୀକା ବ୍ୟବହାର ଉପଯୋଗୀ ହୋଇଯିବ ଏବଂ ଏହି ଭାଇରସ୍‌ ପ୍ରଭାବରୁ ମାନବ ସମାଜ ଆରୋଗ୍ୟ ହୋଇ ପାରିବ । ପ୍ରାୟ 70ଟି ଟୀକା ବିକଶିତ କରାଯାଇଥିବା ବେଳେ ତନ୍ମଧ୍ୟରୁ ମାତ୍ର 3ଟି ଟୀକା ବର୍ତ୍ତମାନ ପରୀକ୍ଷଣ ପାଇଁ ବ୍ୟବହୃତ ହେଉଛି । ଉଲ୍ଲେଖଯୋଗ୍ୟ ଯେ, ଏହି ଭାଇରସ୍‌ ପ୍ରଭାବରେ ବିଶ୍ବରେ 20 ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ 1 ଲକ୍ଷ 64 ହଜାର 16 ଜଣଙ୍କର ମୃତ୍ୟୁ ଘଟିଛି ।