Categories
ଆଜିର ଖବର ମନୋରଂଜନ ସିନେମା

ଦମଦାର୍‌ ଇଣ୍ଟେନ୍ସ ଲୁକ୍‌ରେ ବାହୁବଲୀ ପ୍ରଭାସ୍‌, ଜାଣନ୍ତୁ ପ୍ରଭାସଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ସମ୍ପର୍କରେ

ନୂଆଦିଲ୍ଲୀ : ବାହୁବଲୀ ଷ୍ଟାର ପ୍ରଭାସ ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । କେଜିଏଫ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସହିତ  ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିବା ସହିତ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।  ଫିଲ୍ମର ନାମ ସଲାର ରହିଛି । ଫିଲ୍ମଟି ସମ୍ପୂର୍ଣ୍ଣ ଭାବରେ ଆକ୍ସନ ଧମାକାରେ ଭର୍ତ୍ତି ହୋଇଥିବା ନେଇ ସମସ୍ତ ଫ୍ୟାନ ଅନୁମାନ ଲଗାଇଛନ୍ତି ।

ଆସନ୍ତା ଜାନୁୟାରୀ 2021ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ସୋସିଆଲ ସାଇଟ୍‌ରେ ସେୟାର ହୋଇଥିବା ସଲାରର୍‌ ପୋଷ୍ଟରରେ ପ୍ରଭାସ ଏକ ବନ୍ଧୁକ ଧରି ବସିଥିବା ବେଳେ ସମ୍ପୂର୍ଣ୍ଣ ଇଣ୍ଟେନ୍ସ ଲୁକରେ ନଜର ଆସିଛନ୍ତି । ଏହା ସହିତ ଫିଲ୍ମଟିକୁ ଭାରତୀୟ ଫିଲ୍ମ ବୋଲି ଲେଖାଯାଇଛି । ତେବେ ଫିଲ୍ମଟି ହିନ୍ଦୀ ଏବଂ ତେଲୁଗୁ ବ୍ୟତୀତ ଅନ୍ୟ କେଉଁ କେଉଁ ଭାଷାରେ ଫିଲ୍ମଟି ରିଲିଜ ହେବ ତାହା ସ୍ପଷ୍ଟ ହୋଇନାହିଁ ।

କେଜିଏଫର ପ୍ରଯୋଜକ ବିଜୟ କିରାଗନ୍ଦୁର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି । ଏସ ଏସ ରାଜାମୌଲୀଙ୍କ ବାହୁବଲୀରୁ ପ୍ରସିଦ୍ଧି ହାସଲ କରିଥିବା ପ୍ରଭାସ ଏକାଧିକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ଦୀପିକା ପାଦୁକୋନଙ୍କ ସହିତ ନାଗ ଅଶ୍ୱିନଙ୍କ ଅପକମିଙ୍ଗ ଫିଲ୍ମରେ ପ୍ରଭାସ ନଜର ଆସିବେ। ଓମ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷରେ ମଧ୍ୟ ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ। ପୂଜା ହେଗଡେଙ୍କ ସହିତ ରାଧେଶ୍ୟାମର ସୁଟିଂ ସାରିଥିବା ବେଳେ ପୋଷ୍ଟ ପ୍ରଡକ୍ସନ କାମ ଜାରି ରହିଛି।

Categories
ଆଜିର ଖବର ଜାତୀୟ ଖବର ସିନେମା

ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ ବାହୁବଳୀ ଅଭିନେତା ପ୍ରଭାସ

ହାଇଦ୍ରାବାଦ : ବାହୁବଳୀ ଅଭିନେତା ପ୍ରଭାସ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଆଦିପୁରୁଷ’ରେ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ‘ତାନାଜୀ’ ଫିଲ୍ମର ନିର୍ଦ୍ଦେଶ ଓମ୍ ରାଉତ ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରିବା ସହିତ ପ୍ରଭାସ ଲେଖିଛନ୍ତି, ‘ଧର୍ମ ଉପରେ ଅଧର୍ମର ବିଜୟ’ ପାଳନର ଏକ ଅନନ୍ୟ କାହାଣୀ ଆଦି ପୁରୁଷ । ଏହି ଥ୍ରିଡି ଫିଲ୍ମଟି ଭାରତୀୟ ପୌରାଣିକ ଗ୍ରନ୍ଥ ରାମାୟଣ ଉପରେ ଆଧାରିତ । ଏହି ଫିଲ୍ମର ସୁଟିଂ ୨୦୨୧ରେ ଆରମ୍ଭ ହେବା ସହିତ ୨୦୨୨ରେ ଏହି ଫିଲ୍ମଟି ରିଲିଜ ହେବ । ଏହି ଫିଲ୍କର ପୋଷ୍ଟର ପାଇଁ ପ୍ରଭାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମହାନାଟୀ ନିର୍ଦ୍ଦେଶକ ନାଗ ଅଶ୍ୱିନ।

ଏହି ଫିଲ୍ମ ବ୍ୟତୀତ ପ୍ରଭାସ ’ରାଧେ ଶ୍ୟାମ’ ଏବଂ ନାଗ ଅଶ୍ୱିନଙ୍କ ଅପକମିଙ୍ଗ ଫିଲ୍ମରେ  ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ନାଗ ଅଶ୍ୱିନଙ୍କ ଫିଲ୍ମରେ ଦୀପିକା ପାଦୁକୋନ୍ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିବେ ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସଂସ୍କୃତି ସିନେମା

ପ୍ରଭାସ ଓ ପୂଜାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରାଧେଶ୍ୟାମ୍’ର ପୋଷ୍ଟର ରିଲିଜ୍‌

ନୂଆଦିଲ୍ଲୀ : ବାହୁବଳୀ ସୁପରଷ୍ଟାର୍‌ ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମର ଟାଇଟଲ୍‌ ସହ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି । ଏହି ଫିଲ୍ମର ନାମ ‘ରାଧେ ଶ୍ୟାମ୍‌’ ରହିଛି । ଏହି ଫିଲ୍ମରେ ପ୍ରଭାସ ଓ ପୂଜା ହେଗେଡଙ୍କ ଜବରଦସ୍ତ ରୋମାଣ୍ଟିକ୍‌ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ଭିନ୍ନ ଭିନ୍ନ ଭାଷାରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ କରାଯାଇଛି । ’ରାଧେଶ୍ୟାମ୍’‘ ଚାରୋଟି ଭାଷାରେ ରିଲିଜ୍‌ ହେବାକୁ ରହିଛି । ଏହା 2021 ମସିହାରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ପ୍ରଭାସ ଏହି ଫିଲ୍ମରେ ପୋଷ୍ଟରକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରୁଛି ।

ରିଲିଜ୍‌ ହୋଇଥିବା ପୋଷ୍ଟରରେ ପ୍ରଭାସ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଥିବାବେଳେ ପୂଜା ରେଡ୍‌ ଗାଉନ୍‌ରେ ବେଶ୍‌ ଗ୍ଲାମର୍ସ ଲାଗୁଛନ୍ତି । ଏହି ପୋଷ୍ଟରରେ ପୂଜା ଓ ପ୍ରଭାସ ରୋମାଣ୍ଟିକ୍‌ ଡ୍ୟାନ୍ସ କରୁଥିବାର ପୋଜ୍‌ ଦେଇଛନ୍ତି । ସେହିପରି ରିଲିଜ୍‌ ହୋଇଥିବା ପୋଷ୍ଟରର ବ୍ରାକ୍‌ଗ୍ରାଉଣ୍ଡରେ ବନ୍ୟା ଓ ଜଳ ପ୍ଲାବନ ଦେଖିବାକୁ ମିଳିଛି ।

ତେବେ ପ୍ରଥମଥର ପାଇଁ ପ୍ରଭାସ ଓ ପୂଜାଙ୍କ ଯୋଡିଙ୍କ ଦର୍ଶକେ ବଡ ପରଦାରେ ଦେଖିବାକୁ ପାଇେବ । ଏହି ଫିଲ୍ମରେ ପୂଜା ଓ ପ୍ରଭାସଙ୍କ ବ୍ୟତୀତ ପ୍ରିୟଦର୍ଶ, ଭାଗଶ୍ୟଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ

କୋରୋନା ଆତଙ୍କ ସତ୍ତ୍ବେ ଜାନ୍‌ର ସୁଟିଂ ଆରମ୍ଭ : ପୂଜା ହେଗଡେଙ୍କ ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ପ୍ରାୟ ସମସ୍ତ ଫିଲ୍ମ କଳାକାର ନିଜ ଫିଲ୍ମର ସୁଟିଂ ବନ୍ଦ ରଖିଥିବା ବେଳେ ପ୍ରଭାସ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ଜାନ୍‌ର ସୁଟିଂ ଜାରି ରହିଛି । ଜର୍ଜିଆରେ ଏହି ଫିଲ୍ମର ସୁଟିଂ ଜାରି ରହିଥିବା ବେଳେ ଫିଲ୍ମ ସେଟ୍‌ରୁ ଏକ ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ପୂଜା ହେଗ୍‌ଡେ । ଫିଲ୍ମର ନାୟିକା ରହିଥିବା ପୂଜା ଏହି ଭିଡିଓଟିକୁ ସେୟାର କରିଥିବା ବେଳେ ଏହି ଭିଡିଓଟି ଭାଇରାଲ୍‌ ହୋଇଛି । ପୂଜା ଏକ ଝରକା ବାହାରକୁ ବାହାରି ବରଫ ବର୍ଷାରେ ଭିଜୁଥିବାର ଦେଖିବାକୁ ମିଳିଛି । ମାର୍ଚ୍ଚ 15ରୁ ଏହି ଫିଲ୍ମର ସୁଟି ଆରମ୍ଭ ହୋଇଛି । ଏହି ଭିଡିଓ ପରେ ପୂଜାଙ୍କ ଫ୍ୟାନ୍‌ ମାନେ ତାଙ୍କୁ କୋରୋନା ଭାଇରସ୍‌ରୁ ସତର୍କ ରହିବା ପାଇଁ କହିଛନ୍ତି ।

ଏହି ଫିଲ୍ମ ପାଇଁ ପ୍ରଭାସ୍‌ 10 କିଗ୍ରା ଓଜନ ହ୍ରାସ କରିଥିବା ବେଳେ ଫିଲ୍ମରେ ଜବରଦସ୍ତ ଆକ୍ସନ୍‌ ଦେଖିବାକୁ ମିଳିଛି । ପ୍ରଭାସ୍ ଏହି ଫିଲ୍ମରେ ସାର୍ଟଲେସ୍‌ ଅବତାରରେ ମଧ୍ୟ ଦେଖିବାକୁ ମିଳିବ ।