Categories
ଆଜିର ଖବର

ମୋତେ ମୋ ପିଏସ୍‌ଓ ନୁହେଁ, ବରଂ ମୋଦିଜୀ ମାରିବାକୁ ଚାହୁଁଛନ୍ତି : ଅରବିନ୍ଦ କେଜରୀଓ୍ବାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲା ସୋମବାର ଦିନ ଭାରତୀୟ ଜନତା ପାର୍ଟିର ନେତା ବିଜୟ ଗୋଏଲଙ୍କ ଜବାବ ଦେବା ସହିତ ତାଙ୍କୁ ନିଜ ସୁରକ୍ଷା ଅଧିକାରୀ (ପିଏସ୍‌ଓ) ନୁହେଁ, ବରଂ ମୋଦିଜୀ ତାଙ୍କୁ ଜୀବନରୁ ମାରି ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଗୋଏଲ୍‌ ଏକ ଟୁଇଟ୍‌ କରି କହିଥିଲେ ଯେ, ’ବହୁତ ଦୁଃଖର କଥା ଯେ, ନିଜେ ନିଜର ପିଏସ୍‌ଓ ଉପରେ ସନ୍ଦେହ କରି ଦିଲ୍ଲୀ ପୁଲିସ୍‌ ସମ୍ମାନକୁ ଉପରେ ପ୍ରଶ୍ନ ଉଠାଇଛନ୍ତି।’ ଅରବିନ୍ଦଙ୍କୁ ନିଜର ପିଏସ୍‌ଓ ଚୟନ କରିବାକୁ କହିବା ସହିତ ଯଦି ଦରକାର ପଡେ, ଏହି କ୍ଷେତ୍ରରେ ସାହାଯ୍ୟ କରିପାରିବେ ବୋଲି କହିଥିଲେ ବିଜୟ। ଦୀର୍ଘ ଜୀବନର କାମନା ମଧ୍ୟ କରିଥିଲେ ବିଜୟ। ଏହାର ଉତ୍ତର ଦେଇ କେଜ୍‌ରୀଓ୍ବାଲା କହିଛନ୍ତି ଯେ, ମୋତେ ମୋ’ ପିଏସ୍‌ଓ ନୁହେଁ, ବରଂ ମୋଦିଜୀ ମାରିବାକୁ ଚାହୁଁଛନ୍ତି।’ ଶନିବାର ଦିନ କେଜରୀଓ୍ବାଲା କହିଥିଲେ ଯେ, ତାଙ୍କ ପିଏସ୍‌ଓ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା କରିବା ପରି ତାଙ୍କର ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିଛି। ବିଜେପି ତାଙ୍କ ଜୀବନ ନେବାକୁ ଚାହୁଁଛି, ଦିନେ ତାଙ୍କୁ ମାରିଦେବେ। କେଜରୀଓ୍ବାଲଙ୍କ ଏହି ବୟାନକୁ ନେଇ ବିଜୟ ଗୋଏଲ୍‌ ତାଙ୍କୁ ଟାର୍ଗେଟ୍‌ କରି ଟୁଇଟ୍‌ କରିଥିଲେ।