Categories
ଆଜିର ଖବର

ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ, ଭୁବନେଶ୍ବରରୁ ଏହି ଅଭିଯାନ ଆରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମୀକ୍ଷା ବ୍ୟୁରୋ

ଓଡିଶାରେ ପ୍ରାୟ 50 ଲକ୍ଷ ସଦସ୍ୟ କରାଯିବା ଲକ୍ଷ୍ୟ ନେଇ ଭୁବନେଶ୍ବରରେ ରାଜ୍ୟ ବିଜେପି ଆରମ୍ଭ କରିଛି ସଦସ୍ୟତା ଅଭିଯାନ। ଜନସଂଘର ପ୍ରତିଷ୍ଠାତା ଶ୍ୟାମପ୍ରସାଦ ମୁଖାର୍ଜିଙ୍କ ଜନ୍ମତିଥୀରୁ ଆରମ୍ଭ ହୋଇଛି ଏହି ସଦସ୍ୟତା ଅଭିଯାନ। ଭୁବନେଶ୍ବରର ଭୀମଟାଙ୍ଗୀ ଅଞ୍ଚଳରେ ଆୟୋଜିତ ଏହି ଅଭିଯାନ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସଦସ୍ୟତା ସଂଗ୍ରହର ଶୁଭାରମ୍ଭ କରିଥିଲେ। ପ୍ରତିବୁଥ ସ୍ତରରେ ଏହି ଅଭିଯାନ କରାଯିବା ସହିତ ସେଠାରେ ପାଞ୍ଚୋଟି ଗଛ ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ବିଜେପିର ସଦସ୍ୟ ହେବାକୁ ଚାହିଁବେ ସେମାନେ ମୋବାଇଲ ନମ୍ବର 8980808080 କୁ ମିସ କଲ କଲେ ସେମାନଙ୍କ ସଦସ୍ୟ ଭାବେ ଗ୍ରହଣ କରାଯିବ। ଗୋଟିଏ ମୋବାଇଲ ନମ୍ବରରୁ କେବଳ 4 ଜଣ ସଦସ୍ୟତା ଗ୍ରହଣ କରିପାରିବେ। ସେହିପରି ଅନଲାଇନ ଏବଂ ଅପ ଲାଇନରେ ମଧ୍ୟ ସଦସ୍ୟତା ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି।ବର୍ତ୍ତମାନ ଦେଶର 11 କୋଟି ଏବଂ ରାଜ୍ୟ 36 ଲକ୍ଷ ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଅଭିଯାନ ବୈଠକରେ ବିଜେପି ରାଜ୍ୟସଭା ସାଂସଦ ଅଶ୍ବନୀ ବୈଷ୍ଣବ,ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ,ପ୍ରକାଶ ମିଶ୍ର, ଖାରବେଳ ସ୍ବାଇଁ,ସମୀର ମହାନ୍ତି ଏବଂ ଦାମୋଦର ରାଉତ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର

ବିଜେପିରେ ମିଶିଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର

ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ଯୋଗ ଦେଇ ପ୍ରକାଶ ମିଶ୍ର ପଦ୍ମ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବତନ ଜଳେଶ୍ବର ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ପ୍ରମୁଖ ବିଜେପି ଦଳରେ ସାମିଲ୍‌ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ, ବିଶ୍ବଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକାଶଙ୍କୁ କଟକରୁ ଲୋକସଭା ଆସନରୁ ସେ ପ୍ରାର୍ଥୀ କରାଯିବା ନେଇ ସୂଚନା ରହିଛି। ବିଜେପି ଭୁବେନଶ୍ବର ପାଇଁ ପୂର୍ବତନ ଆଇଏସ୍‌ ଅପରାଜିତା ଷଡଙ୍ଗୀଙ୍କ ନାମ ଘୋଷଣା କରିଛି।