Categories
ଆଜିର ଖବର

କ‘ଣ ପାଇଁ ଦୌଡ଼ିଲେ ପୀୟୂଷ୍‌ ଗୋଏଲ୍‌, ଟ୍ରେନ୍‌ ଛାଡ଼ିଦେଲା କି ?

ନୂଆଦିଲ୍ଲୀ, ୪/୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲୁଥିବାବେଳେ ସଦନରେ ପ୍ରଶ୍ନ-ଉତ୍ତର, ତର୍କ ଜାରି ରହିଛି। ବୁଧବାର ସଂସଦ ବାହାରେ ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ବେଶ୍‌ ସରଗରମ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍‌ ଗାଡ଼ିର ବାହାରି ସଂସଦକୁ ଦୌଡ଼ି ଦୌଡ଼ି ଯାଉଥିବାର ଦୃଶ୍ୟଟି ରହିଛି । ଆଖପାଖରେ ଲୋକମାନେ ଠିଆ ହୋଇ ଏହି ଦୃଶ୍ୟ ମଧ୍ୟ ଦେଖିଛନ୍ତି।

ଏହି ଫଟୋଟି ସୋସିଆଲ ମିଡ଼ିଆରେ ଆସିବା ପରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଏହି ଫଟୋକୁ ଦେଖି ମଜାଦାର କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି ।

ଗୁଜୁରାତର ବାରଦୋଲିର ସାଂସଦ ପ୍ରଭୁ ବାସବା ଏହି ଫଟୋକୁ ପୋଷ୍ଟ କରି ଟୁଇଟ୍‌ କରିଛନ୍ତି ଯେ, ‘ନବଭାରତର ଉତ୍ସାହୀ ମନ୍ତ୍ରୀ ଆଦରଣୀୟ ପୀୟୂଷ ଗୋଏଲ୍‌ କ୍ୟାବିନେଟ୍‌ ମିଟିଂ ସମାପ୍ତି ପରେ ପ୍ରଶ୍ନକାଳରେ ଡେରି ନହେବା ଲାଗି ଦୌଡ଼ି ଦୌଡ଼ି ସଂସଦରେ ପହଞ୍ଚୁଛନ୍ତି।

ଏହି ଫଟୋକୁ ଦେଖି ମଜାଦାର କମେଣ୍ଟ ରଖୁଥିବାବେଳେ ଅନେକେ ଏହାକୁ ଟ୍ରୋଲ୍‌ କରୁଛନ୍ତି।  କେହି କେହି ଟ୍ରେନ୍‌ ଛାଡ଼ି ଦେଲା କି ବୋଲି କମେଣ୍ଟ ଦେଇଛନ୍ତି। ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍‌ର ବୈଠକ ହୋଇଥିଲା। ଏଥିରେ ସମସ୍ତ ମନ୍ତ୍ରୀମାନେ ଭାଗ ନେଇଥିଲେ। ସେହିପରି ବୁଧବାର ଲୋକସଭା ପ୍ରଶ୍ନକାଳରେ ରେଲସମ୍ବନ୍ଧୀୟ କିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥିଲା। (ଏଜେନ୍ସି)