ଦମଦାର୍‌ ଇଣ୍ଟେନ୍ସ ଲୁକ୍‌ରେ ବାହୁବଲୀ ପ୍ରଭାସ୍‌, ଜାଣନ୍ତୁ ପ୍ରଭାସଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ସମ୍ପର୍କରେ

Published: Dec 3, 2020, 11:55 am IST

ନୂଆଦିଲ୍ଲୀ : ବାହୁବଲୀ ଷ୍ଟାର ପ୍ରଭାସ ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । କେଜିଏଫ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସହିତ  ନିଜର ଅପକମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିବା ସହିତ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି ।  ଫିଲ୍ମର ନାମ ସଲାର ରହିଛି । ଫିଲ୍ମଟି ସମ୍ପୂର୍ଣ୍ଣ ଭାବରେ ଆକ୍ସନ ଧମାକାରେ ଭର୍ତ୍ତି ହୋଇଥିବା ନେଇ ସମସ୍ତ ଫ୍ୟାନ ଅନୁମାନ ଲଗାଇଛନ୍ତି ।

ଆସନ୍ତା ଜାନୁୟାରୀ 2021ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ସୋସିଆଲ ସାଇଟ୍‌ରେ ସେୟାର ହୋଇଥିବା ସଲାରର୍‌ ପୋଷ୍ଟରରେ ପ୍ରଭାସ ଏକ ବନ୍ଧୁକ ଧରି ବସିଥିବା ବେଳେ ସମ୍ପୂର୍ଣ୍ଣ ଇଣ୍ଟେନ୍ସ ଲୁକରେ ନଜର ଆସିଛନ୍ତି । ଏହା ସହିତ ଫିଲ୍ମଟିକୁ ଭାରତୀୟ ଫିଲ୍ମ ବୋଲି ଲେଖାଯାଇଛି । ତେବେ ଫିଲ୍ମଟି ହିନ୍ଦୀ ଏବଂ ତେଲୁଗୁ ବ୍ୟତୀତ ଅନ୍ୟ କେଉଁ କେଉଁ ଭାଷାରେ ଫିଲ୍ମଟି ରିଲିଜ ହେବ ତାହା ସ୍ପଷ୍ଟ ହୋଇନାହିଁ ।

କେଜିଏଫର ପ୍ରଯୋଜକ ବିଜୟ କିରାଗନ୍ଦୁର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି । ଏସ ଏସ ରାଜାମୌଲୀଙ୍କ ବାହୁବଲୀରୁ ପ୍ରସିଦ୍ଧି ହାସଲ କରିଥିବା ପ୍ରଭାସ ଏକାଧିକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ଦୀପିକା ପାଦୁକୋନଙ୍କ ସହିତ ନାଗ ଅଶ୍ୱିନଙ୍କ ଅପକମିଙ୍ଗ ଫିଲ୍ମରେ ପ୍ରଭାସ ନଜର ଆସିବେ। ଓମ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷରେ ମଧ୍ୟ ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ। ପୂଜା ହେଗଡେଙ୍କ ସହିତ ରାଧେଶ୍ୟାମର ସୁଟିଂ ସାରିଥିବା ବେଳେ ପୋଷ୍ଟ ପ୍ରଡକ୍ସନ କାମ ଜାରି ରହିଛି।

Related posts