Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବରେ ବିଷାକ୍ତ ମଦ ପିଇ 26 ମୃତ

ପଞ୍ଜାବ : ପଞ୍ଜାବରେ ବିଷାକ୍ତ ମଦ ପିଇ 26ଜଣଙ୍କ ମୃତ୍ୟୁ ହୋଇଛି । ପଞ୍ଜାବର ଅମୃତସର, ବାଟଲା ଓ ତରନତାରନ ଆଦି ଅଞ୍ଚଳରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ଏବେ 26ରେ ପହଞ୍ଚିଛି । ପୋଲିସ ବିଷାକ୍ତ ମଦ ପ୍ରସ୍ତୁତ କରୁଥିବା କିଛି ଲୋକଙ୍କୁ ଗିରଫ ମଧ୍ୟ କରିଛି । ଏହା ସହିତ ଏହି ଘଟଣାରେ ଥାନାର ଏସଏଚଓଙ୍କୁ ନିଲମ୍ବିତ ମଧ୍ୟ କରିଛି । ଏହି ମାମଲା ପାଇଁ ଏସଆଇଟି ପ୍ରସ୍ତୁତ ହୋଇ ଏହା ତଦନ୍ତ ଆରମ୍ଭ ହୋଇଛି ।

ବିଷାକ୍ତ ମଦ ପିଇ ପଞ୍ଜାବର ତିନି ସହରରୁ 26ଜଣଙ୍କର ମୃତ୍ୟୁ ହୋଇଛି । ଅମୃତସର ଓ ତରନତାରନ୍‌ରୁ 10 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳ ବାଟଲାରୁ 6ଜଣ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ ତରନତାରନ୍‌ରୁ 10 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ଶନିବାର ଦିନ ଏହି ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଜଣଙ୍କର ଆଖି ମଧ୍ୟ ନଷ୍ଟ ହୋଇଯାଇଛି ।

ଏହି ମାମଲାରେ ମୁଖ୍ୟମନ୍ତ୍ରୀ କ୍ୟାପେଟନ୍‌ ଅମରିନ୍ଦର ସିଂ ମାଜିଷ୍ଟ୍ରେରିଆଲ୍‌ ଯାଞ୍ଚର ଆଦେଶ ଦେଇଛନ୍ତି । ଜଳନ୍ଧରର ଡିଭିଜନାଲ୍‌ କମିଶନରଙ୍କୁ ଏହି ମାମଲାର ଯାଞ୍ଚ ଦାୟିତ୍ବ ଦିଆଯାଇଛି । ଏହି ମାମଲାରେ ରହିଥିବା ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି । (ଏଜେନ୍ସି)